ETV Bharat / bharat

ଆଜିଠୁ ହରିୟାଣାରେ ଆଉ ସପ୍ତାହେ ବଢିଲା ଲକଡାଉନ ଅବଧି

author img

By

Published : May 10, 2021, 9:52 AM IST

ଆଜିଠାରୁ ହରିୟାଣାରେ ଆଉ ସପ୍ତାହେ ବଢିଲା ଲକଡାଉନ ସମୟସୀମା । ଲକଡାଉନ ସମୟକୁ 'ସୁରକ୍ଷିତ ହରିୟାଣା'ଭାବରେ ପାଳିବାକୁ ନିଷ୍ପତ୍ତି । ଅଧିକ ପଢନ୍ତୁ...

ସପ୍ତାହେ ବଢିଲା ଲକଡାଉନ ଅବଧି
ସପ୍ତାହେ ବଢିଲା ଲକଡାଉନ ଅବଧି

ଚଣ୍ଡିଗଡ: ଦେଶରେ ସଂକ୍ରମଣରେ ବ୍ରେକ ଲାଗିବାର ନାଁ ନେଉନାହିଁ । ହୁ ହୁ ବଢିଚାଲିଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ହରିୟାଣାରେ ଲକଡାଉନ ଅବଧିକୁ ବଢାଇ ଦିଆଯାଇଛି । ଆଜିଠାରୁ ମେ 17 ଯାଏଁ ଲକାଡାଉନ ଅବଧିକୁ ବଢାଇଛନ୍ତି ହରିୟାଣା ସରକାର । ଲକଡାଉନ ସମୟକୁ 'ସୁରକ୍ଷିତ ହରିୟାଣା' ଭାବରେ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

କୋରୋନା ମହାମାରୀର ଦ୍ରୁତ ସଂକ୍ରମଣ ପାଇଁ ହରୟାଣାରେ ଆଉ ଗୋଟିଏ ସପ୍ତାହ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ଆଜି ସକାଳୁ ମେ 17 ପର୍ଯ୍ୟାନ୍ତ ଏହା ବଳବତ୍ତର ରହିବ । ଏହି ସମୟକୁ ମହାମାରୀ ଆର୍ଲଟ- ସୁରକ୍ଷିତ ହରିୟାଣା ଭାବରେ ପାଳନ କିରବାକୁ ନିଷ୍ପତ୍ତି ହୋଇଛି ।

ବିବାହ ଓ ଅନ୍ତିମ ସଂସ୍କାରରେ 11ଜଣରୁ ଅଧିକ ଲୋକ କୌଣସି ସ୍ଥାନରେ ଏକତ୍ରିତ ହୋଇପାରିବେ ନାହିଁ । ସର୍ବାଧିକ 11ଜଣଙ୍କୁ ନେଇ ଘରେ ବିବାହ କାର୍ଯ୍ୟ ସମ୍ପନ୍ନ କରିବାକୁ ଅନୁମତି ମିଳିଛି । ନିୟମ ନମାନିଲେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନୀଲ ଭିଜ । ପୂର୍ବରୁ ମେ 3ରୁ ମେ 10 ପର୍ଯ୍ୟାନ୍ତ ଲକଡାଉନ ଲାଗୁ ହୋଇଥିଲା ।

ପ୍ରକାଶ ଥାଉ କି, ଗତ 24 ଘଣ୍ଟାରେ ହରିୟାଣାରେ 13,448 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 151ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ହରିୟାଣାରେ 6 ଲକ୍ଷ 15ହଜାର 897ଜଣ ସଂକ୍ରମିତ ହୋଇସାରିଛନ୍ତି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.