ETV Bharat / bharat

Har Ghar Tiranga initiative: ଶ୍ରୀମନ୍ଦିର ଉପରେ ତ୍ରିରଙ୍ଗା ଉଡାଇଲା କୋଷ୍ଟଗାର୍ଡ ହେଲିକପ୍ଟର - ଭାରତୀୟ ତଟରକ୍ଷୀ ବାହିନୀ

ହର ଘର ତ୍ରିରଙ୍ଗା ମିଶନରେ ପୁରୀ ଶ୍ରୀମନ୍ଦିର ଉପରେ ଉଡିଲା ତ୍ରିରଙ୍ଗା ସଜ୍ଜିତ ହେଲିକପ୍ଟର । ଆଜାଦି କି ଅମୃତ ମହୋତ୍ସବ ଅଧୀନରେ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶ ପାଳିବ ହର ଘର ତ୍ରିରଙ୍ଗା । ଅଧିକ ପଢନ୍ତୁ

Har Ghar Tiranga initiative: ଶ୍ରୀମନ୍ଦିର ଉପରେ କୋଷ୍ଟଗାର୍ଡ ଉଡାଇଲା ତ୍ରିରଙ୍ଗା ସଜ୍ଜିତ ହେଲିକପ୍ଟର

author img

By

Published : Jul 30, 2022, 3:37 PM IST

ପୁରୀ: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଜାରି ରହିଥିବା ଆଜାଦି କି ଅମୃତ ମହତ୍ସୋବ ଅଧୀନରେ ସମଗ୍ର ଦେଶରେ ପାଳିତ ହେଉଛି ‘ହର ଘର ତ୍ରିରଙ୍ଗା’ ମିଶନ ‘Har Ghar Tiranga’ । ତେବେ ଏହି ଅଭିଯାନରେ ଆଜି ପୁରୀରେ ଶ୍ରୀମନ୍ଦିର ଉପରେ ତ୍ରିରଙ୍ଗା ଖଜିତ ହେଲିକପ୍ଟର ଉଡାଇଛି ଭାରତୀୟ ତଟରକ୍ଷୀ ବାହିନୀ । ତଟରକ୍ଷୀ ବାହିନୀର ଧ୍ରୁବ ହେଲିକପ୍ଟରରେ ଏକ ବିଶାଳ ତ୍ରିରଙ୍ଗା ଲଗାଯାଇଥିବା ବେଳେ ଏହା ପୁରୀ ସହର ଉପରେ ଉଡାଣ ଭରିଥିବା ଦେଖିବାକୁ ମିଳିଛି । ହର ଘର ତ୍ରିରଙ୍ଗା’ ମିଶନରେ ଏହି ଉଡାଣ କରାଯାଇଥିବା ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି ।

  • As part of the ‘Har Ghar Tiranga’ initiative, Indian Coast Guard’s made in Indian ALH Dhruv helicopters flew with the national flag near the Jagannath Puri temple in Odisha: ICG officials pic.twitter.com/XPO2EQko7h

    — ANI (@ANI) July 30, 2022 " class="align-text-top noRightClick twitterSection" data=" ">

ଚଳିତ ଥର ଦେଶ ସ୍ବାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଛି । ଏହି ଅବସରରେ ଦେଶବ୍ୟାପୀ ‘ଆଜାଦି କି ଅମୃତ ମହୋତ୍ସବ’ ପାଳନ ଜାରି ରହିଛି । ଏହି ଅବସରରେ ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି କେନ୍ଦ୍ର ସରକାର । ଏହି ମିଶନରେ ସ୍ବାଧୀନତା ଦିବସ ପାଳନର ଦୁଇ ଦିନ ପୂର୍ବରୁ ପ୍ରତ୍ୟେକ ସର୍ବସାଧାରଣ ସ୍ଥାନ ଓ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ଅହ୍ବାନ ଦେଇଛି କେନ୍ଦ୍ର ସରକାର ।

ଚଳିତ ବର୍ଷ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶର ସମସ୍ତ କାର୍ଯ୍ୟାଳୟ, ସର୍ବସାଧାରଣ ସ୍ଥାନ ଓ ପ୍ରତ୍ୟେକ ନାଗରିକ ନିଜ ଘରେ ତ୍ରିରଙ୍ଗା ଉଡାଇ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କ ମଧ୍ୟରେ ଦେଶପ୍ରେମ ସୃଷ୍ଟି କରିବା ଏହି ନୂତନ ମିଶନର ମୁଖ୍ୟ ଉଦ୍ଦେଶ୍ୟ । ଏଥିରେ ପ୍ରାୟ ୨ କୋଟି ତ୍ରିରଙ୍ଗା ବ୍ୟବହାର ହେବ । ଏଥିପାଇଁ ସରକାରୀ ସ୍ତରରେ ବିଭିନ୍ନ ସରକାରୀ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.