ETV Bharat / bharat

Valentines Day: ପ୍ରେମ ରାଇଜରେ ଉଡିବେ ପ୍ରେମପକ୍ଷୀ, ଜାଣନ୍ତୁ କାହିଁକି ପାଳନ ହୁଏ ଏହି ଦିବସ - ପ୍ରେମ ଦିବସ

ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇଥିବା ପ୍ରେମ ସପ୍ତାହର ବିଭିନ୍ନ ସୋପାନ ଯଥା ରୋଜ୍‌ ଡେ, ପ୍ରପୋଜ୍‌ ଡେ, ଚକୋଲେଟ୍‌ ଡେ, ଟେଡି ଡେ, ପ୍ରୋମିଜ୍‌ ଡେ, ହଗ୍‌ ଡେ, କିସ୍‌ ଡେ ସରିଥିବା ବେଳେ ଆଜି ହେଉଛି ଶେଷ ଦିନ ବା ଖୁସିର ଦିନ ଭାଲେଣ୍ଟାଇନ ଡେ । ଅଧିକ ପଢନ୍ତୁ

ଆଜି ଭାଲେଣ୍ଟାଇନ ଡେ: ଜାଣନ୍ତୁ କେବେଠୁ ଆରମ୍ଭ ହୋଇଥିଲା ଭାଲେଣ୍ଟାଇନ ଡେ

author img

By

Published : Feb 14, 2022, 8:35 AM IST

ହାଇଦ୍ରାବାଦ: ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇଥିବା ପ୍ରେମ ସପ୍ତାହର ବିଭିନ୍ନ ସୋପାନ ଯଥା ରୋଜ୍‌ ଡେ, ପ୍ରପୋଜ୍‌ ଡେ, ଚକୋଲେଟ୍‌ ଡେ, ଟେଡି ଡେ, ପ୍ରୋମିଜ୍‌ ଡେ, ହଗ୍‌ ଡେ, କିସ୍‌ ଡେ ସରିଥିବା ବେଳେ ଆଜି ହେଉଛି ସବୁଠୁ ଖୁସିର ଦିନ ଭାଲେଣ୍ଟାଇନ ଡେ। ପ୍ରେମ ଶାଶ୍ବତ ଅନୁଭବ । ଦୁଇଟି ଅକ୍ଷରର ଏହି ଶବ୍ଦ ଦୁଇଟି ଭିନ୍ନ ମଣିଷକୁ କରିଦିଏ ଏକାଠି । ସାଥି ପାଇଁ କେବଳ ଉତ୍ସର୍ଗ ହିଁ ପ୍ରେମ । କୁହାଯାଏ, ପ୍ରେମ କେବେ ବି ଜାତି, ଧର୍ମ, ବୟସ, ରଙ୍ଗ କିଛି ଦେଖି ନ ଥାଏ। ଏହାକୁ ମନ ସହ ମନର ମିଳନ ବୋଲି କୁହାଯାଏ । ଭାଲେଣ୍ଟାଇନଙ୍କୁ ମନେ ପକାଇବା ସମସ୍ତଙ୍କୁ ଭଲ ପାଇବାର ଦିନଟିଏ ।

ପ୍ରେମର ଅନେକ ଭାଷା ରହିଛି ଆଉ ତାକୁ କିଏ କେଉଁ ପ୍ରକାରରେ ପ୍ରକାଶ କରିଥାଏ । ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ, ପ୍ରେମ ନୈସର୍ଗିକ । ପ୍ରେମରେ ନା ଥାଏ କୌଣସି ବାଧାବିଘ୍ନ ନା ଥାଏ କୌଣସି ବନ୍ଧବାଡ । ବେଳେବେଳେ ପ୍ରେମ ଅଦିନିଆ ମେଘ ଭଳି ଏମିତି ଭିଜାଇ ଦେଇଯାଏ ଯେ ଦେହ-ମନ ପବିତ୍ର ହୋଇଯାଏ। ପ୍ରେମକୁ ଗୋଟିଏ ଦିବସ ବା ଗୋଟିଏ ସପ୍ତାହରେ ବାନ୍ଧିରଖିବା ଅସମ୍ଭବ । ସେଥିପାଇଁ ତ ରୋମିଓ ଜୁଲିଏଟଙ୍କଠୁ ଆରମ୍ଭ କରି ଅନେକ ପ୍ରେମୀପାଗଳଙ୍କ ପ୍ରେମ କାହାଣୀ ଆଜି ବି ଅମର ହୋଇ ରହିଛି ।

