ETV Bharat / bharat

Delhi Liquor Scam: ସିସୋଦିଆଙ୍କ ସମେତ ୧୦ ଅଭିଯୁକ୍ତଙ୍କୁ କୋର୍ଟଙ୍କ ସମନ, ଜୁନ ୧ରେ ହାଜର ହେବାକୁ ନିର୍ଦ୍ଦେଶ - ରାଉଜ ଆଭେନ୍ୟୁ କୋର୍ଟ

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା । ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ୧୦ ଅଭିଯୁକ୍ତଙ୍କୁ କୋର୍ଟଙ୍କ ସମନ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 30, 2023, 8:07 PM IST

ନୂଆଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ମାମଲା । ମଙ୍ଗଳବାର ରାଉଜ ଆଭେନ୍ୟୁ କୋର୍ଟ ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆପ୍‌ ନେତା ମନୀଷ ସିସୋଦିଆଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ସମନ ଜାରି କରିଛନ୍ତି । ଏହାସହିତ ଆସନ୍ତା ଜୁନ ୧ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆଜି ଅପରାହ୍ନ ୪ଟା ସମୟରେ ସିବିଆଇ ବିଚାରପତି ଏମକେ ଗୋପାଲ ମାମଲାର ଶୁଣାଣି କରିଥିଲେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ସପ୍ଲିମେଣ୍ଟାରୀ ଓ ମୁଖ୍ୟ ଚାର୍ଜସିଟରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କୁ ସମନ ଜାରି କରିଛନ୍ତି । ତେବେ ସିସୋଦିଆଙ୍କୁ ଆଜି ମଧ୍ୟ କୋର୍ଟରେ ନିରାଶ ହେବାକୁ ପଡିଛି । ତାଙ୍କ ଜାମିନ ଆବେଦନ ପୁଣି ଖାରଜ ହୋଇଛି ।

ମନୀଷ ସିସୋଦିଆଙ୍କ ସମେତ ପ୍ରାୟ ୧୦ ଜଣ ଅଭିଯୁକ୍ତ ଇଜିର ଚାର୍ଜସିଟରେ ଅଭିଯୁକ୍ତ ରହିଛନ୍ତି । ଏମାନଙ୍କ ମଧ୍ୟରେ ମହେନ୍ଦ୍ରୁ, ବିଜୟ ନାୟର, ରାଘବ ମଙ୍ଗୁଟା, ଅଭିଷେକ ବୋଇନପଲ୍ଲୀ ମଧ୍ୟ ସାମିଲ ରହିଛନ୍ତି । ଏହା ପୂର୍ବରୁ କୋର୍ଟ ସିବିଆଇ ଚାର୍ଜସିଟ ଉପରେ ଶୁଣାଣି କରି ସିସୋଦିଆଙ୍କୁ ଆସନ୍ତା ଜୁନ ୧ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଶୁଣାଣି ପୂର୍ବରୁ ମଙ୍ଗଳବାର ସକାଳ ୧୦.୩୦ଟାରେ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ସିସୋଦିଆଙ୍କୁ ଲାଗିଥିଲା ଝଟକା । ଦିଲ୍ଲୀ ହାଇକୋର୍ଟ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ ।

ଏହା ବି ପଢନ୍ତୁ- Delhi Excise Case: ହାଇକୋର୍ଟରେ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ

ଜଷ୍ଟିସ ଦିନେଶ କୁମାର ଶୁଣାଣି କରି କହିଥିଲେ ଯେ ସିସୋଦିଆ ଏହି ଦୁର୍ନୀତି ମାମଲାର ମୁଖ୍ୟ ସୂତ୍ରଧର ଏବଂ ତାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ରହିଛି । ଏଥିଲାଗି ସିସୋଦିଆ ଜାମିନ ପାଇବାର ହକଦାର ନୁହଁନ୍ତି । ଏଣୁ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିବେ ନାହିଁ । ଏବେ ସିସୋଦିଆ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇପାରନ୍ତି । ଅନ୍ୟପଟେ ସିସୋଦିଆଙ୍କ ଓକିଲ ଯୁକ୍ତି ବାଢି କରିଥିଲେ ଯେ, ଅବକାରୀ ନୀତି ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ସମ୍ପୃକ୍ତି ଥିବା ନେଇ ତଦନ୍ତକାରୀ ସଂସ୍ଥା ପାଖରେ କୌଣସି ପ୍ରମାଣ ନାହିଁ । ସିସୋଦିଆଙ୍କୁ ଛାଡି ସିବିଆଇ ମାମଲାରେ ପ୍ରତ୍ୟେକ ଅଭିଯୁକ୍ତ ଜାମିନରେ ମୁକୁଳିଛନ୍ତି । ମାମଲା ପଞ୍ଜିକରଣର ୬ ମାସ ପରେ ଚଳିତ ବର୍ଷ ଫେବୃଆରୀରେ ସିସୋଦିଆଙ୍କୁ ଗିରଫ କରାଯାଇଥିଲା ।

ନିକଟରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିସୋଦିଆଙ୍କ ସମ୍ପର୍କରେ ଏକ ବଡ ଖବର ସାମ୍ନାକୁ ଆସିଥିଲା । ଏହି ମାମଲାରେ ପ୍ରମାଣ ନଷ୍ଟ କରିବା ଲାଗି ସିସୋଦିଆ ୨ଟି ଫୋନ ନଷ୍ଟ କରିଥିବା ନେଇ ସିବିଆଇ ଆଗରେ ସ୍ବୀକାର କରିଥିଲେ । ସିସୋଦିଆଙ୍କ ବିରୋଧରେ ଦାଖଲ ଚାର୍ଜସିଟ ଉପରେ କୋର୍ଟରେ ଶୁଣାଣି ସମୟରେ ସିବିଆଇ ଏହି ତଥ୍ୟ ଦେଇଥିଲା । ଡିଜିଟାଲ ପ୍ରମାଣ ନଷ୍ଟ କରିବା ପାଇଁ ସିସୋଦିଆ ନିଜର ୨ଟି ଫୋନ ନଷ୍ଟ କରିଦେଇଥିବା କୋର୍ଟଙ୍କୁ ଜଣାଇଥିଲେ ତଦନ୍ତକାରୀ ସଂସ୍ଥା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.