ETV Bharat / bharat

ତାଜିନ୍ଦର ପାଲ ବାଗାଙ୍କୁ ହାଇକୋର୍ଟରୁ ବଡ ଆଶ୍ବସ୍ତି, ଜୁଲାଇ 5 ଯାଏଁ ହେବେନି ଗିରଫ - BJP leader Tajinder Pal Bagga get relief from court

ପଞ୍ଜାବ-ହରିୟାଣା ହାଇକୋର୍ଟରୁ ବିଜେପି ନେତା ତାଜିନ୍ଦର ପାଲ ବାଗାଙ୍କୁ ବଡ ଆଶ୍ବସ୍ତି ମିଳିଛି । ଜୁଲାଇ 5 ତାରିଖ ପର୍ଯ୍ୟନ୍ତ ଗିରଫ କରିପାରିବନି ପୋଲିସ । ମୋହାଲି କୋର୍ଟଙ୍କ ଗିରଫ ଓ୍ବାରେଣ୍ଟ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବାଗା । ଅଧିକ ପଢନ୍ତୁ

ବିଜେପି ନେତା ତାଜିନ୍ଦର ପାଲ ବାଗାଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି, ଜୁଲାଇ 5 ଯାଏ ହେବେନି ଗିରଫ

author img

By

Published : May 10, 2022, 8:50 PM IST

ଚଣ୍ଡିଗଡ: ବିଜେପି ନେତା ତାଜିନ୍ଦର ପାଲ ବାଗାଙ୍କୁ ବଡ ଆଶ୍ବସ୍ତି ପ୍ରଦାନ କରିଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ । ଜୁଲାଇ 5 ପର୍ଯ୍ୟନ୍ତ ବାଗାଙ୍କୁ ପୋଲିସ ଗିରଫ କରିପାରିବ ନାହିଁ ବୋଲି ଆଜି (ମଙ୍ଗଳବାର) ହାଇକୋର୍ଟ ତାଙ୍କ ଅନ୍ତରୀଣ ରାୟରେ ପ୍ରକାଶ କରିଛନ୍ତି । ଗତ ଶୁଣାଣିରେ ବାଗାଙ୍କୁ ମେ’ 10 ତାରିଖ ପର୍ଯ୍ୟନ୍ତ ଗିରଫ କରାଯାଇ ପାରିବ ନାହିଁ ବୋଲି ରାୟ ଶୁଣାଇଥିବା ବେଳେ ଆଜି ଶୁଣାଣିରେ ଏହି ଅବଧିକୁ ଜୁଲାଇ 5 ଯାଏଁ ବୃଦ୍ଧି କରାଯାଇଛି ।

ଆଜି (ମଙ୍ଗଳବାର) ପ୍ରାୟ 45 ମିନିଟ ଧରି ଏହି ମାମଲାରେ ଜାରି ରହିଥିଲା ଶୁଣାଣି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା AAP ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଉତ୍ତେଜନାମୂଳକ ବିବୃତ୍ତି ଦେବା ଅଭିଯୋଗରେ ମୋହାଲି କୋର୍ଟ ବାଗାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲା । ଯାହାକୁ ଚ୍ୟାଲେଞ୍ଜ କରି ପଞ୍ଜାବ-ହରିୟାଣା ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ବାଗା । ଆଜିର ଶୁଣାଣି ପରେ ବାଗାଙ୍କୁ ବଡ ଆଶ୍ବସ୍ତି ମିଳିଛି ।

କେଜ୍ରିଓ୍ବାଲଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ଘଟଣାରେ ଏପ୍ରିଲ ପହିଲାରେ ମୋହାଲିରେ ବାଗାଙ୍କ ବିରୋଧରେ ଦାଏର ହୋଇଥିଲା ମାମଲା । ଏହି ଆଧାରରେ ଗତ ଶୁକ୍ରବାର ବାଗାଙ୍କୁ ତାଙ୍କ ନୂଆଦିଲ୍ଲୀ ସ୍ଥିତ ଜନକପୁରୀ ବାସଭବନରୁ ଉଠାଇ ନେଇଥିଲା ପଞ୍ଜାବ ପୋଲିସର ଏକ ଟିମ । ଆପ ସରକାରଙ୍କ ନିର୍ଦ୍ଦେଶରେ ପଞ୍ଜାବ ପୋଲିସ ବିଭାଗ କାମ କରୁଥିବା ବେଳେ ହରିୟାଣା ପୋଲିସ ବିଜେପି ନେତୃତ୍ବାଧୀନ ସରକାର ଓ ଦିଲ୍ଲୀ ପୋଲିସ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଛି । ତେଣୁ ବାଗାଙ୍କ ଗିରଫଦାରୀ ବେଳେ ତିନି ପ୍ରଦେଶର ପୋଲିସ ମଧ୍ୟରେ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା । ପରେ ସମସ୍ତ ପକ୍ଷ କୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି । ଯାହାର ଶୁଣାଣି ପ୍ରକ୍ରିୟା ମଧ୍ୟ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.