ETV Bharat / bharat

ସରକାରୀ ବଙ୍ଗଳା ଖାଲି କରିବାକୁ ରାଜି ରାହୁଲ, ମନେ ପକାଇଲେ ପୁରୁଣା ଦିନର ସ୍ମୃତି - କଂଗ୍ରେସ ନେତା ରାହୁଲ ଗାନ୍ଧୀ

ସରକାରୀ ବଙ୍ଗଳା ଖାଲି କରିବା ନୋଟିସ ଉପରେ ପ୍ରତିକ୍ରିୟା ରଖିଲେ ରାହୁଲ ଗାନ୍ଧୀ । ବଙ୍ଗଳା ସହ ଜଡ଼ିତ ପୁରୁଣା ଦିନକୁ ମନେ ପକାଇ ଲେଖିଲେ ଏମିତି । ଅଧିକ ପଢନ୍ତୁ

Happy memories says Rahul Gandhi
Happy memories says Rahul Gandhi
author img

By

Published : Mar 28, 2023, 4:57 PM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ପରେ ତାଙ୍କୁ ସରକାରୀ ବଙ୍ଗଳା ଖାଲି କରିବା ନେଇ ନୋଟିସ ଜାରି ହୋଇଥିଲା । ଏହା ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ରାହୁଲ । ସେ ବଙ୍ଗଳା ଖାଲି କରିବାକୁ ରାଜି ଥିବା କହିଥିବା ବେଳେ ନିଜର ପୁରୁଣା ଦିନକୁ ମନେ ପକାଇଛନ୍ତି । ଏହି ସରକାରୀ ବଙ୍ଗଳା ସହିତ ତାଙ୍କର ଅନେକ ଖୁସିର ମୁହୂର୍ତ୍ତି ଯୋଡ଼ି ହୋଇ ରହିଥିବା ସେ କହିଛନ୍ତି । ରାହୁଲଙ୍କୁ ଆସନ୍ତା ଏପ୍ରିଲ ୨୨ ତାରିଖ ସୁଦ୍ଧା ତୁଘଲକ ଲେନର ବଙ୍ଗଳାକୁ ଖାଲି କରିବାକୁ ନିର୍ଦ୍ଦେଶ ଆସିଥିଲା ।

ସରକାରୀ ବଙ୍ଗଳା ଖାଲି କରିବାକୁ ରାଜି ରାହୁଲ
ସରକାରୀ ବଙ୍ଗଳା ଖାଲି କରିବାକୁ ରାଜି ରାହୁଲ

ଘର ଖାଲି କରିବା ଲାଗି ନୋଟିସ ଜାରି କରି ତାଙ୍କୁ ମନେ ପକାଇ ଦେଇଥିବାରୁ ରାହୁଲ ଲୋକସଭା ସଚିବାଳୟକୁ ଧନ୍ୟବାଦ ଜଣାଇଛନ୍ତି । ଲୋକସଭା ସଚିବାଳୟର ଏମଏସ ଶାଖାର ଉପସଚିବ ଡକ୍ଟର ମୋହିତ ରଞ୍ଜନଙ୍କୁ ନୋଟିସର ଜବାବ ଦେଇ ରାହୁଲ କହିଛନ୍ତି ଯେ ସେ ତାଙ୍କର ଆଦେଶର ପାଳନ କରୁଛନ୍ତି ଏବଂ ନିର୍ଦ୍ଧାରିତ ସମୟ ପୂର୍ବରୁ ନିଜ ସରକାରୀ ବଙ୍ଗଳାକୁ ଖାଲି କରିଦେବେ । ସେ ଆହୁରି କହିଛନ୍ତି ଯେ ଏହି ସରକାରୀ ବଙ୍ଗଳା ତାଙ୍କ ଖୁସିର ମୁହୂର୍ତ୍ତର ସାକ୍ଷୀ ରହିବେ । ଲୋକସଭା ହାଉସିଂ କମିଟି ପକ୍ଷରୁ ସୋମବାର ରାହୁଲଙ୍କୁ ଏହି ନୋଟିସ ଜାରି କରାଯାଇଥିଲା ।

ଏହା ବି ପଢନ୍ତୁ- Rahul Gandhi Disqualification: ଏପ୍ରିଲ ୨୨ସୁଦ୍ଧା ଘର ଖାଲି କରିବାକୁ ରାହୁଲଙ୍କୁ ନୋଟିସ

ରାହୁଲ ମୋଦି ସରନେମକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ଅଡୁଆରେ ପଡିଛନ୍ତି । ଏହି ମାମଲା ନେଇ ସୁରଟ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହାପରେ ତାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ପ୍ରଥମେ ତାଙ୍କର ଲୋକସଭା ସାଂସଦ ପଦ ରଦ୍ଦ ହେବା ପରେ ତାଙ୍କୁ ସୋମବାର ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଆସିଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ଘର ଖାଲି ନ କଲେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ ବୋଲି ଲୋକସଭା ସଚିବାଳୟ ପକ୍ଷରୁ ଜାରି ହୋଇଥିବା ନୋଟିସରେ ଉଲ୍ଲେଖ ରହିଥିଲା ।

ସେପଟେ ରାହୁଲଙ୍କୁ ଏହି ନୋଟିସ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଏ ନେଇ ସେ କହିଛନ୍ତି, "ରାହୁଲ ଗାନ୍ଧୀଙ୍କୁ ଦୁର୍ବଳ କରିବା ଲାଗି କେନ୍ଦ୍ର ସରକାର ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି । ଯଦି ସେ ସରକାରୀ ବଙ୍ଗଳା ଖାଲି କରୁଛନ୍ତି ତେବେ ସେ ତାଙ୍କ ମାଆଙ୍କ ପାଖରେ ନଚେତ ମୋ ପାଖରେ ରହିବେ । ମୁଁ ମୋ ସରକାରୀ ବଙ୍ଗଳାର ଗୋଟିଏ କୋଠରୀକୁ ଖାଲି କରିଦେବି । କେନ୍ଦ୍ର ସରକାର ଯେଉଁଭଳି ଭାବରେ ରାହୁଲଙ୍କୁ ଧମକାଇବା ସହ ଅପମାନ କରୁଛନ୍ତି ଏହାକୁ ମୁଁ ତୀବ୍ର ନିନ୍ଦା କରୁଛି । ଜଣେ ବ୍ୟକ୍ତିଙ୍କୁ ଅପମାନିତ କରିବା ଲାଗି କେନ୍ଦ୍ର ସରକାରଙ୍କ ଏଭଳି ଢଙ୍ଗକୁ ମୁଁ ନିନ୍ଦା କରୁଛି । "

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.