ETV Bharat / bharat

ବ୍ରିଟେନରେ କୋରୋନାର ନୂଆ ଷ୍ଟ୍ରେନ: ହର୍ଷବର୍ଦ୍ଧନଙ୍କ ବୟାନ, ଡରିବାର କିଛି ନାହିଁ

author img

By

Published : Dec 21, 2020, 5:29 PM IST

Updated : Dec 21, 2020, 5:43 PM IST

ବ୍ରିଟେନରେ କୋରୋନା ଭାଇରସର ନୂଆ ପ୍ରକାର ସଂକ୍ରମଣକୁ ନେଇ ବଢିଥିବା ଚିନ୍ତା ମଧ୍ୟରେ ଏହାକୁ ନେଇ ବୟାନ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ । ଅଧିକ ପଢନ୍ତୁ...

ବ୍ରିଟେନରେ କୋରୋନାର ନୂଆ ଷ୍ଟ୍ରେନ: ହର୍ଷବର୍ଦ୍ଧନଙ୍କ ବୟାନ, ଭୟ କରିବାର ନାହିଁ ଆବଶ୍ୟକତା

ନୂଆଦିଲ୍ଲୀ: ଥମୁନି ମହାମାରୀ କୋରୋନା ଆକ୍ରାନ୍ତ । ବ୍ରିଟେନରେ ପୁନର୍ବାର ଆତଙ୍କ ଖେଳାଇଛି କୋରୋନା । ବ୍ରିଟେନରେ କୋରୋନା ଭାଇରସର ନୂଆ ପ୍ରକାର ସଂକ୍ରମଣକୁ ନେଇ ବଢିଥିବା ଚିନ୍ତା ମଧ୍ୟରେ ଏହାକୁ ନେଇ ବୟାନ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ । ସରକାର ସତର୍କ ଥିବା ବେଳେ ଭୟ କରିବାର କୌଣସି ଆବଶ୍ୟକତା ନଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ଡାକ୍ତର ହର୍ଷ ବର୍ଦ୍ଧନ କହିଛନ୍ତି, ଗତ ଏକ ବର୍ଷରେ ସରକାର ସମସ୍ତ କାର୍ଯ୍ୟ କରିଛନ୍ତି ଯାହା କୋରୋନାର ମୁକାବିଲା କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା । ଭାଇରସର ନୂଆ ରୂପର ସଂକ୍ରମଣକୁ ନେଇ ଚିନ୍ତା ଓ ବିମାନ ସେବା ଉପରେ ପ୍ରତିବନ୍ଧକକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରେ ହର୍ଷବର୍ଦ୍ଧନ କହିଛନ୍ତି, ଏହା କାଳ୍ପନିକ ସ୍ଥତି ଓ କାଳ୍ପନିକ କଥା । ଏହାଠାରୁ ବିରତ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ହର୍ଷବର୍ଦ୍ଧନ କହିଛନ୍ତି ସରକାର ପ୍ରତିଟି ସ୍ଥିତିକୁ ନେଇ ଜାଗ୍ରତ ରହିଛନ୍ତି । ତେବେ ଏତେଟା ଭୟ କରିବାର କିଛି ନାହିଁ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ସେପଟେ ବ୍ରିଟେନରେ କୋରୋନା ଭାଇରସର ନୂଆ ଷ୍ଟ୍ରେନ ମିଳିବା ପରେ ଭାରତରେ ଆସନ୍ତା 22ରୁ 31 ଡିସେମ୍ବର ଯାଏଁ ବ୍ରିଟେନକୁ ସମସ୍ତ ବିବାନସେବା ଉପରେ ରୋକ ଲଗାଇଦିଆଯାଇଛି । ତେବେ ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏନେଇ ସୂଚନା ଦିଆଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ଅପିଲ କରି ବ୍ରିଟେନରୁ ଆସୁଥିବା ସମସ୍ତ ଫ୍ଲାଇଟ ଉପରେ ତୁରନ୍ତ ପ୍ରତିବନ୍ଧକ ଅନୁରୋଧ କରିଥିଲେ ।

ବ୍ରିଟେନରେ ସାମ୍ନାକୁ ଆସିଥିବା କୋରୋନାର ନୂଆ ଷ୍ଟ୍ରେନ୍‌କୁ ସୁପରସ୍ପେଡର ବୋଲି କୁହାଯାଉଛି । ଏନେଇ ସେଠାରେ ଅଚାନକ ସଂକ୍ରମଣରେ ବୃଦ୍ଧି ଘଟିଛି ।

Last Updated : Dec 21, 2020, 5:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.