ଚଣ୍ଡିଗଡ: ହିନ୍ଦୁଶାସ୍ତ୍ର ଅନୁସାରେ ସ୍ବାମୀ ଓ ସ୍ତ୍ରୀର ସମ୍ପର୍କକୁ ଏକ ପବିତ୍ର ବନ୍ଧନ ବୋଲି ମନା ଯାଇଥାଏ । ଏଥିସହ ସାତ ଜନ୍ମ ପାଇଁ ଦୁହେଁ ଏକାଠି ରହିବା ପାଇଁ ପ୍ରତିଶୃତି ମଧ୍ୟ ଦେଇଥାନ୍ତି । ତେବେ କିଛି ଲୋକ ଏହି ପବିତ୍ର ସମ୍ପର୍କକୁ ଏବେ ବ୍ୟବସାୟ କରିବାକୁ ଲାଗିଲେଣି ।
ଏପଟେ ହରିୟାଣାର ପାନୀପତ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଯେଉଁଠି ଜଣେ ମହିଳା ସାତ ଜଣଙ୍କୁ ବିବାହ କରିବା ସହ ପରବର୍ତ୍ତୀ ସମୟରେ ଟଙ୍କା ଗହଣା ଲୁଟ କରି ଫେରାର ହୋଇଯାଇଥାଏ । ତେବେ କିଛି ଦିନ ପରିବାର ସହ ରହିବା ପରେ ସବୁ ଲୁଟପାଟ କରିବା ପରେ ଫେରାର ହୋଇଥାଏ ଏହି ଲୁଟେରା ବୋହୂ ।
ମାତ୍ର ମାର୍ଚ୍ଚ ୧୩ରେ ସବୁ ଖେଳ ସମାପ୍ତ କରି ଦେଇଛି ହରିୟାଣା ପୋଲିସ । ତେବେ ମାର୍ଚ୍ଚ ୧୩ରେ ଏହାର ଖୁଲାସା ହୋଇଥିଲା, ଯେତେବେଳେ ମହିଳାଙ୍କ ତୃତୀୟ ଓ ଚତୁର୍ଥ ସ୍ବାମୀ ବାହାଘରର ସମସ୍ତ କାଗଜପତ୍ର ଧରି ନୌଲଥା ପହଞ୍ଚିଥିଲେ । ମାତ୍ର ମହିଳା ଏହା ପୂର୍ବରୁ ପଞ୍ଚମ ବାହାଘର କରି ହୋଇସାରିଥିବାବେଳେ ଗତକାଲି ଶନିବାର ମହିଳାଙ୍କ ସପ୍ତମ ସ୍ବାମୀ ଥିବା ଜଣାପଡିଛି ।
ସେହିପରି ହରିୟାଣାରେ ଏବେ ଅନେକ ଲୋକଙ୍କ ବାହାଘର ହୋଇନଥିବାବେଳେ ଏଥିରୁ ଅଧିକାଂଶ ଲୋକଙ୍କୁ ବୟସ ଅଧିକ ହୋଇଥିବା ଜଣାପଡିଛି । ଏଥିସହ ଯେଉଁ ଯୁବକ କିମ୍ବା ବ୍ୟକ୍ତିଙ୍କ ଛାଡପତ୍ର ହୋଇଯାଇଛି, ସେହି ଲୋକଙ୍କୁ ନିଜର ଟାର୍ଗେଟ୍ କରୁଥିଲା ଏହି ମହିଳା । ଏହା ସହିତ ବାହାଘରର ୧୦ ଦିନ ପରେ ମହିଳା ଜଣକ ଶାଶୁଘର ଲୋକଙ୍କୁ ଧମକ ଦେବା ସହିତ ଯୌତୁକ ନିର୍ଯାତନା ଅଭିଯୋଗ ଆଣି ସେମାନଙ୍କ ଠାରୁ ଟଙ୍କା ଆଦାୟ କରୁଥିଲା ।
ସେହିଭଳି ଖାଲି ଏତିକିରେ ଏହି ୪୨୦ ମହିଳାଙ୍କ କାରନାମ ଶେଷ ହୋଇନଥାଏ କାହାକୁ ନପୁସଂକ କହି ମଧ୍ୟ ଲୁଟୁଥିଲା । ତେବେ ଏହି ମହିଳାଙ୍କର ପିତା-ମାତା ନାହାନ୍ତି ବୋଲି କହିବା ସହ ବିବାହ ମଧ୍ୟସ୍ଥିଙ୍କ ଦ୍ୱାରା କରାଯାଇଥାଏ । ଏହି ଗ୍ୟାଙ୍ଗରେ ତିନି ଜଣ ମହିଳାଙ୍କ ସମେତ ୭ଜଣ ବ୍ୟକ୍ତି ଜଡିତ ଥିବା ଜଣାପଡିଛି ।
