ETV Bharat / bharat

ଆସାମରେ ବର୍ଷାର ତାଣ୍ଡବ, ୧୪ ମୃତ - ଆସାମରେ ବର୍ଷାର ତାଣ୍ଡବ

ଆସାମରେ ବର୍ଷା ସାଙ୍ଗକୁ ଝଡ ଓ ବଜ୍ରପାତ ନେଲା ୧୪ଜଣଙ୍କ ଜୀବନ । ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷଙ୍କ ସୂଚନା । ଅଧିକ ପଢନ୍ତୁ

ଆଶାମରେ ବର୍ଷାର ତାଣ୍ଡବ, ୧୪ ମୃତ
ଆଶାମରେ ବର୍ଷାର ତାଣ୍ଡବ, ୧୪ ମୃତ
author img

By

Published : Apr 17, 2022, 12:28 PM IST

ଗୌହାଟି: ଆସାମରେ ପ୍ରକୃତିର କରାଳ ରୂପ । ବର୍ଷା ସାଙ୍ଗକୁ ଝଡ ଓ ବଜ୍ରପାତ ନେଲା ୧୪ଜଣଙ୍କ ଜୀବନ । ଏନେଇ ଆସାମର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଗତକାଲି(ଶନିବାର) ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ୬ଜଣଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ ଏପ୍ରିଲ ୧୫ ତାରିଖରୁ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ଅନେକ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏପର୍ଯ୍ୟନ୍ତ ପ୍ରବଳ ବର୍ଷା ଯୋଗୁଁ ୫ହଜାର ୮୦୯ କଚ୍ଚା ଘର ଓ ୬୫୫ ପକ୍କା ଘର ମଧ୍ୟ କ୍ଷତି ଗ୍ରସ୍ତ ହୋଇଛି ଏବଂ ୮୫୩ଟି କଚ୍ଚା ଘର ଓ ୨୭ଟି ପକ୍କା ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ରାଜ୍ୟର ୧୨ ଜିଲ୍ଲାରେ ବର୍ଷା ଜାରି ରହିଛି ।

ଏପ୍ରିଲ୍ ୧୫ରେ ଦିବ୍ରୁଗଡ ଜିଲ୍ଲାର ଟିଙ୍ଗଖୋଙ୍ଗ ଅଞ୍ଚଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବାରପେଟା ଏବଂ ଗୋଲପାରା ଜିଲ୍ଲାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି । ୧୨ ଜିଲ୍ଲାର ୫୯୨ଟି ଗାଁରେ ୨୦ହଜାର ୨୮୬ ଜଣ ଲୋକ ପ୍ରଭାବିତ ହୋଇଥିବା ଶନିବାର ଦିନ ASDMA ରିପୋର୍ଟରେ କୁହାଯାଇଛି । ବର୍ଷାର ପ୍ରଭାବରେ ଅନେକ ଗଛ ମଧ୍ୟ ଉପୁଡି ପଡିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.