ETV Bharat / bharat

Haj Yatra: ଶସ୍ତା ହେବ ହଜ୍‌ ଯାତ୍ରା, ଉଠିଲା ବୟସ ସୀମା

author img

By

Published : Nov 13, 2022, 7:46 PM IST

ହଜ ଯାତ୍ରୀଙ୍କ ପାଇଁ ବଡ ଆଶ୍ବସ୍ତି ଆଣିଲେ କେନ୍ଦ୍ର ସରକାର । ଅନାବଶ୍ୟକ ଖର୍ଚ୍ଚ ହ୍ରାସ ଯୋଗୁ ଲକ୍ଷେ ଟଙ୍କା ଶସ୍ତା ହେବ ଯାତ୍ରା (Haj yatra to get cheaper by Rs 1 lakh) । ରହିବନି କୌଣସି ବୟସ ସୀମା । ପଞ୍ଜିକରଣ ପ୍ରକ୍ରିୟା ମଧ୍ୟ ପୂର୍ବାପେକ୍ଷା ହେଲା ସରଳ । ଅଧିକ ପଢନ୍ତୁ

Haj yatra: ଲକ୍ଷେ ଟଙ୍କା ଶସ୍ତା ହେବ ହଜ ଯାତ୍ରା, ଉଠିଲା ବୟସ ସୀମା

ଲକ୍ଷ୍ନୌ: ଭାରତୀୟ ହଜ ଯାତ୍ରୀଙ୍କ ପାଇଁ ବଡ ଆଶ୍ବସ୍ତି ଆଣିଛନ୍ତି କେନ୍ଦ୍ର ସରକାର । ଯାତ୍ରାରେ ଅନାବଶ୍ୟକ ଖର୍ଚ୍ଚକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଫଳରେ ଏବେ ହଜ ଯାତ୍ରା ପୂର୍ବାପେକ୍ଷା ପ୍ରାୟ ଏକ ଲକ୍ଷ ଟଙ୍କା ଶସ୍ତା ହେବାକୁ ଯାଉଛି (Haj yatra to get cheaper by Rs 1 lakh)। କେବଳ ଏତିକି ନୁହେଁ ବରଂ ଯାତ୍ରା ପାଇଁ ପୂର୍ବରୁ ଥିବା ବୟସ ସୀମା ମଧ୍ୟ ସରକାର ଉଠାଇନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ଓ ଦେଶର ହଜ କମିଟି ତଥା ସମସ୍ତ ରାଜ୍ୟର ହଜ କମିଟି ଦ୍ବାରା ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ଉତ୍ତର ପ୍ରଦେଶ ହଜ୍ କମିଟିର ଅଧ୍ୟକ୍ଷ ମୋହସିନ୍ ରଜା କହିଛନ୍ତି, କେନ୍ଦ୍ର ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଅଧ୍ୟକ୍ଷତାରେ ଜାତୀୟ ହଜ୍ କମିଟି ଏବଂ ସମସ୍ତ ରାଜ୍ୟ ହଜ୍ କମିଟି ମଧ୍ୟରେ ବୈଠକ ଆହୁତ ହୋଇଥିଲା । ଏଥିରେ ହଜ୍ ତୀର୍ଥଯାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୂର୍ବ ନିଷ୍ପତ୍ତିରେ ଅନେକ ପରିବର୍ତ୍ତନ କରାଯାଇଛି । ଏହି କ୍ରମରେ କେନ୍ଦ୍ର ସରକାର ହଜ୍ ଯାତ୍ରାରେ ଅନାବଶ୍ୟକ ଖର୍ଚ୍ଚ ହ୍ରାସ କରିବାକୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଫଳରେ ହଜ ଯାତ୍ରୀ ଏବେ ପ୍ରାୟ ଏକ ଲକ୍ଷ ଟଙ୍କାର ଆର୍ଥିକ ରିହାତି ପାଇପାରିବେ ।

ଏହା ବ୍ୟତୀତ ପୂର୍ବପରି ବେସରକାରୀ ସଂସ୍ଥା ଯାତ୍ରାରେ ଅଂଶଗ୍ରହଣ କରୁଥିବା ଯାତ୍ରୀମାନଙ୍କର RT-PCR ପରୀକ୍ଷା ମଧ୍ୟ କରିବେ ନାହିଁ । ଯାତ୍ରାରେ ଅଂଶଗ୍ରହଣ କରିବା ପାଇଁ ନିର୍ଦ୍ଧାରିତ ହୋଇଥିବା ବୟସ ସୀମା ମଧ୍ୟ ସାଉଦି ଆରବ ସରକାରଙ୍କ ପକ୍ଷରୁ ସମାପ୍ତ କରାଯାଇଛି । ଅଂଶଗ୍ରହଣକାରୀଙ୍କୁ ପଞ୍ଜିକରଣ ପାଇଁ ଆଉ ଦୀର୍ଘ ଓ ଜଟିଳ ପ୍ରକ୍ରିୟାର ସାମ୍ନା କରିବାକୁ ପଡିବ ନାହିଁ ବୋଲି ସେ କହିଛନ୍ତି ।

ତେବେ ପ୍ରତିବର୍ଷ ଦେଶରେ ବହୁ ଇସଲାମ ଧର୍ମାବଲମ୍ବୀ ହଜ ଯାତ୍ରା କରିଥାନ୍ତି । ରାଜ୍ୟୱାରୀ ଦେଖିବାକୁ ଗଲେ ଉତ୍ତର ପ୍ରଦେଶରେ ଏହି ଯାତ୍ରୀଙ୍କ ସଂଖ୍ୟା ଦେଶରେ ସର୍ବାଧିକ ରହିଥାଏ । ତେଣୁ କେନ୍ଦ୍ର ସରକାର ଉତ୍ତର ପ୍ରଦେଶ ପାଇଁ ସର୍ବାଧିକ କୋଟା ବ୍ୟବସ୍ଥା ମଧ୍ୟ କରିଥାନ୍ତି । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚଳିତ ଥର ଏପରି ନିଷ୍ପତ୍ତି ପରେ ହଜ ଯାତ୍ରାରେ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.