ହାଇଦ୍ରାବାଦ: ଚାଲିଛି ପ୍ରେମ ସପ୍ତାହ । ପ୍ରେମରେ ମତୁବାଲା ପ୍ରେମୀ ଯୁଗଳ । ଭାଲେଣ୍ଟାଇନ୍ ସପ୍ତାହରେ ଆଜି ହେଉଛି କିସ୍ ଡେ ବା ଚୁମ୍ବନ ଦିବସ । ଏହି ଦିନକୁ ପ୍ରେମୀଯୁଗଳ ନିଜ ନିଜ ପସନ୍ଦ ମୁତାବକ ପାଳନ କରିଥାନ୍ତି । ଚୁମ୍ବନ ହେଉଛି ପ୍ରେମର ଏକ ଅନ୍ତରଙ୍ଗ ରୂପ ଯାହାକି ଗଭୀର ପ୍ରେମ, ସ୍ନେହର ଅଭିବ୍ୟକ୍ତିକୁ ସୂଚିତ କରେ । ଚୁମ୍ବନ ପ୍ରତି ଲୋକଙ୍କ ଧାରଣା ନକରାତ୍ମକ ହୋଇ ଯାଇଥିଲେ ବି ବାସ୍ତବରେ ଏହା ଏକ ଶାଶ୍ୱତ କ୍ରିୟା।
ଭଲ ପାଉଥିବା ପ୍ରେମିକ ଓ ପ୍ରେମିକା ଏହି ସପ୍ତାହକୁ ଖାସ୍ ଓ ତାଜା ରଖିବାକୁ ବିଭିନ୍ନ ପ୍ରକାର ପନ୍ଥା ଆପଣାଇଥାନ୍ତି । ଚୁମ୍ବନ କେବଳ ପ୍ରେମିକ ପ୍ରେମିକାଙ୍କ ପାଇଁ ନୁହେଁ, ଏହା ସବୁ ପ୍ରକାର ସମ୍ପର୍କକୁ ଅଧିକ ମଜ୍ଭୁତ୍ କରିଥାଏ । କୁହାଯାଏ କିସ୍ ବା ଚୁମ୍ବନ ଦୁଇଟି ମଣିଷଙ୍କ ସଂପର୍କରେ ଥିବା ଦୂରତାକୁ ଦୂର କରିଦିଏ । ପ୍ରେମୀଯୁଗଳ ପରସ୍ପର ସହ ଅଧିକ ଘନିଷ୍ଠ ହୋଇଥାନ୍ତି । ଏହା ସଂପର୍କକୁ ଆହୁରି ମଜବୁତ କରିଥାଏ । ସେଥିପାଇଁ କିସ୍ ଡେରେ ପରସ୍ପରକୁ ଚୁମ୍ବନ ଦେଇ ନିଜ ପ୍ରେମକୁ ଜାହିର କରିଥାନ୍ତି ପ୍ରେମୀଯୁଗଳ ।
ରୋମାନମାନେ ଭିନ୍ନ ଧରଣର ଚୁମ୍ବନ ବାହାର କରିଥିବାରୁ ଧୀରେ ଧୀରେ ଚୁମ୍ବନ କିମ୍ବା ପ୍ରେମ ଯଚାଇବାର କୌଣସି କ୍ରିୟାକୁ ରୋମାନ୍ସ ନାମ ଦିଆଗଲା । ବୈଜ୍ଞାନିକମାନଙ୍କ କହିବାନୁଯାୟୀ ଚୁମ୍ବନ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ବ୍ୟକ୍ତିକୁ ସୁସ୍ଥ ମଧ୍ୟ ରଖିଥାଏ । ଚୁମ୍ବନ ଦ୍ବାରା ଅକ୍ସିଟୋସିନ୍, ଡୋପାମାଇନ୍ ଏବଂ ସେରୋଟୋନିନ୍ ନାମକ ହରମୋନ କ୍ଷରିତ ହୋଇଥାଏ । ଯାହାକି ମନକୁ ଖୁସି ରଖିବାରେ ବେଶ ସହାୟକ ହୋଇଥାଏ ।
ଜାଣନ୍ତୁ ଚୁମ୍ବନର ଉପକାରିତା
- ମୁଖମଣ୍ଡଳ ଉଜ୍ବଳ ଦିଶେ
