ନୂଆଦିଲ୍ଲୀ: ଭାରତ ଗସ୍ତରେ ଥିବା ଜାତିସଂଘ ସୁରକ୍ଷା ପରିଷଦ ଆତଙ୍କବାଦ ନିରୋଧୀ କମିଟି ପ୍ରତିନିଧିମଣ୍ଡଳୀ (UN Security Council Counter Terrorism Committee)ର ସଦସ୍ୟମାନେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି । ଆଜି ସଂଧ୍ୟାରେ ରାଷ୍ଟ୍ରପତି ଭବନରେ ଏହି ଅନ୍ତର୍ଜାତୀୟ କିମିଟର ସଦସ୍ୟମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବା ସହ ଆଲୋଚନା ମଧ୍ୟ କରିଛନ୍ତି । ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ମଧ୍ୟ ଏହି ସାକ୍ଷାତକାରରେ ଉପସ୍ଥିତ ଥିଲେ ।
-
Heads of Delegations of the United Nations Security Council’s Counter-Terrorism Committee (CTC) called on President Droupadi Murmu. The President said that India has a national commitment to fight the evil of terrorism, in all its forms and manifestations. pic.twitter.com/6xdcg0VFES
— ANI (@ANI) October 29, 2022 " class="align-text-top noRightClick twitterSection" data="
">Heads of Delegations of the United Nations Security Council’s Counter-Terrorism Committee (CTC) called on President Droupadi Murmu. The President said that India has a national commitment to fight the evil of terrorism, in all its forms and manifestations. pic.twitter.com/6xdcg0VFES
— ANI (@ANI) October 29, 2022Heads of Delegations of the United Nations Security Council’s Counter-Terrorism Committee (CTC) called on President Droupadi Murmu. The President said that India has a national commitment to fight the evil of terrorism, in all its forms and manifestations. pic.twitter.com/6xdcg0VFES
— ANI (@ANI) October 29, 2022
ସଦସ୍ୟଙ୍କୁ ସ୍ବାଗତ ଭାଷଣରେ ରାଷ୍ଟ୍ରପତି ପ୍ରତିନିଧିମାନଙ୍କୁ ଭାରତର ଆତଙ୍କବାଦ ନିରୋଧୀ ସ୍ପଷ୍ଟ ଆଭିମୁଖ୍ୟ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅବଗତ କରିଥିଲେ । ରାଷ୍ଟ୍ରପତି କହିଥିଲେ, ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାବରେ ଭାରତ ଏକ ମୁକ୍ତ ଏବଂ ବିବିଧ ସମାଜ ଭାବେ ଦଶନ୍ଧି ଧରି ଆତଙ୍କବାଦର ଶିକାର ହୋଇଆସୁଛି । ଆତଙ୍କବାଦର ସମସ୍ତ କାର୍ଯ୍ୟକଳାପକୁ ପଣ୍ଡ କରିବା ପାଇଁ ଭାରତ ପ୍ରତିବଦ୍ଧତାର କାର୍ଯ୍ୟ ଜାରି ରଖିଛି । ମୁମ୍ବାଇରେ 26/11 ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପୀଡିତଙ୍କୁ ଏହି କମିଟିର ସଦସ୍ୟମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଯାହାକୁ ରାଷ୍ଟ୍ରପତି ପ୍ରଶଂସା ମଧ୍ୟ କରିଥିଲେ ।
ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପ ପ୍ରତି ଶୂନ୍ୟ ସହନଶୀଳତା ବଜାୟ ରଖିବା ପାଇଁ ଭାରତ ସର୍ବଦା ପ୍ରତିବଦ୍ଧତା ପ୍ରକାଶ କରିଆସିଛି । ଭାରତ ଗସ୍ତରେ ଆସିଥିବା ଏହି ଅନ୍ତର୍ଜାତୀୟ କମିଟି 28 ଓ 29 ତାରିଖରେ ମୁମ୍ବାଇ ଏବଂ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ବୈଠକରେ ଯୋଗଦେବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