ଏତଦ୍ବ୍ୟତୀତ୍ ଏହି ଠକାମିର ଶିକାର ହୋଇଥିବା ନୌଲଥା ନିବାସୀ ପୀଡିତ ରାଜେନ୍ଦ୍ର କୁମାର କହିଛନ୍ତି ଯେ, ଅଞ୍ଜୁ ହେଉଛି ପରିବର୍ତ୍ତନ ନାମ । ତେବେ ପ୍ରଥମ ବିବାହ ସତୀଶ ବାସିନ୍ଦା ଖେଡି କରାମ ଶାମଲିଙ୍କ ସହ ହୋଇଥିଲା । ଏଥିସହ ତାଙ୍କର ଏକ ସନ୍ତାନ ମଧ୍ୟ ଅଛି । ଦ୍ୱିତୀୟ ବିବାହ ଜାନୁୟାରୀ ୧ରେ ରାଜସ୍ଥାନରେ ହୋଇଥିଲା ।
ମାତ୍ର ଅଞ୍ଜୁ ଆଧାର କାର୍ଡରେ ପିତାଙ୍କ ନାମ ପରିବର୍ତ୍ତନ କରି କରିବା ସହ ତୃତୀୟ ବିବାହ ୧୫ ଫେବୃଆରୀରେ ସୁନୀଲ ବୁଟାନାଙ୍କ ସହ କରିଥିଲେ । ତେବେ ସପ୍ତମ ବର ମହିଳାଙ୍କ ବିରୋଧରେ ଟଙ୍କା ଲୁଟିବା ଅଭିଯୋଗ କରିଥିଲେ । ଏଥିସହ ଚତୁର୍ଥ ବିବାହ ୨୧ ଫେବୃଆରୀରେ ରାଜେନ୍ଦ୍ର ବାସିନ୍ଦା ନୌଲଥାଙ୍କ ସହ ହୋଇଥିଲା ଏବଂ ପଞ୍ଚମ ବିବାହ ଗୌରବ ନିବାସୀ କୁଟାନାଙ୍କ ସହ ହୋଇଥିଲା ।
ସେହିପରି ଷଷ୍ଠ ବିବାହ କରନାଲ ସନ୍ଦୀପଙ୍କ ସହ ହୋଇଥିବା ବେଳେ ବର୍ତ୍ତମାନ ବାଧାୱା ରାମ କଲୋନୀର ବାସିନ୍ଦା ସୁମିତଙ୍କୁ ସପ୍ତମ ବର ଭାବରେ ତାଙ୍କୁ ବିବାହ କରିଥାନ୍ତେ । ହେଲେ ମହିଳା ଜଣକ ଟଙ୍କା ଲୁଟିବା ଅଭିଯୋଗ ଆଣିଛନ୍ତି । ମାତ୍ର ସୁମିତ ପୋଲିସ ନିକଟରେ ଅଭିଯୋଗ କରି ନଥିବା ଜଣାପଡିଛି ।
ଅନ୍ୟପଟେ ପ୍ରଥମ ବିବାହ ବ୍ୟତୀତ ବିବାହ ଏଜେଣ୍ଟ ଅମିତ ପୁଅ ବିଜନ୍ଦ୍ର ସିଂ, ବିବାହ ଏଜେଣ୍ଟ ବାଲା ଏବଂ ଏମାନଙ୍କ ସହଯୋଗୀମାନେ ସମସ୍ତ ବିବାହରେ ଷଡଯନ୍ତ୍ର କରିବା ସହ ଲୋକଙ୍କୁ ଲୁଟୁଥିଲେ । ମାତ୍ର ପୀଡିତ ରାଜେନ୍ଦ୍ର ବାସିନ୍ଦା ନୌଲଥାଙ୍କ ଅଭିଯୋଗରେ ପୋଲିସ ଅଞ୍ଜୁ ଓ କରନାଲର ଗୌରବ ବାସିନ୍ଦା, ଜଲାଲପୁର ନରେଶ ବାସିନ୍ଦା ସୁରେଶ ନନ୍ଦଲ ଏବଂ ଜିଲ୍ଲା କୋର୍ଟ କରନାଲର ଧର୍ମେନ୍ଦ୍ର ଖେଡାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ତେବେ ପୋଲିସ ଏହି ଜାଲିଆତି ଘଟଣାର ବର୍ତ୍ତମାନ ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