ETV Bharat / bharat

Hapur factory blast: ମୃତ୍ୟୁସଂଖ୍ୟା 13କୁ ବୃଦ୍ଧି, ମାଲିକଙ୍କ ସମେତ 2ଜଣଙ୍କ ନାଁରେ ମାମଲା - ଉତ୍ତର ପ୍ରଦେଶ ଖବର

ଉତ୍ତରପ୍ରଦେଶ ହାପୁର ବିସ୍ଫୋରଣରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ । କାରଖାନା ପରିଚାଳକଙ୍କୁ ଗିରଫ କଲା ପୋଲିସ । ମାଲିକଙ୍କ ସମେତ ଦୁଇ ଜଣଙ୍କ ନାଁରେ ମାମଲା । ଜାରି ରହିଛି ତଦନ୍ତ । ଅଧିକ ପଢନ୍ତୁ

Hapur factory blast: ମାଲିକଙ୍କ ସମେତ 2ଙ୍କ ନାମରେ ମାମଲା
Hapur factory blast: ମାଲିକଙ୍କ ସମେତ 2ଙ୍କ ନାମରେ ମାମଲାHapur factory blast: ମାଲିକଙ୍କ ସମେତ 2ଙ୍କ ନାମରେ ମାମଲା
author img

By

Published : Jun 5, 2022, 8:49 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାପୁର ଜିଲ୍ଲାରେ ଏକ ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି ପାଇଛି । ଏହି ଅଘଟଣରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ ହୋଇଛି । କାରଖାନା ପରିଚାଳନା ଦାୟିତ୍ବରେ ଥିବା ବ୍ୟକ୍ତିଙ୍କୁ ଗିରଫ କରିଛି । ସେହିପରି ସମ୍ପୃକ୍ତ ମାଲିକ ଓ ପରିଚାଳକଙ୍କୁ ମିଶାଇ ମୋଟ 2 ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ ପ୍ରକ୍ରିୟା ମଧ୍ୟ ଜାରି ରହିଛି ।

ଗତକାଲି (ଶନିବାର) କାରଖାନାର ଏକ ବଏଲରରେ କୌଣସି କାରଣବଶତଃ ନିଆଁ ଲାଗିଯିବା ପରେ ଏହି ବିସ୍ଫୋରଣ ଘଟିଥିଲା । ଏଥିରେ 13 ଜଣ ପ୍ରାଣ ହରାଇଥିବାବେଳେ ପ୍ରାୟ 20 ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆହତଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି । ଅଘଟଣ ପରେ କାରଖାନାରେ ବିଭିନ୍ନ ସୁରକ୍ଷା ମାପଦଣ୍ଡ ନେଇ ଯାଞ୍ଚ ଆରମ୍ଭ କରିଥିଲା ପ୍ରଶାସନ । ଏଥିରେ ଅବହେଳା ହୋଇଥିବା ଜଣାପଡିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ସ୍ଥାନୀୟ ପ୍ରଶାସନ । ବର୍ତ୍ତମାନ ସୁଦ୍ଧା ଜଣଙ୍କୁ ଗିରଫ କରାଯାଇଥିଲାବେଳେ ଦୁଇ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.