ETV Bharat / bharat

ଲରେନ୍ସ-ଗୋଲ୍ଡି ବରାର ଗ୍ୟାଙ୍ଗର 4 ସଦସ୍ୟଙ୍କୁ ବାନ୍ଧିଲା ହରିୟାଣା ପୋଲିସ

author img

By

Published : Jul 25, 2022, 12:04 PM IST

ହରିୟାଣା ପୋଲିସ କବ୍ଜାରେ ଲରେନ୍ସ ବିଷ୍ଣୋଇ, ଗୋଲ୍ଡି ବରାର ଗ୍ୟାଙ୍ଗର 4 ସଦସ୍ୟ । ଏକାଧିକ ମାଉଜର ଓ ଅଫୁଟା ଗୁଳି ଜବତ । ବଡ ଅପରାଧ ଘଟାଇବାର ଯୋଜନାରେ ଥିବା ପ୍ରାଥମିକ ଜେରାରୁ ସ୍ପଷ୍ଟ କଲା ପୋଲିସ । ଅଧିକ ପଢନ୍ତୁ

ଲରେନ୍ସ ବିଷ୍ଣୋଇ, ଗୋଲ୍ଡି ବରାର ଗ୍ୟାଙ୍ଗର 4 ସଦସ୍ୟଙ୍କୁ ବାନ୍ଧିଲା ପଞ୍ଜାବ ପୋଲିସ, ମାରଣାସ୍ତ୍ର ଜବତ

ଚଣ୍ଡିଗଡ: ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡି ବରାର ଗ୍ୟାଙ୍ଗର 4 ସଦସ୍ୟ ଗ୍ୟାଙ୍ଗଷ୍ଟାରଙ୍କୁ ଗିରଫ କରିବାରେ ସଫଳ ହୋଇଛି ହରିୟାଣା ପୋଲିସ । ଗିରଫ ଅଭିଯୁକ୍ତଙ୍କ ଠାରୁ 4 ଅତ୍ୟାଧୁନିକ ମାଉଜର, 22 ଟି ଅଫୁଟା ଗୁଳି ଓ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ ହୋଇଛି । ସେମାନଙ୍କ ମୋବାଇଲ ଫୋନ ମଧ୍ୟ ଜବତ କରି କଲ ରେକର୍ଡ ଯାଞ୍ଚ କରୁଛି ପୋଲିସ ।

ପ୍ରାଥମିକ ଜେରା ପରେ ସ୍ଥାନୀୟ ଆମ୍ବାଲା ପୋଲିସ ଏସପି ପ୍ରେସମିଟ ଜରିଆରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇଛନ୍ତି । ଏମାନେ ସମସ୍ତେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଓ କାନାଡା ପଳାଇଥିବା ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାରର ଗ୍ୟାଙ୍ଗ ସହ ପ୍ରତ୍ୟେକ୍ଷ ଜଡିତ ଥିଲେ । ଏମାନେ ପୂର୍ବରୁ ମଧ୍ୟ ଏକାଧିକ ଅପରାଧରେ ସାମିଲ ଥିଲେ ଓ ଆଗାମୀ ଦିନରେ ମଧ୍ୟ ଅପରାଧ କରିବା ପାଇଁ ଯୋଜନା କରୁଥିବା ନେଇ ପୋଲିସ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.