ETV Bharat / bharat

Independence Day: ସ୍କୁଲରେ 'ହର୍‌ ଗାଲ୍‌ ପେ ତ୍ରିରଙ୍ଗା' କାର୍ଯ୍ୟକ୍ରମ ଆୟୋଜିତ - ୭୫ତମ ସ୍ବାଧୀନତା ଦିବସ

ଦେଶ ଚଳିତ ବର୍ଷ ୭୫ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ଗୁଜୁରାଟ ଏକ ସ୍କୁଲରେ ଆୟୋଜିତ ହେଲା 'ହର୍‌ ଗାଲ୍‌ ପେ ତ୍ରିରଙ୍ଗା' କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 2, 2022, 9:41 PM IST

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ମୋଦି 'ହର୍‌ ଘର୍‌ ତ୍ରିରଙ୍ଗା' ଅଭିଯାନ ଆରମ୍ଭ କରିଛନ୍ତି । ଚଳିତ ମାସ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦେଶବାସୀ ନିଜ ଘର ଉପରେ ଜାତୀୟ ପତାକା ଉଡ଼ାଇବା ଲାଗି ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି । ଏହାରି ମଧ୍ୟରେ ଗୁଜୁରାଟ ଝାବେରଚାନ୍ଦ ମେଘାନି ପ୍ରାଥମିକ ସ୍କୁଲରେ ସ୍ବାଧୀନତା ଦିବସ ଲାଗି 'ହର୍‌ ଗାଲ୍‌ ପେ ତ୍ରିରଙ୍ଗା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଛାତ୍ରଛାତ୍ରୀ ନିଜ ଗାଲରେ ତ୍ରିରଙ୍ଗା ପତାକାକୁ ରଙ୍ଗ ତୂଳୀରେ ଚିତ୍ରଣ କରିଥିବା ବେଳେ ଏହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଚିଛି ।

ହର୍‌ ଗାଲ୍‌ ପେ ତ୍ରିରଙ୍ଗା
ହର୍‌ ଗାଲ୍‌ ପେ ତ୍ରିରଙ୍ଗା

ଗୁଜୁରାଟରେ ପ୍ରାୟ ୧ କୋଟି ଘର ଓ କାର୍ଯ୍ୟାଳୟରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯିବାର କାର୍ଯ୍ୟକ୍ରମ ରହିଛି । ଦେଶ ଚଳିତ ବର୍ଷ ୭୫ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବାରୁ ଝାବେରଚାନ୍ଦ ମେଘାନି ପ୍ରାଥମିକ ସ୍କୁଲରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଫନ୍‌ କାର୍ଯ୍ୟକ୍ରମ ହେଉଛି । ଏଥି ମଧ୍ୟରେ ସ୍ଥାନ ପାଇଛି ହର୍‌ ଗାଲ୍‌ ପେ ତ୍ରିରଙ୍ଗା (Har Gal Pe triranga) ।

ହର୍‌ ଗାଲ୍‌ ପେ ତ୍ରିରଙ୍ଗା
ହର୍‌ ଗାଲ୍‌ ପେ ତ୍ରିରଙ୍ଗା

୭୫ତମ ସ୍ବାଧୀନତା ଦିବସ ଲାଗି ସାରା ଦେଶ ଉତ୍ସାହିତ ଥିବା ବେଳେ ଏଥିରେ ଶିକ୍ଷାନୁଷ୍ଠାନ ମଧ୍ୟ ସାମିଲ ହୋଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଉତ୍ସାହଭାବ ଦେଖିବାକୁ ମିଳିଛି । କୁନି କୁନି ପିଲାମାନେ ଅତି ଗର୍ବର ସହିତ 'ଭାରତ ମାଆ'ର ଜୟଗାନ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.