ଆଜି ହେଉଛି ପ୍ରେମଯୁଗଳଙ୍କ ପାଇଁ ବହୁପ୍ରତୀକ୍ଷିତ ଦିନ ଭାଲେଣ୍ଟାଇନ୍ ଡେ । ପ୍ରେମ ଆକାଶରେ ଆଜି ଉଡି ବୁଲିବେ ଲଭବାର୍ଡସ । ପ୍ରେମିକ-ପ୍ରେମିକା ଏବଂ ପତି-ପତ୍ନୀ ଖୁବ ଉତ୍ସାହର ସହ ପାଳନ କରିଥାନ୍ତି ଏହି ସପ୍ତାହକୁ । ପ୍ରେମଯୁଗଳଙ୍କ ମଧ୍ୟରେ ଥିବା ଭଲପାଇବା ପ୍ରକାଶ କରିବାର ଦିବସ ଭାବରେ ଏହା ସାରା ବିଶ୍ବରେ ପାଳିତ ହେଉଛି । ଭାଲେଣ୍ଟାଇନ୍ ସପ୍ତାହ ପାଳନ ପରେ ଆଜି ପ୍ରେମ ଦିବସ ପାଳନ ପାଇଁ ପ୍ରେମୀ ଯୁଗଳଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଏହି ସ୍ବତନ୍ତ୍ର ଦିନଟିକୁ କିଛି ନିଆରା କରିବା ପାଇଁ ପ୍ରେମୀଯୁଗଳମାନେ ନାନା ପ୍ରକାରର ଆୟୋଜନ କରିଥାନ୍ତି । କେହି କେହି ଏକାନ୍ତରେ ସମୟ ବିତାଇଥାନ୍ତି ତ କେହି କେହି ବାହାରକୁ ବୁଲି ଯିବାକୁ ପୋଗ୍ରାମ ମଧ୍ୟ କରିଥାନ୍ତି । ଏପରିକି ପାର୍କ, ମଲ୍, ରେସ୍ତୋରାଁରେ ଲାଇଫ୍ ପାଟନର ସହ କିଛି ମୂହୁର୍ତ୍ତ କଟାଇବା ପାଇଁ ପ୍ରେମୀ ଯୁଗଳଙ୍କ ଭିଡ ଦେଖିବାକୁ ମିଳିଥାଏ ।

ରଙ୍ଗ ବେରଙ୍ଗର ଗୋଲାପ ଫୁଲ ସାଙ୍ଗକୁ ଚକୋଲେଟ୍, ଟେଡି ବିୟର, ଲଭ୍ କୋଟେସନ୍ କାର୍ଡସ୍, ଫୋଟ ଫ୍ରେମ, ଲଭ୍ ମେସେଜ୍ ବକ୍ସ, ଏମିତି ଅନେକ ଭଳିକି ଭଳି ଗିଫ୍ଟ ଦେଇ ନିଜର ପ୍ରେମ ଇଜହାର କରିବେ ପ୍ରେମପକ୍ଷୀ । ଏହି ଦିନରେ ପ୍ରେମପକ୍ଷୀମାନେ ହୃଦୟ ଯୋଡିବା ସହ ଦେଖିବେ ଭବିଷ୍ୟତର ସୁନେଲି ସ୍ବପ୍ନ । ପ୍ରେମର ପରିଭାଷା ପରିପ୍ରକାଶ କରିବା ପାଇଁ ଗୋଟିଏ ଜୀବନ କଣ ସାତ ଜନ୍ମ ମଧ୍ୟ କମ ପଡିଯାଇଥାଏ । ତଥାପି ଗୋଟିଏ ଜୀବନ ଶାନ୍ତିରେ ବିତେଇବା ପାଇଁ ପ୍ରେମିଯୁଗଳ ପରିକଳ୍ପନା କରି ସୁନେଲି ସ୍ବପ୍ନ ଦେଖିଥାନ୍ତି । ହିଂସା ପ୍ରଣୋଦିତ ଖଣ୍ଡା ଦ୍ୱାରା କରାଯାଇଥିବା ଜୟ ପ୍ରକୃତ ଜୟ ନୁହେଁ । ସ୍ନେହ ପ୍ରେମ ଦ୍ୱାରା ହୋଇଥିବା ହୃଦୟର ଜୟ ହିଁ ପ୍ରକୃତ ଜୟ । ଏହା ଭାଲେଣ୍ଟାଇନ୍ସ୍‌ ଡେ’ ବା ପ୍ରେମ ଦିବସର ପ୍ରକୃତ ଉଦ୍ଦେଶ୍ୟ।

