ଭୋପାଳ : ମଧ୍ୟପ୍ରଦେଶ ଇନ୍ଦୋର ଅନ୍ତର୍ଗତ ସରାଫା ଚୌପାଟି ବଜାରରେ ଜଣେ କୁଲଫି ଦୋକାନୀ ନିଜ ଶରୀରରେ ପରିଧାନ କରିଥିବା ସୁନା ପାଇଁ ବେଶ ଚର୍ଚ୍ଚିତ । 62 ବର୍ଷର ନଟବର ନେମା ଯିଏ କି ସରାଫା ବଜାରରେ କୁଲଫି ଫାଲୁଦା ଦୋକାନ ଲଗାଇଛିନ୍ତି ।
ସରାଫା ବଜାରକୁ ଆସି ଲୋକ ତାଙ୍କର କୁଲଫି ଫାଲୁଦାର ମଜା ଉଠାଇବା ସହିତ ଏହି ଗୋଲଡେନ ମ୍ୟାନ ସହିତ ସେଲଫି ଉଠାଇବାକୁ ଭୁଲନ୍ତି ନାହିଁ । ନଟବର ଗ୍ରାହକଙ୍କୁ କୁଲଫି ପରସିବା ସମୟରେ ତାଙ୍କ ଦେହରେ ପରିଧାନ କରିଥିବା ପ୍ରାୟ ଅଧ କେଜି ସୁନାକୁ ଲୋକମାନେ ଦେଖନ୍ତି ଏବଂ ଉପଭୋଗ ମଧ୍ୟ କରନ୍ତି । ନଟବରଙ୍କ କୁଲଫି ଖାଇବା ପାଇଁ ନେତା ଠାରୁ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ସେଠାକୁ ଯାଇଥାନ୍ତି ।