ETV Bharat / bharat

ପିଲାଙ୍କୁ ସ୍କୁଲ୍‌ ଛାଡ଼ିଲେନି ଅଭିଭାବକ, ଛାତ୍ରଛାତ୍ରୀଙ୍କ ଘରେ ସାମ୍ନାରେ ଶୋଇ ପ୍ରଧାନଶିକ୍ଷକଙ୍କ ଧାରଣା - ତେଲେଙ୍ଗାନାରେ ପ୍ରଧାନ ଶିକ୍ଷକଙ୍କ ଧାରଣା

ଅଭିଭାବକ ପିଲାଙ୍କୁ ସ୍କୁଲ୍‌ ନଛାଡ଼ିବାରୁ ପ୍ରଧାନଶିକ୍ଷକ ସେମାନଙ୍କ ଘର ଆଗରେ ଶୋଇ ଧାରଣା ଦେଇଛନ୍ତି । ତେଲେଙ୍ଗାନାରେ ଏଭଳି ହିଁ କିଛି ଚିତ୍ର ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ପିଲାଙ୍କୁ ସ୍କୁଲ୍‌ ଛାଡ଼ିଲେନି ଅଭିଭାବକ, ଛାତ୍ରଛାତ୍ରୀଙ୍କ ଘରେ ସାମ୍ନାରେ ଶୋଇ ପ୍ରଧାନଶିକ୍ଷକଙ୍କ ଧାରଣା

author img

By

Published : Jun 16, 2022, 9:56 PM IST

ହାଇଦ୍ରାବାଦ: ଶିକ୍ଷକ ଓ ସ୍କୁଲ୍‌କୁ ନେଇ ଅନେକ ବିକ୍ଷୋଭ ଓ ଧାରଣା ଖବର ଆପଣ ଶୁଣିଥିବେ କିମ୍ବା ପଢ଼ିଥିବେ । ଆଜି ଆମେ ଆପଣଙ୍କୁ ଏକ ଭିନ୍ନ ଧରଣର ଖବର ଦେବାକୁ ଯାଉଛି । କେବେ ଛାତ୍ରଛାତ୍ରୀ ସ୍କୁଲ୍‌ ନଆସିବାରୁ ଶିକ୍ଷକଙ୍କ ଧାରଣା କଥା ପଢ଼ିଛନ୍ତି । ଜୁନ୍‌ ୧୫ ତାରିଖରେ ତେଲେଙ୍ଗାନାରେ ଏଭଳି ହିଁ କିଛି ଚିତ୍ର ଦେଖିବାକୁ ମିଳିଥିଲା । ଅଭିଭାବକ ପିଲାଙ୍କୁ ସ୍କୁଲ୍‌ ନଛାଡ଼ିବାରୁ ପ୍ରଧାନଶିକ୍ଷକ ସେମାନଙ୍କ ଘର ଆଗରେ ଶୋଇ ଧାରଣା ଦେଇଛନ୍ତି ।

କୋରୋନା କଟକଣା ପରେ ତେଲେଙ୍ଗାନାରେ ସ୍କୁଲ୍‌ ଖୋଲିବା ଆରମ୍ଭ ହୋଇଛି । ତେବେ କୋଭିଡ ଭୟରେ ଅଭିଭାବକ ପିଲାଙ୍କୁ ସ୍କୁଲ୍‌ ଛାଡ଼ୁ ନାହାନ୍ତି । ସାଙ୍ଗାରେଡ୍ଡି ଜିଲ୍ଲା ପୁଲ୍‌କାଲ୍‌ ଜୋନ୍‌ ମାନିକ୍ୟାୟମକ ଗାଁ ସ୍କୁଲ୍‌ରେ ମୋଟ ୧୭୫ ଛାତ୍ରଛାତ୍ରୀ ପାଠପଢ଼ନ୍ତି । ପିଲାଏ ସ୍କୁଲ୍‌ ନଆସିବାରୁ ପ୍ରଧାନଶିକ୍ଷକ ଶ୍ରୀଧର ରାଓ ପ୍ରତି ପିଲାଙ୍କ ଘରୁ ଯାଇ ସେମାନଙ୍କୁ ସ୍କୁଲ୍‌ ଆସିବାକୁ କହିଥିଲେ ।

ତେବେ ଏଥିରେ ପିଲାଙ୍କ ବାପାମାଆ ରାଜି ହୋଇନଥିଲେ ଶେଷରେ ପ୍ରଧାନ ଶିକ୍ଷକ ପିଲାଙ୍କ ଘର ଆଗରେ ଡହଡହ ଖରାରେ ଶୋଇପଡ଼ି ପିଲାଙ୍କୁ ସ୍କୁଲ୍‌ ଛାଡ଼ିବାକୁ ଧାରଣା ଦେଇଥିଲେ । ଶେଷରେ ବାଧ୍ୟ କେତେକ ଅଭିଭାବକ ପିଲାଙ୍କୁ ସ୍କୁଲ୍‌ ଛାଡି଼ଥିଲେ । ଯେପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ସ୍କୁଲ ନଆସିଛନ୍ତି ସେ ଏଭଳି ଧାରଣା ଜାରି ରଖିବେ ବୋଲି କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.