ETV Bharat / bharat

ହାଇଦ୍ରାବାଦରେ ପ୍ରବଳ ବର୍ଷା, ଭାସିଗଲେ ଇଞ୍ଜିନିୟର

ଶନିବାର ହାଇଦ୍ରାବାଦରେ ପ୍ରବଳ ବର୍ଷା ହେବା ଯୋଗୁଁ ଘଟିଛି ଅଘଟଣ । ମୁକୁଳା ଡ୍ରେନରେ ପଡି ଜଣେ ଇଞ୍ଜିନିୟର ଭାସିଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ହାଇଦ୍ରାବାଦରେ ପ୍ରବଳ ବର୍ଷା, ଭାସିଗଲେ ଇଞ୍ଜିନିୟର
ହାଇଦ୍ରାବାଦରେ ପ୍ରବଳ ବର୍ଷା, ଭାସିଗଲେ ଇଞ୍ଜିନିୟର
author img

By

Published : Sep 26, 2021, 5:11 PM IST

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ପ୍ରବଳ ବର୍ଷା ହେବା ପରେ ଘଟିଛି ଅଘଟଣ । ରାତି ସମୟରେ ଘରକୁ ଫେରିବା ସମୟରେ ଡ୍ରେନରେ ପଡି ଭାସିଯାଇଛନ୍ତି ଜଣେ ଇଞ୍ଜିନିୟର । ତେବେ ପୋଲିସ ଖବର ପାଇବା ପରେ ତାଙ୍କୁ ଖୋଜୁଥିବା ସୂଚନା ମିଳିଛି । ଭାସି ଯାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ରଜନୀକାନ୍ତ । ସେ ଶାଦନଗର ଅଞ୍ଚଳରେ ଏକ କମ୍ପାନୀରେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ । ଘଟଣାସ୍ଥଳରୁ ତାଙ୍କ ଘର ମାତ୍ର ୫୦ ମିଟର ଦୂରରେ ରହିଥିଲା । ତେବେ ସେ ରାତି ୯ଟା ସମୟରେ ଘରକୁ ଫେରୁଥିବା ସମୟରେ ଡ୍ରେନରେ ପଡିଯାଇ ଭାସିଯାଇଥିବା ଦେଖିବାକୁ ମିଳିଛି ।

ହାଇଦ୍ରାବାଦରେ ପ୍ରବଳ ବର୍ଷା, ଭାସିଗଲେ ଇଞ୍ଜିନିୟର

ମିଳିଥିବା ସୂଚନା ଅନୁସାରେ ରଜନୀକାନ୍ତ କୌଣସି କାମ ପାଇଁ ବଜାରକୁ ଯାଇଥିଲେ । ରାତି ପ୍ରାୟ ୯ଟା ସମୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା । ତେବେ ସେ କୌଣସି ଏକ ସ୍ଥାନରେ ବର୍ଷା କମିବା ପାଇଁ ଅପେକ୍ଷା କରିଥିଲେ । କିନ୍ତୁ ବର୍ଷା ନ କମିବା ପରେ ସେ ବାଧ୍ୟ ହୋଇ ଘରକୁ ଫେରିଥିଲେ । ତେବେ ଏହି ସମୟରେ ଏଭଳି ଅଘଟଣ ଘଟିଥିଲା ।

ଉଦ୍ଧାରକାରୀ ଟିମ ରଜନୀକାନ୍ତଙ୍କୁ ଖୋଜୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ଖୋଜି ପାଇବାରେ ସକ୍ଷମ ହୋଇନାହିଁ । ଘଟଣାସ୍ଥଳରେ ଥିବା ଡ୍ରେନରେ କିଛି ଉଦ୍ଧାରକାରୀ ଟିମ ଖୋଜୁଥିବା ବେଳେ ଅନ୍ୟ କିଛି କର୍ମଚାରୀ ତାଙ୍କୁ ନେକନାମପୁର ପୋଖରୀରେ ଖୋଜୁଥିବା ସୂଚନା ମିଳିଛି । ସେପଟେ ତେଲଙ୍ଗାନା ମନ୍ତ୍ରୀ ଶବିତା ଇନ୍ଦ୍ରରେଡ୍ଡି ପୀଡ଼ିତଙ୍କ ପରିବାରକୁ ଭେଟିଛନ୍ତି । ସେ ରଜନୀକାନ୍ତଙ୍କୁ ଖୋଜିକି ବାହାର କରିବେ ବୋଲି ପରିବାରକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହିତ ମୁକୁଳା ଡ୍ରେନ ନିକଟରେ ୱାର୍ଣ୍ଣିଂ ବୋଡ ଲଗାଯାଇନଥିବାରୁ ସେଠାକାର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କହିଛନ୍ତି ।

ସୂଚନା ଥାଉ କି ଶନିବାର ହାଇଦ୍ରାବାଦରେ ପ୍ରବଳ ବର୍ଷା ହୋଇଥିଲା । ଏଥି ଯୋଗୁଁ ସହରର ଅନେକ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାସହିତ ରାସ୍ତାଘାଟ ଜଳମଗ୍ନ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.