ETV Bharat / bharat

ଡମ୍ପର ଚଢାଇ DSPଙ୍କୁ ହତ୍ୟା: ପରିବାରକୁ ଏକ କୋଟିର ଅନୁକମ୍ପା ରାଶି ଦେବେ ହରିୟାଣା ସରକାର - ହତ୍ୟାର ଶିକାର ଅଧିକାରୀଙ୍କ ପରିବାରକୁ ଅନୁକମ୍ପା ରାଶି

ବେଆଇନ ଖାଦାନ ଉପରେ ଚଢାଉ ବେଳେ ହତ୍ୟାର ଶିକାର DSPଙ୍କ ପରିବାରକୁ ଏକ କୋଟି ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ଅଧିକ ପଢନ୍ତୁ

ହତ୍ୟାର ଶିକାର ଡିସିପିଙ୍କ ପରିବାରକୁ ଏକ କୋଟି ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ହରିୟାଣା ମୁଖ୍ଯମନ୍ତ୍ରୀ

author img

By

Published : Jul 19, 2022, 7:36 PM IST

ଚଣ୍ଡିଗଡ: ବେଆଇନ ଖନନ ନେଇ ସରପ୍ରାଇଜ୍ ଭିଜିଟରେ ଯାଇ ମାଫିଆଙ୍କ ଦ୍ବାରା ହତ୍ୟାର ଶିକାର ହୋଇଥିବା ଡିଏସପି ସୁରେନ୍ଦ୍ର ସିଂ ବିଷ୍ଣୋଇଙ୍କ ପରିବାରକୁ ଏକ କୋଟି ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ଏହା ସହ ମୃତ ଅଧିକାରୀଙ୍କ ପରିବାରର ଜଣେ ସଦସ୍ୟଙ୍କୁ ରାଜ୍ୟ ସରକାର ଚାକିରି ମଧ୍ୟ ଯୋଗାଇ ଦେବେ । ହତ୍ୟାକାଣ୍ଡ ଘଟଣାଇଥିବା ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଖଟ୍ଟର ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ବେଆଇନ ଖନନ ଉପରେ ଚଢାଉ ବେଳେ DSPଙ୍କୁ ଡମ୍ଫର ଚଢାଇ ହତ୍ୟା

ଆଜି (ମଙ୍ଗଳବାର) ନୁହଁ ଜିଲ୍ଲାରେ ଏକ ବେଆଇନ ପଥର ଖାଦାନ ଉପରେ ଚଢାଉ କରିବା ସମୟରେ ଅତିରିକ୍ତ ପୋଲିସ ଅଧୀକ୍ଷକ ସୁରେନ୍ଦ୍ର ସିଂ ବିଷ୍ଣୋଇଙ୍କୁ ଡମ୍ଫର ଚଢାଇ ହତ୍ୟା କରିଥିଲେ ଖଣି ମାଫିଆ । ଘଟଣାସ୍ଥଳରୁ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ତଦନ୍ତ ଜାରିରହିଛି । ଜଣେ ପୋଲିସ ଅଧିକାରୀଙ୍କୁ ଗାଡି ମଡାଇ ଅତି ନିର୍ମମ ଭାବେ ହତ୍ୟା କରିବା ଘଟଣା ସମଗ୍ର ଦେଶରେ ଆଲୋଡନର ବିଷୟ ହୋଇଛି ।

ଏପଟେ କଂଗ୍ରେସ ଏହି ଘଟଣାରେ ଚଣ୍ଡିଗଡ ହାଇକୋର୍ଟଙ୍କ ଏକ ଜଜ୍ ଙ୍କ ଅଧିନରେ ତଦନ୍ତ କରିବା ନେଇ ଦାବି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.