ETV Bharat / bharat

ସ୍ବାଧୀନତା ଦିବସରେ ହରିୟାଣାର ଜିନ୍ଦରେ ଟ୍ରାକ୍ଟର ରାଲି କରିବେ ଚାଷୀ

author img

By

Published : Jul 26, 2021, 12:58 PM IST

ଅଗଷ୍ଟ 15ରେ ହରିୟାଣାର ଜିନ୍ଦ ଜିଲ୍ଲାରେ କୃଷି ଆଇନ ବିରୋଧରେ ଟ୍ରାକ୍ଟର ରାଲି କରିବେ ଜିନ୍ଦର ଚାଷୀ । ଅଧିକ ପଢନ୍ତୁ...

ସ୍ବାଧୀନତା ଦିବସରେ ହରିୟାଣାର ଜିନ୍ଦରେ ଟ୍ରାକ୍ଟର ରାଲି କରିବେ ଚାଷୀ
ସ୍ବାଧୀନତା ଦିବସରେ ହରିୟାଣାର ଜିନ୍ଦରେ ଟ୍ରାକ୍ଟର ରାଲି କରିବେ ଚାଷୀ

ଚଣ୍ଡିଗଡ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ସୀମାରେ ଦୀର୍ଘ ଦିନ ହେବ ଜାରି ରହିଛି ଚାଷୀ ଆନ୍ଦୋଳନ । ଏ ପର୍ଯ୍ୟନ୍ତ ବାହାରି ପାରୁନାହିଁ କୌଣସି ନିଷ୍କର୍ଷ । ସ୍ବାଧୀନତା ଦିବସ ଦିନ ହରିୟାଣାର ଜିନ୍ଦ ଜିଲ୍ଲାରେ କୃଷି ଆଇନ ବିରୋଧରେ ଟ୍ରାକ୍ଟର ରାଲି ହେବ ବୋଲି ସୂଚନା ଦେଇଛନ୍ତି କୃଷକ ନେତା ବିଜେନ୍ଦ୍ର ସିନ୍ଧୁ ।

ଏହା ସହିତ କୌଣସି ମନ୍ତ୍ରୀ ବା ଲୋକ ପ୍ରତିନିଧିଙ୍କୁ ପତାକା ଉତ୍ତୋଳନ କରାଇ ଦେବେ ନାହିଁ ବୋଲି କହିଛନ୍ତି କୃଷକ ନେତା । ଟ୍ରାକ୍ଟରରେ ଉଭୟ ତ୍ରିରଙ୍ଗା ଓ କିଶାନ ପତାକା ଲଗାଯାଇ ସହର ସାରା ରାଲି କରାଯିବ ବୋଲି କହିଛନ୍ତି କୃଷକ ନେତା ବିଜେନ୍ଦ୍ର ସିନ୍ଧୁ । କୌଣସି ବିଜେପି ନେତାଙ୍କୁ ପତାକା ଉତ୍ତୋଳନ କରିବାକୁ ଦିଆଯିବ ନାହିଁ ।

ସେ ଆହୁରି କହିଛନ୍ତି ଯଦି କେହି ଆସନ୍ତି ତେବେ କୃଷକମାନେ ସେମାନଙ୍କୁ ଅଟକାଇବେ ନାହିଁ କି ବାଧା ସୃଷ୍ଟି କରିବେ ନାହିଁ । ଏହା ପରିବର୍ତ୍ତେ ଆମ କୋର କମିଟି ସେମାନଙ୍କୁ କଳା ପତାକା ଦେଖାଇବ । ବ୍ୟକ୍ତିଗତ ଭାବରେ ମୁଁ ଅନୁଭବ କରୁଛି ଯେ,ଅଗଷ୍ଟ 15 ଭଳି ଜାତୀୟ ଉତ୍ସବରେ କିଛି ବାଧା ସୃଷ୍ଟି ହେବା ଉଚିତ୍ ନୁହେଁ ।

ଜିନ୍ଦରେ କୃଷକଙ୍କର ଏହି ଟ୍ରାକ୍ଟର ରାଲି ନିଷ୍ପତ୍ତିକୁ ସମର୍ଥନ କରିବା ସହିତ ସେମାନଙ୍କୁ ବିପ୍ଳବୀ ବୋଲି କହିଛନ୍ତି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ । ଦିଲ୍ଲୀରେ ବିକ୍ଷୋଭ ସ୍ଥାନରୁ ଗଣମାଧ୍ୟମକୁ ରାକେଶ ଟିକାୟତ କହିଛନ୍ତି ଯେ ଟ୍ରାକ୍ଟର ରାଲି କରିବା କିଛି ଖରାପ ଜିନିଷ ନୁହେଁ ,ଜାତୀୟ ପତାକା ସହିତ ଟ୍ରାକ୍ଟର ଚଳାଇବା ଲୋକଙ୍କ ମଧ୍ୟରେ ଜାତୀୟତାବାଦ ବଢାଇଥାଏ ।

ଜାନୁଆରୀ ୨୬ରେ ବିକ୍ଷୋଭକାରୀମାନେ ନୂଆଦିଲ୍ଲୀରେ ପ୍ରବେଶ କରିବା ପାଇଁ ବ୍ୟାରିକେଡ ଭାଙ୍ଗି ଜାତୀୟ ରାଜଧାନୀର ବିଭିନ୍ନ ସ୍ଥାନରେ ଚାଷୀଙ୍କ ଦ୍ବାରା ଆୟୋଜିତ ହୋଇଥିବା ଟ୍ରାକ୍ଟର ରାଲିର ବିରୋଧ କରିଥିଲେ । ପ୍ରକାଶ ଥାଉ କି,ଗତ ବର୍ଷ ନଭେମ୍ବର 26ରୁ କୃଷକମାନେ ଜାତୀୟ ରାଜଧାନୀର ବିଭିନ୍ନ ସୀମାରେ କେନ୍ଦ୍ରର ନୂତନ କୃଷି ଆଇନ ବିରୋଧ ବିକ୍ଷୋଭ କରି ଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.