କାହିଁକି ପାଳନ କରାଯାଏ ୧୪ ଫେବୃଆରୀକୁ ଭାଲେଣ୍ଟାଇନ୍ ଡେ

ରୋମର ଜଣେ ପାଦ୍ରୀ ଥିଲେ ସେଣ୍ଟ ଭାଲେଣ୍ଟାଇନ । ସେ ସଦାସର୍ବଦା ବିଶ୍ବକୁ ପ୍ରେମମୟ କରିବାକୁ ଚାହୁଁଥିଲେ । ଖୀଷ୍ଟାବ୍ଦ ୨୭୦ ପାଖାପାଖି ସମୟରେ ରୋମରେ କ୍ଲାଉଡିୟସ ଦ୍ୱିତୀୟ ନାମକ ରାଜା ଶାସନ କରୁଥାନ୍ତି । ଆଉ ସେ ନିଜକୁ ବେଶ ଶକ୍ତିଶାଳୀ କରିବାକୁ ଇଚ୍ଛା ରଖିଥାନ୍ତି । ଏଥିପାଇଁ ସେ ତାଙ୍କ ଦେଶର ସୈନ୍ୟବାହିନୀରେ ଥିବା ପ୍ରତିଟି ପୁରୁଷଙ୍କ ବିବାହ ଉପରେ ରୋକ୍ ଲଗାଇ ଦେଇଥିଲେ । ହେଲେ ସେତେବେଳେ ପାଦ୍ରୀ ଭାଲେଣ୍ଟାଇନ ଏହାକୁ ବିରୋଧ କରିବା ସହିତ ଅନେକ ସୈନ୍ୟଙ୍କ ବିବାହ ଗୁପ୍ତରେ କରାଇ ଦେଇଥିଲେ ।

ଏହା ପରେ ରାଜା କ୍ରୋଧରେ ତାଙ୍କୁ ଜେଲରେ କଏଦ କରିଦେଲେ । ଶେଷରେ ୧୪ ଫେବୃୟାରୀ ୨୬୯ ମସିହାରେ ଭାଲେଣ୍ଟାଇନଙ୍କୁ ଫାଶୀ ଦିଆଗଲା । କୁହାଯାଏ ଜେଲରେ ରହିବା ସମୟରେ ପାଦ୍ରୀ ଏକ ଲଭ୍ ଲେଟର ଲେଖିଥିଲେ ଯାହା ଜେଲରଙ୍କ ଝିଅକୁ ଲେଖାଯାଇଥିଲା । ଏବଂ ପତ୍ରର ଶେଷରେ ଲେଖାଯାଇଥିଲା କି 'ତୁମ ଭାଲେଣ୍ଟାଇନ୍' । ପାଦ୍ରୀ ଭାଲେଣ୍ଟାଇନଙ୍କ ତ୍ୟାଗକୁ ପ୍ରେମର ପ୍ରତୀକ ଭାବେ ମନେ ରଖିବା ପାଇଁ ୧୪ ଫେବୃଆରୀକୁ ଭାଲେଣ୍ଟାଇନ୍ ଡେ ଭାବେ ପାଳନ କରାଯାଏ ।

ଦୀର୍ଘ ସାଢ଼େ ୧୭ ଶହ ବର୍ଷ ଧରି ଏହି ଦିନଟି ବିଶ୍ବବାସୀଙ୍କୁ ପ୍ରେମ ହିଁ ଜୀବନ ବାର୍ତ୍ତା ଦେଇଚାଲିଛି । ଏହି ଦିନଟି ଯୁବବର୍ଗଙ୍କ ପାଇଁ ବିଶେଷ ମହତ୍ତ୍ୱ ରଖୁଥିଲେ ମଧ୍ୟ ସମାଜର ପ୍ରତିବର୍ଗର ଲୋକେ ନିଜ ନିଜ ମଧ୍ୟରେ ଥିବା ଭଲ ପାଇବାକୁ ପରିପ୍ରକାଶ କରିଥାନ୍ତି । ତୃତୀୟ ଶତାବ୍ଦୀରୁ ଏହି ଦିବସ ପାଳିତ ହୋଇ ଆସୁଛି ।

ତେବେ କିଛି ବଜରଙ୍ଗ ଦଳ ଭିନ୍ନ ଭିନ୍ନ କାରଣରୁ ଏହାକୁ ବିରୋଧ କରି ଆସୁଛନ୍ତି । ଏହା ସତ୍ତ୍ବେ ମଧ୍ୟ ଯୁବପିଢିଙ୍କ ମଧ୍ୟରେ ଉତ୍ସାହ କମିନି । ଆଜି ପ୍ରେମ ସପ୍ତାହର ଶେଷ ଦିନରେ ପ୍ରେମ ପ୍ରକାଶ କରି ଶେଷରେ କହିବେ ତୁ ମୋ ଭାଲେଣ୍ଟାଇନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.