ETV Bharat / bharat

ଚାଷୀ ପରେଡ ହିଂସା: ପଞ୍ଜାବ-ହରିୟାଣାରେ ହାଇଆଲର୍ଟ, ଇଣ୍ଟରନେଟ ବନ୍ଦ

author img

By

Published : Jan 26, 2021, 8:08 PM IST

ହରିୟାଣାରେ ହାଇଆଲର୍ଟ ଜାରି କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ସୋନିପତ, ଝଜ୍ଜର ଓ ପଲୱଲରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି । ଏହା ପୂର୍ବରୁ ସୁରକ୍ଷାକର୍ମୀଙ୍କୁ କଠୋର ହୋଇ ମୁକାବିଲା କରିବାକୁ ନିର୍ଦେଶ ଜାରି କରାଯାଇଛି । ଅଧିକ ପଢନ୍ତୁ...

ଚାଷୀ ପରେଡ ହିଂସା: ପଞ୍ଜାବ-ହରିୟାଣାରେ ହାଇଆଲର୍ଟ, ଇଣ୍ଟରନେଟ ବନ୍ଦ
ଚାଷୀ ପରେଡ ହିଂସା: ପଞ୍ଜାବ-ହରିୟାଣାରେ ହାଇଆଲର୍ଟ, ଇଣ୍ଟରନେଟ ବନ୍ଦ

ଚଣ୍ଡିଗଡ: ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ପରେଡରେ ହୋଇଥିବା ହିଂସା ପରେ ହରିୟାଣାରେ ହାଇଆଲର୍ଟ ଜାରି କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ସୋନିପତ, ଝଜ୍ଜର ଓ ପଲୱଲରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି । ଏହା ପୂର୍ବରୁ ସୁରକ୍ଷାକର୍ମୀଙ୍କୁ କଠୋର ହୋଇ ମୁକାବିଲା କରିବାକୁ ନିର୍ଦେଶ ଜାରି କରାଯାଇଛି ।

ପୋଲିସ ବର୍ତ୍ତମାନ କୌଣସି ପ୍ରକାର ରିସ୍କ୍‌ ନେବ ନାହିଁ ବୋଲି ହରିୟାଣା ଡିଜିପି ଚେତାବନୀ ଦେଇଛନ୍ତି। ଯଦି କେହି ସରକାରୀ କାର୍ଯ୍ୟାଳୟ, ଯାନବାହନ ସମେତ ରାଜ୍ୟ ସରକାରଙ୍କ ସମ୍ପତ୍ତି ନଷ୍ଟ କରିବାକୁ ଚେଷ୍ଟା କରନ୍ତି ଏବଂ ଆଇନ ଶୃଙ୍ଖଳାକୁ ନଷ୍ଟ କରନ୍ତି, ତେବେ ପୋଲିସ ବଳ ପ୍ରୟୋଗ କରିବାକୁ ଦ୍ୱିଧା କରିବ ନାହିଁ। ଯେଉଁମାନେ ରାଜ୍ୟରେ ଆଇନ ଶୃଙ୍ଖଳାକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ଉପରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଦଙ୍ଗାକାରୀ କିମ୍ବା ଯେଉଁମାନେ ଗୁଜବ ମାଧ୍ୟମରେ ଏହି ଦଙ୍ଗା ସୃଷ୍ଟି କରିଥିଲେ, ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଡିଜିପି ।

ଦିଲ୍ଲୀ ଭିତରେ ଦିନ ତମାମ ହିଂସା ପ୍ରଦର୍ଶନ ପରେ ଏବେ ରାଜଧାନୀ ସୀମା ଅଭିମୁଖେ ବାହାରିଛନ୍ତି ଆନ୍ଦୋଳନକାରୀ । ତେବେ ଏମାନେ ହରିୟାଣା ମଧ୍ୟ ଭିତରକୁ ଯେପରୀ ପଶି ନଆସନ୍ତି, ଏନେଇ ରାଜ୍ୟ ସରକାର ଆଗୁଆ ସତର୍କତା ଆପଣାଇଛନ୍ତି ।

ଚାଷୀଙ୍କ ହିଂସା ପ୍ରଦର୍ଶନ ଥମିବାକୁ ନା ନେଉନାହିଁ । ଧିରେ ଧିରେ ତୀବ୍ରତର ହେବାକୁ ଲାଗିଛି ଏହି ଆନ୍ଦୋଳନ । ଦିଲ୍ଲୀରେ ଟ୍ରାକ୍ଟର ନେଇ ଅରାଜକତା ସୃଷ୍ଟି ଜାରି ରଖିଛନ୍ତି ପ୍ରଦର୍ଶନକାରୀ । ପୀରଗଢି ଛକରେ ଆନ୍ଦୋଳକାରୀମାନେ ପୋଲିସ ବ୍ୟାରିକେଡ ଭାଙ୍ଗି ଦିଲ୍ଲୀର ପଞ୍ଜାବବାଗ ଅଭିମୁଖେ ଯାଇଛନ୍ତି ।

ସେପଟେ ପଞ୍ଜାବରେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ହାଇଆଲର୍ଟରେ ରଖାଯାଇଛି । ରାଜଧାନୀରେ ଟ୍ରାକ୍ଟର ରାଲିରେ ଆନ୍ଦୋଳନକାରୀ ଏବଂ ଦିଲ୍ଲୀ ପୋଲିସ ମୁହାଁମୁହିଁ ହେବା ପରେ ଏହି ପଦକ୍ଷେପ ନିଆଯାଇଛି । ଏହି ହିଂସାକୁ ନିନ୍ଦା କରିବା ସହ ବିକ୍ଷୋଭକାରୀଙ୍କୁ ଦିଲ୍ଲୀ ଛାଡି ସେମାନଙ୍କ ବିରୋଧ ସ୍ଥଳକୁ ଫେରିବା ପାଇଁ ମୁଖ୍ୟମନ୍ତ୍ରୀ କ୍ୟାପ୍ଚେନ ଅମରିନ୍ଦର ସିଂହ ଅପିଲ କରିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ଯେପରି କୌଣସି ମୂଲ୍ୟରେ ଭଙ୍ଗ ନହୁଏ, ସେଥିପାଇଁ ଡିଜିପିଙ୍କୁ ନିର୍ଦେଶ ଦିଆଯାଇଛି ।

ସେପଟେ ITO ଓ ନାଙ୍ଗଲୋଇର ଅନେକ ସ୍ଥାନରେ ପୋଲିସ ଉପରକୁ ପଥର ମାଡ କରିବା ସହ ବ୍ୟାରିକେଡ ଭଙ୍ଗିଛନ୍ତି ପ୍ରଦର୍ଶନକାରୀ । ହିଂସା ପ୍ରଦର୍ଶନ ଯୋଗୁଁ ଅଶାନ୍ତ ହୋଇ ପଡିଛି ଦିଲ୍ଲୀର ମାହୋଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.