ହାଇତି: ଶନିବାର ପଶ୍ଚିମ ହାଇତିରେ ଘଟିଥିବା ବଡ ଧରଣର ଭୂକମ୍ପରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହି ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୧୪୧୯କୁ ବୃଦ୍ଧି ପାଇଛି । ଏହି ଭୂକମ୍ପରେ ୨୮୬୮ ଘର ନଷ୍ଟ ହୋଇଯାଇଥିବା ବେଳେ ୫୪୧୦ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଏନେଇ ସିଭିଲ ପୋଟ୍ରକ୍ସନ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି । ଏହି ଭୂକମ୍ପରେ ଏକ ମେଡିକାଲ ଓ ଏକାଧିକ ହୋଟେଲ ମଧ୍ୟ ଭାଙ୍ଗିଯାଇଛି ।
ପ୍ରଧାନମନ୍ତ୍ରୀ ଆରିଏଲ ହେନେରୀ କହିଛନ୍ତି, ଯେତେବେଳେ ଡାକ୍ତରଙ୍କ ଆବଶ୍ୟକତା ଏବେ ଆମ ପାଇଁ ଜରୁରୀ ହୋଇପଡିଛି । ଆମେ ପ୍ରଭାବିତ ଅଞ୍ଚଳ ଗୁଡିକୁ ସୁବିଧା ପାଇଁ ଔଷଧ ଏବଂ ଡାକ୍ତରୀ କର୍ମଚାରୀ ପଠାଇବା ଆରମ୍ଭ କରିଛୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନଙ୍କ ସ୍ବତନ୍ତ୍ର ଚିକିତ୍ସାର ଆବଶ୍ୟକତା ରହିଛି ସେମାନଙ୍କୁ ଆମେ ସ୍ଥାନାନ୍ତର କରିଛୁ । ଆଜି ଏବଂ ଆସନ୍ତାକାଲି ଆମେ ଆଉ କିଛି ସ୍ଥାନାନ୍ତର କରିବୁ।
ସୂଚନା ଅନୁସାରେ, ଶନିବାର ସକାଳେ ପଶ୍ଚିମ ହାଇତିରେ 7.2 ତିବ୍ରତାର ଭୂକମ୍ପ ହୋଇଥିଲା । ସ୍ଥାନୀୟ ବିପର୍ଯ୍ୟୟ ମୁକାବିଲା ସଂସ୍ଥା ଦ୍ବାରା ଆକଳନ ଅନୁସାରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଜନବହୁଳ ରାଜଧାନୀ କେନ୍ଦ୍ରୀୟ ପୋର୍ଟ-ଅ-ପ୍ରିନ୍ସରୁ ପ୍ରାୟ 100 ମାଇଲ ଅର୍ଥାତ 160 କିଲୋମିଟର ଦୂରରେ ବୋଲି କୁହାଯାଉଛି । ଜାନୁଆରୀ 2010ରେ 7.0 ତୀବ୍ରତାର ଭୂକମ୍ପ ଅନୂଭୁତ ହୋଇଥିବା ବେଳେ ବର୍ତ୍ତମାନ ପ୍ରାୟ ୧୦ବର୍ଷ ବ୍ୟବଧାନ ପରେ 7.2 ତ୍ରୀବତାର ଭୂକମ୍ପ ଅନୁଭୁତ ହୋଇଛି । 2010ରେ ହୋଇଥିବା ଭୂକମ୍ପରେ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।
@ANI