ETV Bharat / bharat

ଗୁଗଲ କାର୍ଯ୍ୟାଳୟରେ ଯୌନ ନିର୍ଯାତନା ! ସିଇଓଙ୍କୁ ଚିଠି ଲେଖିଲେ ୫୦୦ କର୍ମଚାରୀ - ଗୁଗଲ କାର୍ଯ୍ୟାଳୟରେ ଉତ୍ପୀଡନ

ଗୁଗଲ କାର୍ଯ୍ୟାଳୟରେ ଯୌନ ଉତ୍ପୀଡନ । ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କୁ ଚିଠି ଲେଖିଲେ ୫୦୦ କର୍ମଚାରୀ । ତେବେ ଉତ୍ପୀଡନ କରୁଥିବା ବ୍ୟକ୍ତିଙ୍କୁ ସୁରକ୍ଷା ନଦେବା ଏବଂ କର୍ମଚାରୀଙ୍କୁ ଶାନ୍ତିପୂର୍ଣ୍ଣ ମାହୋଲ ପ୍ରଦାନ କରିବାକୁ ଚିଠିରେ ଗୁହାରି କରାଯାଇଛି । ଅଧିକ ପଢନ୍ତୁ...

ଗୁଗଲ କାର୍ଯ୍ୟାଳୟରେ ଉତ୍ପୀଡନ ! ସିଇଓ ସୁନ୍ଦର ପିଚାଇଙ୍କୁ ଚିଠି ଲେଖିଲେ ୫୦୦ କର୍ମଚାରୀ

author img

By

Published : Apr 11, 2021, 2:20 PM IST

ନୂଆଦିଲ୍ଲୀ: ଗୁଗଲ କାର୍ଯ୍ୟାଳୟରେ ଉତ୍ପୀଡନ । ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କୁ ଚିଠି ଲେଖିଲେ ୫୦୦ କର୍ମଚାରୀ । ସରକାରୀ ହେଉ କି ବେସରକାରୀ କାର୍ଯ୍ୟାଳୟ ପ୍ରାୟ ସବୁ ସଂସ୍ଥାରେ ମହିଳା କର୍ମଚାରୀ ଯୌନ ଉତ୍ପୀଡନର ଶିକାର ହେବା ଖବର ଆପଣ ପଢିଥିବେ । ହେଲେ ଏଥିରେ ଏବେ ଯୋଡି ହୋଇ ଯାଇଛି ଗୁଗଲର ନାଁ । ଦିଗ୍‌ଜ ଟେକ୍ କମ୍ପାନୀ ଗୁଗଲ ଓ ଆଲ୍‌ଫାବେଟ୍‌ର ସିଇଓ ସୁନ୍ଦର ପିଚାଇଙ୍କୁ କମ୍ପାନୀର ୫୦୦ କର୍ମଚାରୀ ଚିଠି ଲେଖି ଗୁଗଲ ଅଫିସ୍‌ରେ ଚାଲିଥିବା ଉତ୍ପୀଡନକୁ ନେଇ ଅଭିଯୋଗ କରିଛନ୍ତି । ଉତ୍ପୀଡନ କରୁଥିବା ବ୍ୟକ୍ତିଙ୍କୁ ସୁରକ୍ଷା ନଦେବା ଏବଂ କର୍ମଚାରୀଙ୍କୁ ଶାନ୍ତିପୂର୍ଣ୍ଣ ମାହୋଲ ପ୍ରଦାନ କରିବାକୁ ଚିଠିରେ ଗୁହାରି କରାଯାଇଛି ।

ଗୁଗଲରେ ଇଞ୍ଜିନିୟର କାମ କରି ସାରିଥିବା ଏମି ନେଟ୍‌ଫିଲ୍ଡ ଦ ନ୍ୟୁୟର୍କ ଟାଇମ୍ସରେ ଲେଖିଥିବା ନିଜର ଓପିନିୟନ ପିସ୍‌ରେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ସେହି ବ୍ୟକ୍ତି ସହ ମିଟିଂ କରିବାକୁ ବାରମ୍ବାର ଚାପ ପକାଯାଉଥିଲା, ଯିଏ ତାଙ୍କୁ ହଇରାଣ କରୁଥିଲା । ଏମିଙ୍କ ଏହି ଅଭିଯୋଗ ପରେ ମାମଲା ବଡ ରୂପ ନେଇଛି । ଏମି ଓପିନୟନ ପିସ୍‌ରେ ଲେଖିଛନ୍ତି ଯେ, ମୋତେ ହଇରାଣ କରୁଥିବା ବ୍ୟକ୍ତି ଏବେ ମଧ୍ୟ ମୋ ପାଖରେ ବସୁଛି । ମୁଁ ଏହି ବିଷୟରେ କହିବାରୁ ମୋତେ ଘରୁ କାମ କରିବାକୁ କିମ୍ବା ଛୁଟିରେ ଚାଲି ଯିବାକୁ କୁହାଗଲା । ହେଲେ ଏବେ ମଧ୍ୟ ଗୁଗଲ ପକ୍ଷରୁ ଆନୁଷ୍ଠାନିକ ଭାବେ ନା କିଛି କୁହାଯାଇଛି ନା ପୂରା ମାମଲାରେ ସଫେଇ ଦିଆଯାଇଛି ।

ଆଲ୍‌ଫାବେଟ୍‌ର ୨୦ ହଜାରରୁ ଅଧିକ କର୍ମଚାରୀ ଯୌନ ଉତ୍ପୀଡନ ବିରୋଧରେ ଅଭିଯୋଗ କରିବା ପରେ ମଧ୍ୟ ହଇରାଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ହଇରାଣ କରୁଥିବା ବ୍ୟକ୍ତିଙ୍କ ବ୍ୟବହାରକୁ ସହ୍ୟ କରିବାକୁ କର୍ମଚାରୀଙ୍କୁ ବିବଶ କରାଯାଉଛି । ଏଥିରେ ମର୍ମାହତ ହୋଇ ବ୍ୟକ୍ତି ଅଫିସ୍‌ ଛାଡି ଚାଲି ଯାଉଛନ୍ତି କିନ୍ତୁ ଦୋଷୀ ସେଠାରେ ରହି ଯାଉଛି ଏବଂ ତାକୁ ସେଠାରେ ପୁରସ୍କୃତ କରାଯାଉଛି ।

ସେହିପରି ଆଣ୍ଡ୍ରୁଏଡ୍ ମୋବାଇଲ୍ ସଫ୍ଟୱେୟାରର ନିର୍ମାତା ଆଣ୍ଡି ରୁବିନ୍, ଜଣେ ମହିଳାଙ୍କୁ ଓରାଲ୍ ସେକ୍ସ କରିବାକୁ ବାଧ୍ୟ କରୁଥିବା ଅଭିଯୋଗ ସତ୍ତ୍ବେ ତାଙ୍କୁ90 ମିଲିୟନ୍ ଡଲାରର ପ୍ୟାକେଜ୍ ପ୍ରଦାନ କରାଯାଇଥିଲା । ଏବଂ ପୂର୍ବତନ ସର୍ଚ୍ଚ କାର୍ଯ୍ୟନିର୍ବାହୀ ଅମିତ ସିଙ୍ଗଲଙ୍କୁ 35 ମିଲିୟନ ଡଲାର ପ୍ରଦାନ କରାଯାଇଥିଲା, ଯିଏକି ଯୌନ ନିର୍ଯାତନା ଅନୁସନ୍ଧାନ ପରେ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.