ETV Bharat / bharat

Gyanvapi survey: କାଲି ରିପୋର୍ଟ ଦାଖଲର ଶେଷ ତାରିଖ, ଅତିରିକ୍ତ ସମୟ ଲୋଡିବ ASI ! - ରିପୋର୍ଟ ଦାଖଲର ଶେଷ ତାରିଖ

ବହୁଚର୍ଚ୍ଚିତ ବାରଣାସୀ ଜ୍ଞାନବ୍ୟାପୀ ମସଜିଦରେ ASI ସର୍ଭେ ମାମଲା । ଶନିବାର ରିପୋର୍ଟ ଦାଖଲ କରିବ ବିଭାଗ । ଅଧିକ ପଢନ୍ତୁ

Gyanvapi survey
Gyanvapi survey
author img

By ETV Bharat Odisha Team

Published : Sep 1, 2023, 5:05 PM IST

ଅତିରିକ୍ତ ସମୟ ଲୋଡିବ ASI

ଲକ୍ଷ୍ନୌ: ବହୁଚର୍ଚ୍ଚିତ ବାରଣାସୀ ଜ୍ଞାନବ୍ୟାପୀ ମସଜିଦରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ବିଭାଗ (ASI) ପକ୍ଷରୁ ସାଇଣ୍ଟିଫିକ ସର୍ଭେ ଜାରି ରହିଛି । ଆସନ୍ତାକାଲି (ସେପ୍ଟେମ୍ବର ୨) ବାରଣାସୀ ଜିଲ୍ଲା କୋର୍ଟରେ ଏହି ରିପୋର୍ଟର ଦାଖଲର ଶେଷ ତାରିଖ ରହିଛି । ଏବେ ବି ମସଜିଦରେ ସର୍ଭେ ଜାରି ରହିଛି । ଏଣୁ ଆସନ୍ତାକାଲି ASI କୋର୍ଟଙ୍କୁ ସର୍ଭେ ଲାଗି ଅତିରିକ୍ତ ସମୟ ମାଗିପାରେ ବୋଲି ଚର୍ଚ୍ଚା ହେଉଛି ।

ଗତ ଅଗଷ୍ଟ ୫ ତାରିଖରେ ମସଜିଦରେ ସାଇଣ୍ଟିଫିକ ସର୍ଭେ କରିବା ଲାଗି ବାରଣାସୀ ଜିଲ୍ଲା କୋର୍ଟ ASIକୁ ୪ ସପ୍ତାହ ସମୟ ଦେଇଥିଲେ । ଏହାସହିତ ସେପ୍ଟେମ୍ବର ୨ ତାରିଖରେ ସର୍ଭେ ରିପୋର୍ଟ ଦାଖଲ କରିବା ଲାଗି ବିଭାଗକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ସୂଚନା ଥାଉ କି ଗତ ଜୁଲାଇ ୨୧ ତାରିଖରେ ବାରଣାସୀ କୋର୍ଟ ସର୍ଭେ ଲାଗି ASIକୁ ଅନୁମତି ଦେଇଥିଲେ ଓ ଏହାର ରିପୋର୍ଟ ଅଗଷ୍ଟ ୪ ତାରିଖ ସୁଦ୍ଧା ଦାଖଲ କରିବା ଲାଗି କହିଥିଲେ । ଏହାପରେ ଏଏସଆଇ ଜୁଲାଇ ୨୪ ତାରିଖରେ ସର୍ଭେ ଆରମ୍ଭ କରିଥିଲା । ସର୍ଭେ ସାଢେ ୪ଘଣ୍ଟା ଚାଲିଥିବା ବେଳେ ଜୁଲାଇ ୨୬ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସର୍ଭେ ବନ୍ଦ କରିବା ଲାଗି ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ଆସିଥିଲା ।

ଏହା ବି ପଢନ୍ତୁ- Gyanvapi survey: କୋର୍ଟ ବାହାରେ ବୁଝାମଣା ପ୍ରସ୍ତାବରେ ହିନ୍ଦୁପକ୍ଷ ଦୁଇ ଭାଗ !

ଏହାପରେ ମୁସଲିମ ପକ୍ଷ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ କମିଟି ଜୁଲାଇ ୨୫ ତାରିଖରେ ସର୍ଭେ ବିରୋଧରେ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ଏହାପରେ କୋର୍ଟ ସ୍ଥଗିତାଦେଶକୁ ବୃଦ୍ଧି କରାଇଥିଲେ । ଏହାପରେ ଗତ ଅଗଷ୍ଟ ୩ ତାରିଖରେ ଶେଷରେ ଆହ୍ଲାବାଦ ହାଇକୋର୍ଟ ASIକୁ ସର୍ଭେ ଲାଗି ଅନୁମତି ଦେଇଥିଲେ । ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ସେହି ଦିନ ମୁସଲିମ ପକ୍ଷ ସର୍ଭେ ଉପରେ ସ୍ଥଗିତାଦେଶ ଜାରି କରିବା ଲାଗି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାତ୍ର ଏହି ଆବେଦନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ ।

ଏହା ବି ପଢନ୍ତୁ- Gyanvapi Row: ASI ସର୍ଭେ ଉପରେ ସୁପ୍ରିମକୋର୍ଟଙ୍କ ରୋକ, ହାଇକୋର୍ଟ ଯିବ ମୁସଲିମ କମିଟି

ସୂଚନା ଥାଉ କି ମସଜିଦର ମୁଖ୍ୟ ଡୋମ (ଗମ୍ବୁଜ), ବ୍ୟାସଜି ବେସମେଣ୍ଟ, ପଶ୍ଚିମ ପାର୍ଶ୍ବର ହଲ୍‌ ଓ ମୁଖ୍ୟ ହଲ୍‌ରେ ASIର ୩୮ ଜଣିଆ ଟିମ ଗବେଷଣା ଜାରି ରଖିଛନ୍ତି । ସେପଟେ IIT କାନପୁରର ଗବେଷକମାନେ ସର୍ଭେରେ ଏଏସଆଇ ଟିମକୁ ସାହାଯ୍ୟ କରୁଛନ୍ତି । ଆଜି ସକାଳ ୮ଟାରେ ସର୍ଭେ ଆରମ୍ଭ ହୋଇଥିବା ବେଳେ ଅପରାହ୍ନରେ ଜୁମା ନମାଜ ଲାଗି କିଛି ସମୟ ଲାଗି ସର୍ଭେକୁ ବନ୍ଦ କରାଯାଇଥିଲା । ଏହାପରେ ପୁଣି ୨.୩୦ରୁ ଆରମ୍ଭ ହୋଇଥିଲା ସର୍ଭେ ।

ସର୍ଭେ ସମ୍ପର୍କରେ ସୂଚନା ଦେଇ ହିନ୍ଦୁ ପକ୍ଷର ଆଇନଜୀବୀ ମଦନ ମୋହନ ଯାଦବ କହିଛନ୍ତି, " ଗବେଷଣା କ୍ଷେତ୍ରରେ ASI ଟିମ ଏକ୍ସପର୍ଟ ରହିଛନ୍ତି । ସେମାନେ ମେସିନ ବ୍ୟବହାର କରି ପ୍ରଥମେ ଫିଜିକାଲ ସର୍ଭେ କରିଛନ୍ତି । ସର୍ଭେ ଲାଗି ଏଏସଆଇ ଟିମ କୋର୍ଟଙ୍କୁ ଅତିରିକ୍ତ ସମୟ ଦେବା ଲାଗି ଅନୁରୋଧ କରିପାରେ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.