ETV Bharat / bharat

Haryana Violence: ଉପମୁଖ୍ୟମନ୍ତ୍ରୀଙ୍କ ବିସ୍ଫୋରକ ବୟାନ, ଗୋସୁରକ୍ଷା ନାଁରେ ହିଂସା ଭିଆଉଛନ୍ତି ଗୋରକ୍ଷକ - ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା

ନୁହ ହିଂସାକାଣ୍ଡ ପ୍ରସଙ୍ଗରେ ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ ବିସ୍ଫୋରକ ମନ୍ତବ୍ୟ । ହିଂସା ପଛରେ ଗୋରକ୍ଷକ । ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

Haryana violence: ଉପମୁଖ୍ୟମନ୍ତ୍ରୀଙ୍କ ବିସ୍ଫୋରକ ବୟାନ, ଗୋସୁରକ୍ଷା ନାମରେ ହିଂସା ଭିଆଉଛନ୍ତି ଗୋରକ୍ଷକ

author img

By

Published : Aug 5, 2023, 8:17 PM IST

Haryana violence: ଉପମୁଖ୍ୟମନ୍ତ୍ରୀଙ୍କ ବିସ୍ଫୋରକ ବୟାନ, ଗୋସୁରକ୍ଷା ନାମରେ ହିଂସା ଭିଆଉଛନ୍ତି ଗୋରକ୍ଷକ

ଚଣ୍ଡିଗଡ: ହରିୟାଣାର ନୁହରେ ହୋଇଥିବା ହିଂସା ପ୍ରସଙ୍ଗରେ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଦୁଷ୍ଯନ୍ତ ଚୌଟାଲା । ହିଂସା ପ୍ରସଙ୍ଗରେ ସେ ସରକାରୀ ଲାଇନ, ମୁଖ୍ଯମନ୍ତ୍ରୀ ମନୋହର ଲାଲ ଖଟ୍ଟର ଓ ଗୃହମନ୍ତ୍ରୀ ଅନିଲ ବିଜଙ୍କ ମନ୍ତବ୍ୟଠାରୁ ପୃଥକ ମନ୍ତବ୍ୟ ଦେଇ ସିଧାସଳଖ ହିଂସା ପଛରେ ଗୋରକ୍ଷଙ୍କ ଭୂମିକାକୁ ନେଇ ସିଧା ପ୍ରଶ୍ନ ଉଠାଇଛନ୍ତି । ରୋହତକରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଉପମୁଖ୍ୟମନ୍ତ୍ରୀ ଚୌଟାଲା ହିଂସା ପଛରେ ଗୋରକ୍ଷକଙ୍କ ଭୂମିକାକୁ ନେଇ ପ୍ରଶ୍ନ କରିବା ସହ ଯେଉଁମାନେ ଏହି ହିଂସାରେ ସାମିଲ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ସୂଚନା ଦେଇଛନ୍ତି ।

ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା କହିଛନ୍ତି, ‘‘ଯେଉଁମାନେ ନିଜକୁ ଗାରକ୍ଷକ ବୋଲି କହୁଛନ୍ତି, ସେମାନଙ୍କ ନିଜ ଘରେ ଗାଈ ନାହିଁ । ସେମାନେ ନିଜ ଘରେ ଗାଈକୁ ସୁରକ୍ଷା ଦିଅନ୍ତି ନାହିଁ । କେବଳ ଗୋସୁରକ୍ଷା ନାମରେ ସୋସିଆଲ ଅଭିଯାନ ଚଳାନ୍ତି । ଗୋସୁରକ୍ଷା ନାମରେ ରାଜ୍ୟରେ ପରିବେଶକୁ ନଷ୍ଟ କରନ୍ତି । ରାଜ୍ୟର ପରିବେଶକୁ ନଷ୍ଟ କରି ସେମାନଙ୍କ ଜୀବିକା ଚାଲିଥାଏ । ସେପରି ଲୋକମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେହିପରି ଆହୁରି ମଧ୍ଯ ସେ କହିଛନ୍ତି, ଯେଉଁ ସମାଜରେ ଏପରି ଘଟଣା ଗତ 600 ବର୍ଷ ଇତିହାସରେ ଘଟି ନଥିଲା, ସେଠାରେ ଏପରି ହିଂସା ଦେଖିବାକୁ ମିଳିଲା । ମହାତ୍ମା ଗାନ୍ଧୀଙ୍କ ଆହ୍ବାନରେ ସ୍ବାଧୀନତା ପରେ ସମଗ୍ର ମେୱାତ ଦୃଢ ଭାବରେ ଠିଆ ହୋଇଥିଲେ । ଆଜି ସେଠାରେ ଯେଉଁମାନେ ଏପରି ଘଟଣା ଘଟାଇଛନ୍ତି, ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହା ମଧ୍ଯ ପଢନ୍ତୁ:- Nuh violence: ଭାଇରାଲ ହେଲା ଭିଡିଓ, ପୋଲିସ ଉପସ୍ଥିତିରେ ହିଂସାକାରୀ ଚଳାଉଥିଲେ ରାଇଫଲ

ହରିୟାଣାର ନୁହ ଜିଲ୍ଲାରେ ସୋମବାର ଏକ ଧାର୍ମିକ ଶୋଭାଯାତ୍ରା ବେଳେ ହୋଇଥିବା ହିଂସାକାଣ୍ଡରେ ମୋଟ 6 ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ 2 ଜଣ ପୋଲିସ କର୍ମୀ ଓ ଅବଶିଷ୍ଟ 4 ଜଣ ସାଧାରଣ ନାଗରିକ ରହଛନ୍ତି । ରାଜ୍ୟରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ନୁହ ସମେତ ଗୁରୁଗ୍ରାମ ଓ ଅନ୍ୟ କିଛି ସ୍ଥାନରେ ରାଜ୍ୟ ପୋଲିସ ବଳ ଓ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି । ଏବେ ସୁଦ୍ଧା ମୋଟ 116 ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଏବେ ମଧ୍ୟ ତଦନ୍ତ ଓ ଗିରଫଦାରୀ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.