ହାଇଦ୍ରାବାଦ: ଚାଲିଛି ପ୍ରେମ ଦିବସ ପାଇଁ ପ୍ରେମ ସପ୍ତାହ । ଭାଲେଣ୍ଟାଇନ ସପ୍ତାହର ଆଜି ହେଉଛି ଦ୍ବିତୀୟ ଦିନ । ଗତକାଲି ରୋଜ ଡେ ସରିଥିବା ବେଳେ ଆଜି ଅର୍ଥାତ ଫେବୃଆରୀ 8 ହେଉଛି ପ୍ରପୋଜ ଡେ’ । ଆଜି ଦିନଟି ସେ ମନର ମଣିଷଙ୍କ ପାଇଁ ଯାହାଙ୍କୁ ଆପଣ ହୃଦୟ ଦେଇ ଭଲ ପାଉଛନ୍ତି ମନ ଦେଇଛନ୍ତି । ମନର ମଣିଷଙ୍କୁ ମନ କଥା କହିବାକୁ ଆଜି ଦିନଟି ଏକ ବଡ ସୁଯୋଗ । ସେଥିପାଇଁ ଏହି ଦିନକୁ ପ୍ରପୋଜ ଡେ’ କୁହାଯାଏ ।
ପ୍ରେମୀ ଯୁଗଳ ଏହି ଦିନକୁ କିଛି ଅଲଗା ବା କିଛି ନୂଆ କରି ନିଜ ମନ କଥା କହିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । ଯାହା ତାଙ୍କ ପ୍ରିୟଜନଙ୍କୁ ସ୍ପେସିଆଲ ଅନୁଭବ କରାଏ । ପ୍ରପୋଜ କରିବା ମାନେ ମନର ମଣିଷକୁ ପ୍ରେମ ନିବେଦନ କରିବା । ପ୍ରପୋଜ ଶବ୍ଦଟି ପ୍ରପୋଜାଲରୁ ଆସିଛି । ପ୍ରପୋଜ କରିବା ବେଳେ ବିଶ୍ବାସ ବି ଦେଇ ପାରୁଥିବା ନିତାନ୍ତ ଜରୁରୀ । ସମ୍ପର୍କର ମୁଳଦୂଆ ହିଁ ବିଶ୍ବାସ ।
ତେଣୁ ବିଶ୍ବାସ ଭରସା ସହ କୁହନ୍ତୁ ମନର କଥା । ଯାହା ତାଙ୍କୁ ସ୍ବତନ୍ତ୍ର ଅନୁଭବ କରାଇବା ସହ ଆପଣଙ୍କ ପ୍ରତି ସମ୍ମାନ ବଢାଇବାରେ ସାହାଯ୍ୟ କରିପାରିବ । ଏହା ଦ୍ବାରା ଏକ ମଜବୁତ ନୂଆ ସମ୍ପର୍କ ତିଆରି ହୋଇପାରେ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