ଡେରାଡୁନ : ଉତ୍ତରାକାଶୀରେ ପ୍ରବଳ ତୁଷାରପାତ । ପୁରା ଅଞ୍ଚଳ ବରଫ ଚାଦର ଉପରେ ଘୋଡାଇ ହୋଇଛି । ଆଜି (ମଙ୍ଗଳବାର ) ସକାଳୁ ଉତ୍ତରାକାଶୀର ହର୍ଷିଲ ଉପତ୍ୟାକା, ବାରକୋଟ ଓ ମୋରି ଅଞ୍ଚଳରେ ପ୍ରବଳ ବରଫପାତ ହୋଇଛି । ଫଳରେ ଜନଜୀବନ ପ୍ରଭାବିତ ହୋଇଛି । ସୋମବାର ବିଳମ୍ବିତ ରାତିରୁ ଉତ୍ତରକାଶି ଜିଲ୍ଲାର ବରଫପାତ ଆରମ୍ଭ ହୋଇଛି। ଫଳରେ, ଲୋକେ ଘରୁ ବାହାରିବା ମୁସ୍କିଲ ହୋଇ ପଡିଛି । ହାର୍ସିଲ ଉପତ୍ୟକାର ଆଠଟି ଗାଁ ସମେତ ଗଙ୍ଗୋତ୍ରି ଏବଂ ଯମୁନାତ୍ରୀ ଧାମ ମଧ୍ୟ ସମ୍ପୂର୍ଣ୍ଣ ବରଫରେ ଆଚ୍ଛାଦିତ ହୋଇଯାଇଛି |
ଉତ୍ତରାକାଶୀ ଜିଲ୍ଲାରେ ମଙ୍ଗଳବାର ଦିନ ସର୍ବାଧିକ ତାପମାତ୍ରା 14 ଡିଗ୍ରୀ ସେଲସିୟସ ଏବଂ ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ ସେଲସିୟସ ରେକର୍ଡ କରିଛି। ଏଥିସହିତ, ଯମୁନାତ୍ରୀ ଧାମର ସର୍ବାଧିକ ମାଇନସ୍ 4 ଡିଗ୍ରୀ ଏବଂ ସର୍ବନିମ୍ନ ମାଇନସ୍ 6 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଗଙ୍ଗୋତ୍ରୀ ଧାମର ସର୍ବାଧିକ 3 ଏବଂ ସର୍ବନିମ୍ନ ହେଉଛି 1 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିଲା | ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ କହିଛନ୍ତି ଯେ ତୁଷାରପାତକୁ ଦୃଷ୍ଟିରେ ରଖି ସମସ୍ତ ସଡ଼କ ସମ୍ବନ୍ଧୀୟ ବିଭାଗକୁ ସଜାଗ ରଖାଯାଇଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