- ଉଭୟଙ୍କ ମଧ୍ୟରେ ପ୍ରେମ ବଢେ
- ଆତ୍ମବିଶ୍ବାସ ବୃଦ୍ଧି କରିବା ସହ ମୁଣ୍ଡବିନ୍ଧା ଦୂର କରେ
- ଉଚ୍ଚ ରକ୍ତଚାପକୁ ହ୍ରାସ କରେ
ତେବେ ଜାଣନ୍ତୁ ଚୁମ୍ବନ କେତେ ପ୍ରକାର
ମଥା ଚୁମ୍ବନ: ମଥା ଚୁମ୍ବନ ପ୍ରେମିକ,ପ୍ରେମିକା ମଧ୍ୟରେ ଥିବା ଭାବ ପ୍ରବଣନତାକୁ ସୂଚିତ କରିଥାଏ । ବିଶେଷକରି ମହିଳାମାନେ ଫୋରହେଡ ବା ମଥା ଚୁମ୍ବନକୁ ପସନ୍ଦ କରିଥାନ୍ତି । ନିଜ ସାଥି ପ୍ରତି ନଜ ଭଲପାଇବାକୁ ଜଣାଇବା ପାଇଁ ମଥାରେ କିସ୍ କରିଥାନ୍ତି। ପ୍ରେମର ସମ୍ପର୍କର ଆରମ୍ଭରେ ସାଥି ମଥାରେ କିସ୍ କରିଥାନ୍ତି ।କେବଳ ପ୍ରେମିକ-ପ୍ରେମିକାଙ୍କୁ ନୁହେଁ ଛୋଟ ପିଲାଙ୍କୁ ମଧ୍ୟ ମଥା ଚୁମ୍ବନ କରାଯାଇଥାଏ ।
ଗାଲରେ କିସ୍: ଗାଲରେ କିସ୍ କରିବା ଅର୍ଥ ହେଉଛି ବନ୍ଧୁତ୍ୱର ପ୍ରତୀକ। ଅଭିନନ୍ଦନର ଜଣାଇବା ତଥା ନିଜ ସାଥି ଅନୁରାଗରେ ଗାଲ କିସ୍ କରିଥାନ୍ତି।
ଲିପ୍ କିସ୍: ଲିପ୍ କିସ୍ ହେଉଛି ସବୁଠାରୁ ରୋମାଣ୍ଟିକ । ଏହାକୁ ଫ୍ରେଞ୍ଚ କିସ୍ ମଧ୍ୟ କୁହାଯାଏ । ନିଜ ସାଥୀଙ୍କ ପ୍ରତି ଆପଣ କେତେ ଆକୃଷ୍ଟ ହୁଅନ୍ତି ତାହା ଏହି କିସ୍ରୁ ହିଁ ଜଣାପଡ଼ିଥାଏ । ଲିପ୍ କିସ୍ ଦ୍ବାରା ପରସ୍ପର ମଧ୍ୟରେ ଥିବା ପ୍ରେମ ଆହୁରି ମଜଭୁତ ହୋଇଥାଏ ।
ଲଭ୍ ବାଇଟ୍: ଗାଲ ଏବଂ ଓଠକୁ ଅତି ନରମ ସ୍ପର୍ଶ କରି କାମୁଡ଼ିବାକୁ ବାଇଟ୍ କିସ୍ କୁହାଯାଇଥାଏ । ସାଧାରଣତଃ ଏହି କିସ୍ ଅନ୍ତରଙ୍ଗ ମୂହୁର୍ତ୍ତରେ ହୋଇଥାଏ । ଏହି କିସ୍ କରିବା ପରେ କିଛି ଦାଗ ରହିଥାଏ । ଏହି ଦାଗକୁ ଲଭ୍ ବାଇଟ୍ କୁହାଯାଏ ।
ଆସନ୍ତାକାଲି ପ୍ରେମ ସପ୍ତାହର ଅନ୍ତିମ ଦିବସ ବା ଭାଲେଣ୍ଟାଇନ୍ ଡେ । ରୋଜ ଡେ ରୁ ଆରମ୍ଭ ହୋଇଥିବା ଏହି ସପ୍ତାହ ଆସନ୍ତାକାଲି ଭାଲେଣ୍ଟାଇନ୍ ଡେରେ ଶେଷ ହେବ । ପ୍ରେମର ଏହି ଦିନ ପାଳିବାକୁ ପ୍ରତିବର୍ଷ ଅପେକ୍ଷା କରିଥାନ୍ତି ପ୍ରେମୀଯୁଗଳ ।