ETV Bharat / bharat

ବିଚ୍ ରାସ୍ତାରେ ପୋଲିସ କର୍ମଚାରୀଙ୍କ ଦାଦାଗିରି, ଯୁବକଙ୍କୁ ଜୋତାରେ ମାଡ଼ ମାରି ହେଲେ ନିଲମ୍ବିତ - ଯୁବକଙ୍କୁ ଜୋତାରେ ମାଡ଼ ମାରି ପୋଲିସ କର୍ମଚାରୀ ନିଲମ୍ବିତ

ମହଙ୍ଗା ପଡ଼ିଲା ପୋଲିସ କର୍ମଚାରୀଙ୍କ ଦାଦାଗିରି । ଯୁବକଙ୍କୁ ଜୋତାରେ ମାଡ଼ ମାରି ନିଲମ୍ବିତ ହେଲେ ପୋଲିସ କର୍ମଚାରୀ । ଅଧିକ ପଢ଼ନ୍ତୁ

Hardoi policeman beaten youngman with shoes
ବିଚ୍ ରାସ୍ତାରେ ପୋଲିସ କର୍ମଚାରୀଙ୍କ ଦାଦାଗିରି
author img

By

Published : Jul 24, 2023, 7:01 AM IST

ଲକ୍ଷ୍ନୌ: ମହଙ୍ଗା ପଡ଼ିଲା ପୋଲିସ କର୍ମଚାରୀଙ୍କ ଦାଦାଗିରି । ଯୁବକଙ୍କୁ ଜୋତାରେ ମାଡ଼ ମାରି ନିଲମ୍ବିତ ହେଲେ ପୋଲିସ କର୍ମଚାରୀ । ଜୋତାରେ ଯୁବକଙ୍କ ପାଟି ଓ ନାକକୁ ମାରି ରକ୍ତାକ୍ତ କରିବାର ଭିଡ଼ିଓ ଭାଇରାଲ ହେବା ପରେ ଜିଲ୍ଲା ଏସପି ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲା ଶାହାବାଦରେ ପୋଲିସ କର୍ମଚାରୀଙ୍କ ଏଭଳି ଅମାନବୀୟ କାଣ୍ଡ ଦେଖିବାକୁ ମିଳିଛି ।

ପୋଲିସର ସୂଚନା ଅନୁଯାୟୀ, ଶାହାବାଦ ଅଞ୍ଚଳର ବେଜା ଛକରେ ଥିବା ପରିବା ବଜାରକୁ ୧୧୨ ପିଆରବି ୩୨୫୭ରେ ନିୟୋଜିତ ଜଣେ ପୋଲିସ କର୍ମଚାରୀ ପରିବା ଆଣିବାକୁ ଯାଇଥିଲେ । ଏହି ସମୟରେ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ପରିବା ଦୋକାନୀ ସହ ଯୁକ୍ତିତର୍କ କରିଥିଲେ । ଏପରିକି ଉକ୍ତ ଯୁବକ ଜଣକ ପୋଲିସ କର୍ମଚାରୀଙ୍କ ସହ ଅସଦାଚରଣ କରିଥିଲେ । ଏଥିର ସମ୍ପୃକ୍ତ ପୋଲିସ କର୍ମଚାରୀ ରାଗିଯାଇ ସେ ପିନ୍ଧିଥିବା ଜୋତା ଖୋଲି ଯୁବକଙ୍କୁ ମାଡ଼ ମାରିବାକୁ ଲାଗିଲେ । ପ୍ରାୟ ୩୮ରୁ ଅଧିକ ଥର ସେ ଯୁବକଙ୍କ ମୁହଁକୁ ଜୋତାରେ ମାରିଥିବା ଜଣାପଡ଼ିଛି । ତାଙ୍କ ନାକ ଓ ପାଟିକୁ ଲଗାତାର ଭାବେ ମାରିବାକୁ ଲାଗିଲେ । ଏଥିରେ ଯୁବକ ଜଣକ ହାତ ଯୋଡ଼ି ତାଙ୍କୁ କ୍ଷମା ମାଗିଥିଲେ । ହେଲେ ଉକ୍ତ ପୋଲିସ କର୍ମଚାରୀଙ୍କ ରାଗ ଶାନ୍ତ ହୋଇନଥିଲା । ଜୋତା ସାହାଯ୍ୟରେ ମାରି ତାଙ୍କୁ ରକ୍ତାକ୍ତ କରିପକାଇଲେ । ଫଳରେ ଯୁବକ ଜଣକ ଗୁରୁତର ହୋଇପଡ଼ିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: MP: ଯୁବକଙ୍କୁ ବାନ୍ଧି ଉଲଗ୍ନ କରି ପିଟିଥିଲେ ସରପଞ୍ଚ, 2 ବର୍ଷ ପରେ ଭିଡିଓ ଭାଇରାଲ ହେବା ପରେ 3 ଗିରଫ

ଖବର ପାଇ ଯୁବକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ତାଙ୍କୁ ଶାହାଜାହାନପୁର ସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଅନ୍ୟପଟେ ଯୁବକଙ୍କ ପରିବାର ଲୋକେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ଯଦି ସେ କୌଣସି ଭୁଲ କାର୍ଯ୍ୟ କରିଥିଲେ । ତେବେ ଆଇନ ଅନୁଯାୟୀ ତାଙ୍କୁ ଦଣ୍ଡ ଦେଇପାରିଥାନ୍ତେ । ମାତ୍ର ବିଚ୍ ରାସ୍ତାରେ ଜୋତାରେ ମାଡ଼ ମାରି ଏପରି ଲହୁଲୁହାଣ କରିବା କେତେ ଦୂର ଠିକ ବୋଲି ଯୁବକଙ୍କ ପରିବାର ଲୋକେ ପ୍ରଶ୍ନ କରିଛନ୍ତି । ଏହି ଘଟଣାରେ ଭିଡ଼ିଓ ଭାଇରାଲ ହେବା ପରେ ଜିଲ୍ଲା ଏସପି ଉକ୍ତ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ଏହାକୁ ନେଇ ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିବା ଏସପି ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.