ETV Bharat / bharat

ଶକ୍ତିଶାଳୀ ହେବ ଭାରତୀୟ ନୌସେନା, ସାମିଲ ହେବ ହେଭି ମେସିନ ଗନ

ଭାରତୀୟ ସୁରକ୍ଷା ବଳକୁ ମିଳିଲା ନୂଆ ଶକ୍ତି । ନୌସେନା ଓ କୋଷ୍ଟଗାର୍ଡରେ ସାମିଲ ହେବ ୨୫ ଅତ୍ୟାଧୁନିକ ହେଭି ମେସିନଗନ । ଅଧିକ ପଢନ୍ତୁ...

ଭାରତୀୟ ସୁରକ୍ଷା ବଳକୁ ମିଳିଲା ଅତ୍ୟାଧୁନିକ ହେଭି ମେସିନ ଗନ

author img

By

Published : Jul 17, 2021, 7:38 PM IST

ନୂଆଦିଲ୍ଲୀ: ଭାରତୀୟ ସୁରକ୍ଷା ବଳକୁ ମିଳିଲା ନୂଆ ଶକ୍ତି । ଭାରତୀୟ ସେନାରେ ସାମିଲ ହେଲା ସ୍ବଦେଶୀ ନିର୍ମିତ ଅତ୍ଯାଧୁନିକ କ୍ଷମତା ସମ୍ପନ୍ନ ହେଭି ମେସିନ ଗନ । ତାମିଲନାଡୁର ତ୍ରୀଚିରାପଲ୍ଲୀ ଅର୍ଡିନାନ୍ସ ଫ୍ୟାକ୍ଟ୍ରିରେ ଏହାକୁ ନିର୍ମାଣ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୫ଟି ହେଭି ମେସିନଗନକୁ ଭାରତୀୟ ସୁରକ୍ଷାବଳକୁ ହସ୍ତାନ୍ତର କରାଯିବ। ଏଥିମଧ୍ୟରୁ ୧୫ଟି ମେସିନଗନ ଭାରତୀୟ ନୌସେନାକୁ ହସ୍ତାନ୍ତର କରାଯିବାକୁ ଥିବାବେଳେ ଅବଶିଷ୍ଟ ୧୦ଟି କୁ ଭାରତୀୟ ତଟରକ୍ଷୀ ବାହୀନିକୁ ହସ୍ତାନ୍ତର କରାଯିବ ।

ଭାରତକୁ ଇସ୍ରାଏଲ ଜ୍ଞାନ କୌଶଳ ବିନିମୟ ଫଳରେ ଭାରତରେ ଏହି ଅତ୍ୟାଧୁନିକ ତଥା ଉଚ୍ଚ ଶକ୍ତି ସମ୍ପନ୍ନ ମେସିନ ଗନ ନିର୍ମାଣ ସମ୍ଭବ ହୋଇ ପାରିଛି । ଆଗାମୀ ଦିନରେ ଏହାର ଉତ୍ପାଦନ ଜାରି ରଖିବା ସହ ପର୍ଯ୍ୟାୟ କ୍ରମେ ଭାରତୀୟ ସୁରକ୍ଷା ବଳରେ ସାମିଲ ପ୍ରକ୍ରିୟା ଜାରି ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.