ETV Bharat / bharat

ହାର୍ଦ୍ଦିକ ପଟେଲଙ୍କ ନାମରେ ଆରେଷ୍ଟ ଓ୍ବାରେଣ୍ଟ - ହାର୍ଦ୍ଦିକ ପଟେଲ

ବିଜେପି ନେତା ହାର୍ଦ୍ଦିକ ପଟେଲଙ୍କ ନାମରେ ଆରେଷ୍ଟ ଓ୍ବାରେଣ୍ଟ ଜାରି କଲେ କୋର୍ଟ । 2017 ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ମାମଲାର ଶୁଣାଣିରେ କୋର୍ଟରେ ନଥିଲେ ଉପସ୍ଥିତ । ଅଧିକ ପଢନ୍ତୁ

ହାର୍ଦ୍ଦିକ ପଟେଲଙ୍କ ନାମରେ ଆରେଷ୍ଟ ଓ୍ବାରେଣ୍ଟ

author img

By

Published : Feb 16, 2023, 9:22 PM IST

ଗାନ୍ଧୀନଗର: ବିଜେପି ବିଧାୟକ ହାର୍ଦ୍ଦିକ ପଟେଲଙ୍କ ପାଇଁ ସମସ୍ୟା ବଢିବାରେ ଲାଗିଛି । ପୂର୍ବରୁ ଜାମନଗର ଅଦାଲତରୁ ଆଶ୍ବସ୍ତି ପାଇଥିବା ହାର୍ଦ୍ଦିକଙ୍କୁ ଏବେ ଧାଙ୍ଗଧ୍ରା ଅଦାଲତରୁ ଝଟକା ଲାଗିଛି । 2017 ବିଧାନସଭା ନିର୍ବାଚନ ସମୟରେ ହୋଇଥିବା ଆଚରଣ ବିଧି ଉଲଙ୍ଘନ ମାମଲାରେ ତାଙ୍କ ନାମରେ ଗିରଫ ପରଓ୍ବାନା ଜାରି କରିଛନ୍ତି ଧାଙ୍ଗଧ୍ରା କୋର୍ଟ ।

2017 ବିଧାନସଭା ନିର୍ବାଚନ ସମୟରେ ଧାଙ୍ଗଧ୍ରା ହରିପୁର ଗ୍ରାମରେ ହାର୍ଦ୍ଦିକଙ୍କ ନେତୃତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରାଯାଇଥିବା ନେଇ ଅଭିଯୋଗ ଆସିବା ପରେ ହାର୍ଦ୍ଦିକଙ୍କ ବିରୋଧରେ ସ୍ଥାନୀୟ ପୋଲିସ ମାମଲା ମଧ୍ୟ ଦାଏର କରିଥିଲା । ଏହି ମାମଲାର ଶୁମାଣି ଜାରି ରହିଥିବା ବେଳେ ତାରିଖରେ କୋର୍ଟରେ ହାର୍ଦ୍ଦିକ ଉପସ୍ଥିତ ନଥିଲେ । ଯାହାକୁ ନେଇ କୋର୍ଟ କ୍ଷୁବ୍ଧ ହେବା ସହ ହାର୍ଦ୍ଦିକଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିବା ପାଇଁ ସ୍ଥାନୀୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ପୂର୍ବରୁ ସେ ଜାମନଗର କୋର୍ଟରୁ ଆଶ୍ବସ୍ତି ପାଇଥିଲେ । 2017 ମସିହାରେ ଅଙ୍କିତ ଗେଡିଆ ଏବଂ ହାର୍ଦ୍ଦିକ ପଟେଲଙ୍କ ବିରୋଧରେ ଏକ ଅପରାଧିକ ମାମଲା ପଞ୍ଜିକୃତ କରିଥିଲା ପୋଲିସ । ଏହି ମାମଲାର ଶୁଣାଣି ଧାଙ୍ଗ୍ରା କୋର୍ଟରେ ଜାରି ରହିଛି । ହେଲେ ଜାନୁଆରୀରେ ହୋଇଥିବା ଶୁଣାଣିରେ ମାମଲାର ଅଭିଯୁକ୍ତ ଥିବା ହାର୍ଦ୍ଦିକ କୋର୍ଟରେ ହାଜର ହୋଇନଥିଲେ ।ଫେବୃଆରୀ 8 ତାରିଖରେ ସେ କୋର୍ଟରେ ହାଜର ନହେବା ନେଇ କୋର୍ଟ ତାଙ୍କୁ ହାଜର ହେବା ପାଇଁ ସମନ ଜାରି କରିଥିଲେ । ତେବେ ଏବେ ତାଙ୍କ ବିରୋଧରେ କୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିବା ଆରମ୍ଭ କରିଛନ୍ତି ।

କୋର୍ଟଙ୍କ ନିର୍ଦ୍ଦେଶ ପରେ ହାର୍ଦ୍ଦିକଙ୍କ ଅଡୁଆ ବଢିବାରେ ଲାଗିଛି । କୌଣସି ପରିସ୍ଥିତିରେ ହାର୍ଦ୍ଦିକଙ୍କୁ ପୋଲିସ ଗିରଫ କରିପାରେ । ପଟେଲ ଆନ୍ଦୋଳନରୁ ରାଜନୀତିରେ ପ୍ରବେଶ କରିଥିବା ହାର୍ଦ୍ଦିକ ପ୍ରଥମେ କଂଗ୍ରେସରେ ଯୋଗଦାନ କରିଥଲେ । ପରେ ସେ ଚଳିତ ନିର୍ବାଚନ ପୂର୍ବରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ସହ ବିଧାୟକ ଭାବେ ନିର୍ବାଚିତ ମଧ୍ୟ ହୋଇଛନ୍ତି । ହେଲେ 2017 ମସିହାରେ ତାଙ୍କ ବିରୋଧରେ ଥିବା ମାମଲା ଏବେ ମଧ୍ୟ କୋର୍ଟରେ ଜାରି ରହିଛି । କୋର୍ଟରେ ଅନୁପସ୍ଥିତ ରହିବା ଏବେ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବାରେ ଲାଗିଛି । ଏବେ ଆରେଷ୍ଟ ଓ୍ବେରଣ୍ଟ ଜାରି ପରେ କୌଣସି ସମୟରେ ଗିରଫ ହେବା ପରି ଆଶଙ୍କା ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.