ETV Bharat / bharat

HC Rebukes AMC: ମୁଁ କଣ ଖାଇବି ଆପଣ ସ୍ଥିର କରିବେ ? - ଗୁଜୁରାଟ ହାଇକୋର୍ଟ ନ୍ୟୁଜ

ଗୁଜୁରାଟ ଅହମ୍ମଦାବାଦ ମୁନିସିପାଲ କର୍ପୋରେସନ(AMC) ଉପରେ ବର୍ଷିଲେ ହାଇକୋର୍ଟ । ଲୋକେ କ'ଣ ଖାଇବେ ତାହା କଣ ଆପଣ କିପରି ସ୍ଥିର କରିବେ ? ବୋଲି AMC ଉଦ୍ଦେଶ୍ୟରେ କହିଲେ ନ୍ୟାୟାଳୟ । ଅଧିକ ପଢନ୍ତୁ

HC rebukes AMC: ମୁଁ କ'ଣ ଖାଇବି ଆପଣ ସ୍ଥିର କରିବ ?

author img

By

Published : Dec 10, 2021, 10:31 PM IST

ଅହମ୍ମଦାବାଦ: ଗୁଜୁରାଟ ଅହମ୍ମଦାବାଦ ମୁନିସିପାଲ କର୍ପୋରେସନ (AMC) ଉପରେ ବର୍ଷିଲେ ହାଇକୋର୍ଟ । ଲୋକେ କ'ଣ ଖାଇବେ ତାହା ଆପଣ ସ୍ଥିର କରିବେ ? କାଲି ମୁଁ ବାହାରେ କ'ଣ ଖାଇବି ତାହାର ନିଷ୍ପତ୍ତି ବି ଆପଣ ନେବେ ? କାରଣ କ୍ଷମତାରେ ଥିବା ବ୍ୟକ୍ତି ଅଚାନକ ଏହା ଚାହୁଁଛନ୍ତି । ରାସ୍ତାକଡ ଠେଲା ବ୍ୟବସାୟୀଙ୍କ ଦ୍ବାରା ଦାଏର ଏକ ମାମଲାର ଶୁଣାଣି କରି AMCକୁ ଏଭଳି ଭାବେ ଭର୍ତ୍ସନା କରିଛନ୍ତି ଗୁଜୁରାଟ ହାଇକୋର୍ଟ ।

ସମ୍ପୂର୍ଣ୍ଣ ଘଟଣାକ୍ରମ କିଛି ଏପରି ରହିଛି । ବିନା କୌଣସି ଅଧିକାରୀଙ୍କ ଆଦେଶରେ AMC ସହରର ରାସ୍ତାକଡରେ ମାଂସହାରୀ (Nonveg) ଖାଦ୍ୟ ବିକ୍ରି କରୁଥିବା କିଛି ଠେଲା ବ୍ୟବସାୟୀଙ୍କ ଠେଲାଗାଡିକୁ ଜବତ କରିଥିଲେ । ଏନେଇ ବ୍ୟବସାୟୀ ମହଲରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା । ଏନେଇ ସେମାନେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ୨୦ ଜଣ ଠେଲା ବ୍ୟବସାୟୀଙ୍କ ଦ୍ବାରା ୨୫ ତାରିଖ ଦିନ ଫାଇଲ ହୋଇଥିବା ଉକ୍ତ ପିଟିସନର ଶୁଣାଣି କରିଛନ୍ତି ଗୁଜୁରାଟ ହାଇକୋର୍ଟ ।

ମାମଲାର ଶୁଣାଣି ସମୟରେ ସରକାରୀ ଓକିଲଙ୍କୁ ସମ୍ବୋଧିତ କରି ହାଇକୋର୍ଟ ଜଷ୍ଟିସ ବିରେନ ବୈଷ୍ଣବ କହିଛନ୍ତି, ଆପଣ ମାଂସାହାରୀ ଖାଦ୍ୟ ପସନ୍ଦ କରୁନାହାଁନ୍ତି, ତାହା ଆପଣଙ୍କ ଦୃଷ୍ଟିକୋଣ । ଲୋକେ ବାହାରେ କ'ଣ ଖାଇବେ ତାହା ଆପଣ କିପରି ସ୍ଥିର କରିବେ । କାଲି ମୁଁ ଘର ବାହାରେ କ'ଣ ଖାଇବି ତାହାର ନିଷ୍ପତ୍ତି ବି ଆପଣ ନେବେ । ମୁନିସିପାଲ କମିଶନରଙ୍କୁ ତୁରନ୍ତ ଡକାନ୍ତୁ ଏବଂ ପଚରାନ୍ତୁ କି ସେ କରୁଛନ୍ତି । କାଲି ସେହି ଲୋକମାନେ କହିବେ କି ମୋତେ ଆଖୁରସ ପିଇବା ଠିକ୍ ନୁହେଁ କାରଣ ଏହାଦ୍ବାରା ମଧୁମେହ ହେବ ଏବଂ କଫି ମଧ୍ୟ ପିଇବା ଠିକ୍ ନୁହେଁ କାରଣ କଫି ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ସେମାନେ କ'ଣ ଯାହା ଚାହିଁବେ ତାହା ହିଁ ହେବ ବୋଲି AMC ଉଦ୍ଦେଶ୍ୟରେ କହିଛନ୍ତି କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.