ETV Bharat / bharat

କେରଳରେ ପ୍ରବଳ ବର୍ଷା ସମ୍ଭାବନା, ଇଡ୍ଡୁକିରେ ରେଡ ୱାଂର୍ଣ୍ଣି ଜାରି - ରେଡ ୱାଂର୍ଣ୍ଣି ଜାରି

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ କେରଳରେ ପ୍ରବଳ ବର୍ଷା ସମ୍ଭାବନା । ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି ।

କେରଳରେ ଭିଷଣ ବର୍ଷା ସମ୍ଭାବନା
କେରଳରେ ଭିଷଣ ବର୍ଷା ସମ୍ଭାବନା
author img

By

Published : Nov 30, 2020, 2:59 PM IST

ଥିରୁବନନ୍ତପୁରମ: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ କେରଳରେ ପ୍ରବଳ ବର୍ଷା ସମ୍ଭାବନା । ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି । ଏହି କାରଣରୁ ବୁଧବାର କେରଳର ଇଡ୍ଡୁକିରେ ରେଡ ୱାଂର୍ଣ୍ଣି ଜାରି କରାଯାଇଛି ।

ଏହାସହ ଥିରୁରୁବନନ୍ତପୁରମ, କୋଲାମ ଏବଂ ପଠାନମିତ୍ରରେ ଅରେଞ୍ଜ ଆଲର୍ଟ ଜାରି କରାଯାଇ ଥିବାବେଳେ ଆଲପ୍ପୁଜା, କୋଟାୟାମ ଏବଂ ଏର୍ଣ୍ଣାକୁଲମରେ ୟେଲୋ ୱାଂର୍ଣ୍ଣି ଜାରି କରାଯାଇଛି ।

ଯାହାକୁ ନେଇ କେରଳ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏନେଇ ସତର୍କ ରହିବା ସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏହି ଲୋପ୍ରେସର ଅବପାତରେ ପରିଣତ ହୋଇପାରେ ବୋଲି KSDMA ମଧ୍ୟ ଚେତାବନୀ ଦେଇଛି ।

ଦକ୍ଷିଣ କେରଳରେ ପ୍ରବଳ ବର୍ଷା ଓ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି। ଆଜି(ସୋମବାର) ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି । ବନ୍ୟା ପରିସ୍ଥିତି ଏବଂ ଭୂସ୍ଖଳନ ହେବାର ସମ୍ଭାବନା ଥିବାରୁ ତଳି ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.