ETV Bharat / bharat

ଆଜି ପ୍ରୋମିଜ ଡେ; କଥା ଦିଅ କେବେ କରିବନି ପର

ପ୍ରେମ ଓ ପ୍ରତିଶୃତି ସତେ ଯେମିତ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ପ୍ରେମ ବିନା ପ୍ରତିଶ୍ରୁତି ଅଧୁରା, ପ୍ରତିଶୃତି ବିନା ପ୍ରେମ ଅଧୁରା । ଆଖିରୁ ସିନା ଆରମ୍ଭ ହୋଇଥାଏ ହେଲେ ଜୀବନ ସାରା ଏକାଠି ରହିବାକୁ ଦରକାର ପଡିଥାଏ କିଛି ମିଠାମିଠା ପ୍ରତିଶୃତି, ବିଶ୍ବାସ ଆଉ ସମ୍ମାନ । ପ୍ରେମ ସପ୍ତାହର 4 ଦିନ ସରିଥିବା ବେଳେ ଆଜି ପଞ୍ଚମ ଦିନରେ ଆସିଛି ପ୍ରୋମିଜ ଡେ' ଅର୍ଥାତ ପ୍ରତିଶୃତି ଦିବସ ।

author img

By

Published : Feb 11, 2021, 9:36 AM IST

Updated : Feb 11, 2021, 10:27 AM IST

ଆଜି ପ୍ରମିଜ ଡେ; ପ୍ରେମ ଓ ବିଶ୍ବାସର ଶପଥ ନେବେ ପ୍ରେମୀ ଯୁଗଳ

ହାଇଦ୍ରାବାଦ: ସାତ ଜନ୍ମ ପାଇଁ ମୁଁ ତୋର ଆଉ ତୁ ମୋର । ଜୀବନରେ ଯେତେ ଝଡ ତୋଫାନ ଆସୁ ତୁ ମୋତେ କେବେ ବି କରିବୁନି ପର, ଅଧାବାଟରେ ଛାଡିବୁନି ହାତ । ଏମିତି କେତେ କଣ ମନର ଅକୁହା କଥାକୁ ଆଜି ଦିନର ମୌକା ନେଇ ପ୍ରେମୀମାନେ କହିଦିଅନ୍ତି ନିଜ ମନର ମଣିଷକୁ । ତେବେ ଏ ପ୍ରତିଶୃତି ଦିବସଟି ଖାଲି ପ୍ରେମୀଙ୍କ ପାଇଁ ନକହି ଦୁନିଆର ସମସ୍ତ ସମ୍ପର୍କ ପାଇଁ କହିଲେ ବି ଅତ୍ୟୁକ୍ତି ହେବ ନାହିଁ । ସ୍ବାମୀ-ସ୍ତ୍ରୀ, ବାପା-ଝିଅ, ମା-ପୁଅ, ଭାଇ-ଭଉଣୀ ଅବା ସାଙ୍ଗ-ସାଥୀ ସବୁ ସମ୍ପର୍କର ଗାଡି ଆଗେଇନେବାକୁ ବା ଦୃଢ କରିବାକୁ ଆମେ ହୋଇଥାଉ ପ୍ରତିଶୃତିବଦ୍ଧ ।

ତେଣୁ ଆଜିର ଏହି ସ୍ପେଶାଲ ଦିନରେ ସୁଖ ହେଉ ଅବା ଦୁଃଖ ସବୁ ପରିସ୍ଥିତିରେ ନିଜ ମଣିଷ ସାଥ୍‌ ଦେବାକୁ ସମସ୍ତେ ନେବେ ଶପଥ । ପରୋକ୍ଷରେ ହେଉ ଅବା ପ୍ରତ୍ୟକ୍ଷରେ ପ୍ରେମକୁ ସୁଦୃଢ କରିବାକୁ ଆଉ ଏକ ଚେଷ୍ଟା କରିବେ ପ୍ରେମୀ । ଆଉ ଏହି ଦିନକୁ ସେଲିବ୍ରେଟ କରିବାକୁ ବିଭିନ୍ନ ପ୍ରକାରର ପନ୍ଥା ଆପଣାଇବେ ପ୍ରେମୀ ଯୁଗଳ । କୌଣସି ଏକ ସୁନ୍ଦର ସ୍ଥାନକୁ ଯାଇ ତ, କେଉଁ ଭିନ୍ନ ଉପାୟରେ ସରପ୍ରାଇଜ ଦେଇ ସେଲିବ୍ରେଟ କରିବେ ଏହି ଦିନ । ଏବେ ଫୋନ ହେଉଛି ଆଉ ଏକ ଉପାୟ । ଯାହା ମାଧ୍ୟମରେ ଫୋନରେ ସୁନ୍ଦର ଭିଡିଓ କରି ତ ସୋସିଆଲ ମିଡିଆରେ ପୋଷ୍ଟ କରି ଶପଥ ନେବେ ।

Last Updated : Feb 11, 2021, 10:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.