ETV Bharat / bharat

CDS ବିପିନ ରାୱତଙ୍କ ନାଁରେ ନାମିତ ହେବ ହରିଦ୍ବାର ମ୍ୟୁନିସିପାଲଟି ମୁଖ୍ୟଫାଟକ

author img

By

Published : Dec 11, 2021, 10:21 AM IST

ସିଡିଏସ ଜେନେରାଲ ବିପିନ ରାଓ୍ବତ (CDS General Bipin Rawat)ଙ୍କ ନାମରେ ନାମିତ ହେବ ଉତ୍ତରାଖଣ୍ଡ ହରିଦ୍ୱାର ମ୍ୟୁନିସିପାଲଟି କର୍ପୋରେସନର ମୁଖ୍ୟ ଫାଟକ । ଅଧିକ ପଢନ୍ତୁ

CDS Bipin Rawat
CDS Bipin Rawat

ଡେରାଡୁନ: ବିମାନ ଦୁର୍ଘଟଣା (chopper crash)ରେ ପ୍ରାଣ ହରାଇଥିବା ସିଡିଏସ ଜେନେରାଲ ବିପିନ ରାଓ୍ବତ (CDS General Bipin Rawat)ଙ୍କ ନାମରେ ନାମିତ ହେବ ଉତ୍ତରାଖଣ୍ଡ ହରିଦ୍ୱାର ମ୍ୟୁନିସିପାଲଟି କର୍ପୋରେସନ(Haridwar Municipal Corporation in Uttarakhand)ର ମୁଖ୍ୟ ଫାଟକ । ଏନେଇ ଘୋଷଣା କରିଛନ୍ତି ମେୟର ଅନୀତା ଶର୍ମା ।

ମେୟର କହିଛନ୍ତି କି, ସିଡିଏସ୍ ଜେନେରାଲ ବିପିନ ରାୱତ ଉତ୍ତରାଖଣ୍ଡର ସାହସୀ ପୁଅ । ସେ ରାଜ୍ୟ ସହ ଗଭୀର ଭାବରେ ଜଡିତ ଥିଲେ । ଯେତେବେଳେ ବି ସେ ଏଠାକୁ ଆସୁଥିଲେ, ସେ ତାଙ୍କ ସମ୍ପର୍କୀୟଙ୍କୁ ଭେଟିଥାନ୍ତି । ତେବେ ତାଙ୍କ ମୃତ୍ୟୁ ପରେ ଉତ୍ତରାଖଣ୍ଡବାସୀ ତାଙ୍କ ନାମରେ ରାସ୍ତା, ବିଦ୍ୟାଳୟ ଇତ୍ୟାଦି ନିର୍ମାଣ କରିବାକୁ ଦାବି କରୁଛନ୍ତି । ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ହରିଦ୍ୱାର ମ୍ୟୁନିସିପାଲଟି କର୍ପୋରେସନର ମୁଖ୍ୟ ଫାଟକକୁ ତାଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛି ।

ସୂଚନା ଅନୁଯାୟୀ, ବୁଧବାର ତାମିଲନାଡୁର କୁନ୍ନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ରାୱତ, ତାଙ୍କ ପତ୍ନୀଙ୍କ ସହ ମୋଟ ୧୩ଜଣ ପ୍ରାଣ ହରାଇଥିଲେ । ତେବେ ଗତକାଲି ରାଓ୍ବତ ଦମ୍ପତିଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଆଜି ତାଙ୍କ ଅସ୍ଥିକୁ ହରିଦ୍ବାରରେ ବିସର୍ଜନ କରାଯିବ ବୋଲି ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.