ETV Bharat / bharat

ଜମ୍ମୁ-କଶ୍ମୀରରେ ସେନା ଓ ପୋଲିସର ମିଳିତ ଅପରେସନ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଜମ୍ମୁ-କଶ୍ମୀରରେ ସେନା ଓ ପୋଲିସର ମିଳିତ ଅପରେସନ । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ । ଅଧିକ ପଢନ୍ତୁ...

author img

By

Published : Feb 27, 2021, 10:02 AM IST

ବିପୁଳ ଅସ୍ତ୍ରଶସ୍ତ୍ର ଜବତ
ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ରିୟାସୀ ଜିଲ୍ଲାର ସଲଧର ଜଙ୍ଗଲରେ ସେନା ଓ ଜମ୍ମୁ କଶ୍ମୀର ପୋଲିସର ମିଳିତ ଅପରେସନ । ବିପୁଳ ଅସ୍ତ୍ରଶସ୍ତ୍ର ଜବତ । ଜଙ୍ଗଲ ମଧ୍ୟରେ ଆତଙ୍କୀ ସାମଗ୍ରୀ ଥିବା ସୂଚନା ପାଇଁ ଶୁକ୍ରବାର ମିଳିତ ଅପରେସନ କରିଥିଲା ସେନା ।

ସେନା ଓ ପୋଲିସର ମିଳିତ ଅପରେସନ

ଏହି ଅପରେସନ ସମୟରେ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ସହିତ ଏକ ଆରପିଜି ଲଞ୍ଚର ମଧ୍ୟ ଜବତ କରାଯାଇଛି । କୌଣସି ସୁତ୍ରରୁ ଖବର ପାଇଁ ଏହି ଅଞ୍ଚଳରେ ସେନା ଅପରେସନ ଆରମ୍ଭ କରିଥିଲା ।

ତେବେ ଏହି ଅପରେସନ ପରେ ପାକିସ୍ତାନର ଆଉ ଏକ ଯୋଜନାକୁ ସେନା ପ୍ରତିହତ କରିଛି ବୋଲି କୁହାଯାଉଛି । ଜମ୍ମୁ ଅଞ୍ଚଳରେ ଶାନ୍ତି ଭଙ୍ଗ କରିବାକୁ ହେଉଥିବା ଉଦ୍ୟମକୁ ଅପରେସନ ଫେଲ କରିଛି । ଏହି ଅପରେସନର ସଫଳତା ପରେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ସେନା ଓ ପୋଲିସ ଆଉ ପାଦେ ଆଗକୁ ବଢିଛନ୍ତି ।

ଶୁକ୍ରବାର ବାଲାକୋଟ ଏୟାର ଷ୍ଟ୍ରାଇକକୁ ଦୁଇ ବର୍ଷ ପୂରିଥିବାବେଳେ ସେନାର ଏହି ଅପରେସନକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏହି ଅପରେସନରେ ଗୋଟିଏ ଏକେ 47 ରାଇଫଲ, ଗୋଟିଏ ଆରପିଜି ଲଞ୍ଚର, 16 ଟି ୟୁବିଜିଏଲ ଗ୍ରେନେଡ, 4ଟି ଚାଇନିଜ ଗ୍ରେନେଡ ଓ 2ଟି ରେଡିଓ ସେଟ ଜବତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.