ETV Bharat / bharat

2 ଘଣ୍ଟା ପାଇଁ ଏହି ରାଜ୍ୟରେ ବାଣ ଫୁଟାଇବାକୁ ଅନୁମତି - ହରିୟାଣାରେ ଫୁଟିବ ବାଣ

ପ୍ରଦୂଷଣକୁ ହ୍ରାସ କରିବା ଏବଂ ସଂକ୍ରମଣର ପ୍ରସାରକୁ ରୋକିବାକୁ ବାଣ ବିକ୍ରି ଓ ବିସ୍ଫୋରଣ ଉପରେ ଦେଶର ବିଭିନ୍ନ ରାଜ୍ୟରେ ଲଗାଯାଇଛି ପ୍ରତିବନ୍ଧକ । ଦିଲ୍ଲୀ, ପଶ୍ଚିମବଙ୍ଗ ଓ ଓଡିଶାରେ ସମ୍ପୂର୍ଣ୍ଣ ବ୍ୟାନ ଥିବାବେଳେ ଏହି ରାଜ୍ୟବାସୀ ଫୁଟାଇ ପାରିବେ ବାଣ । ଅଧିକ ପଢନ୍ତୁ...

2 ଘଣ୍ଟା ପାଇଁ ଏହି ରାଜ୍ୟରେ ବାଣ ଫୁଟାଇବାକୁ ଅନୁମତି

author img

By

Published : Nov 9, 2020, 12:16 PM IST

ଚଣ୍ଡୀଗଡ: କୋରୋନା ମହାମାରୀ ସମୟରେ କ୍ଷତିକାର ହୋଇପାରେ ବାୟୁ ପ୍ରଦୂଷଣ । ଆଗକୁ ଦୀପାବଳି ଥିବାରୁ ପ୍ରଦୂଷଣ ମାତ୍ରା ବଢିବାର ଆଶଙ୍କା ରହିଛି । ତେଣୁ ଦେଶର ବିଭିନ୍ନ ରାଜ୍ୟରେ ଆଗୁଆ ପଦକ୍ଷେପ ଭାବେ ବାଣ ବିକ୍ରି ଓ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଛି । ହରିୟାଣାରେ 2 ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।

ଶୁକ୍ରବାର ରାଜ୍ୟରେ ସମ୍ପୂର୍ଣ୍ଣ ବାଣ ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଯାଇଥିଲା । ହେଲେ ପରେ ପ୍ରଦୂଷଣ ମାତ୍ରାକୁ ନଜରରେ ରଖି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ର ଗାଇଡଲାଇନ ଅନୁସାରେ ରବିବାର ବାଣ ଫୁଟାଇବାକୁ ଅନୁମତି ଦେଇଛି । ରବିବାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏନେଇ ସୂଚନା ଦେଇଛନ୍ତି ।

ପ୍ରଦୂଷଣକୁ ହ୍ରାସ କରିବା ଏବଂ ସଂକ୍ରମଣର ପ୍ରସାରକୁ ରୋକିବାକୁ ବାଣ ବିକ୍ରି ଓ ବିସ୍ଫୋରଣ ଉପରେ ପ୍ରତିବନ୍ଧକ ଲଗାଯାଇଛି ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ, ଆଜି ମଧ୍ୟରାତ୍ରୀରୁ 30 ନଭେମ୍ବର ଯାଏଁ ସମ୍ପୂର୍ଣ୍ଣ ଦିଲ୍ଲୀରେ ବାଣ ବିକ୍ରି ଓ ବ୍ୟବହାରକୁ ବାରଣ କରିଛନ୍ତି । ଓଡିଶା ଓ ରାଜସ୍ଥାନ ଓ ପଶ୍ଚିମବଙ୍ଗରେ ମଧ୍ୟ ବାରଣ କରାଯାଇଛି । ବାଣରୁ ବାହାରୁଥିବା ବିସ୍ଫୋରକ ତଥା ବିଷାକ୍ତ ପଦାର୍ଥ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ତେଣୁ ଆଗୁଆ ପଦକ୍ଷେପ ଭାବେ ଏହି ରାଜ୍ୟଗୁଡିକ ବାଣ ବ୍ୟାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.