ETV Bharat / bharat

ଭାରତରେ ରହୁଥିବା ବିଦେଶୀ ନାଗରିକଙ୍କୁ ଦିଆଯିବ କୋରୋନା ଟିକା - foreign nationals vaccination

ଭାରତରେ ରହୁଥିବା ବିଦେଶୀ ନାଗରିକଙ୍କୁ କୋଭିଡ ଭ୍ୟାକ୍ସିନ ନେବା ପାଇଁ CoWin APPରେ ପଞ୍ଜୀକୃତ କରିବା ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ...

ଭାରତରେ ରହୁଥିବା ବିଦେଶୀ ନାଗରିକଙ୍କୁ ଦିଆଯିବ କୋରୋନା ଟିକା

author img

By

Published : Aug 9, 2021, 9:33 PM IST

ନୂଆଦିଲ୍ଲୀ: ଭାରତରେ ଏବେ ବିଦେଶୀ ନାଗରିକ ନେଇପାରିବେ କୋରୋନା ଟିକା । ଭାରତରେ ରହୁଥିବା ବିଦେଶୀ ନାଗରିକଙ୍କୁ କୋଭିଡ ଭ୍ୟାକ୍ସିନ ନେବା ପାଇଁ CoWin APPରେ ପଞ୍ଜୀକୃତ କରିବା ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଭାରତରେ ରହୁଥିବା ବିଦେଶୀ ନାଗରିକଙ୍କୁ କୋୱିନ ଆପ୍‌ରେ ରେଜିଷ୍ଟ୍ରେସନ ସମୟରେ ପରଚୟ ପାଇଁ ପାସପୋର୍ଟ ନମ୍ବର ବ୍ୟବହାର କରିପାରିବେ । ପୋର୍ଟାଲରେ ପଞ୍ଜୀକୃତ ହେବା ପରେ ସେମାନଙ୍କୁ ଟୀକାକରଣ ପାଇଁ ସ୍ଲଟ ଉପଲବ୍ଧ କରାଯିବ ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ବହୁ ସଂଖ୍ୟକ ବିଦେଶୀ ନାଗରିକ ବାସ କରୁଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ କେବଳ ମହାନଗରରେ ରହୁଛନ୍ତି | ଏହି ଅଞ୍ଚଳରେ ଜନସଂଖ୍ୟା ଘନତ୍ବ ଅଧିକ ଥିବାରୁ କୋରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ଯଥେଷ୍ଟ ଅଧିକ ।

ବର୍ତ୍ତମାନସୁଦ୍ଧା ଦେଶରେ 51 କୋଟିରୁ ଅଧିକ ଡୋଜ ଟୀକାକରଣ ସରିଲାଣି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଏହି ସୂଚନା ଦେଇଛି। 10 କୋଟିର ଲକ୍ଷ୍ୟ ହାସଲ କରିବାକୁ ଭାରତ ପାଇଁ 85 ଦିନ ସମୟ ଲାଗିଥିଲା। ଏହା ପରେ, 45 ଦିନରେ 20 କୋଟିର ଲକ୍ଷ୍ୟ ହାସଲ କରାଯାଇଥିଲା ଏବଂ 30 କୋଟିର ଲକ୍ଷ୍ୟ ହାସଲ କରିବାକୁ ଆଉ 29 ଦିନ ସମୟ ଲାଗିଥିଲା। ଏହା ପରେ 24 ଦିନରେ ଦେଶରେ 400 ନିୟୁତ ଟିକା ଦିଆଯାଉଥିଲା ଏବଂ 20 ଦିନ ପରେ 6 ଅଗଷ୍ଟରେ ଏହି ସଂଖ୍ୟା 50 କୋଟି ଅତିକ୍ରମ କରିଥିଲା। ତେବେ ତିନି ଦିନ ତଳେ ଦେଶରେ ଏକ କୋଟିରୁ ଅଧିକ ଟିକା ଦିଆଯାଇଛି ।

ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ 16 ଜାନୁଆରୀରୁ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଟୀକାକରଣ ଏବଂ 2 ଫେବୃଆରୀରୁ ଫ୍ରଣ୍ଟଲାଇନ କର୍ମଚାରୀମାନେ ଟୀକାକରଣ ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟ ଟୀକାକରଣ ମାର୍ଚ୍ଚ 1 ରୁ ଆରମ୍ଭ ହୋଇଥିଲା ଯେଉଁଥିରେ 60 ବର୍ଷରୁ ଅଧିକ ଲୋକ ଏବଂ 45 ବର୍ଷରୁ ଅଧିକ ଲୋକଙ୍କୁ ଦିଆଯାଇଥିଲା ଟିକା ।

ଏପ୍ରିଲ ପହିଲାରୁ 45 ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଭାରତ ଟୀକାକରଣ ଆରମ୍ଭ ହୋଇଥିଲା। ଏହା ପରେ ସରକାର 18 ବର୍ଷରୁ ଅଧିକ ବୟସ୍କ ସମସ୍ତଙ୍କୁ ମେ ପହିଲାରୁ ଟୀକାକରଣ ପାଇଁ ଅନୁମତି ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.