ମିଳିତ ଜାତିସଂଘ: ଆଫଗାନସ୍ତାନକୁ କବଜା କରି ନେଇଛି ତାଲିବାନ ଆତଙ୍କୀ ସଂଗଠନ । ତାଲିବାନ କବଜାକୁ ଆଫଗାନିସ୍ତାନ ଚାଲିଯିବା ପରେ ଦେଶରେ ଭୟଙ୍କର ସ୍ଥିତି ଉପୁଜିଛି । ଏହି ସଙ୍କଟରୁ ଦେଶକୁ ରକ୍ଷା କରିବା ପାଇଁ ଘଡିକି ଘଡି ବସୁଛି ବୈଠକ । ମାନବିକ ଅଧିକାରର ବ୍ୟାପକ ଉଲ୍ଲଘଂନ ହେବାର ଆଶଙ୍କା ମଧ୍ୟରେ ଆଫଗାନିସ୍ତାନ ତାଲିବାନ କବଜାକୁ ଆସି ସାରିଛି । ଏହାରି ଭିତରେ ତାଲିବାନଙ୍କ ସହିତ କଥା ହେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ମିଳିତ ଜାତିସଂଘ ସାଧାରଣ ସମ୍ପାଦକ ଆଣ୍ଟୋନିଓ ଗୁଟେରସ ।
ତାଲିବାନ ସହ ଯୋଗାଯୋଗ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେବାବେଳେ ସେ କହିଛନ୍ତି ଯେ ମୁଁ ନିଜେ କହି ନାହିଁ, କିନ୍ତୁ ଆମ ଲୋକ ତାଲିବାନ ସହ ଘନିଷ୍ଠ ସମ୍ପର୍କରେ ଅଛନ୍ତି । ମାନବିକ ଅଧିକାରକୁ ସମ୍ମାନ ଦେବା ସହିତ ଆତଙ୍କୀବାଦ କାର୍ଯ୍ୟକଳାପକୁ ରୋକିବା ପାଇଁ ଏହି ବାର୍ତ୍ତା ପହଞ୍ଚାଯାଉଛି ।
ଗୁଟେରସ ଆହୁରି କହିଛନ୍ତି ସେ କ୍ବାତର ସହିତ ଯୋଗାଯୋଗରେ ଅଛନ୍ତି । କ୍ବାତର ଉପପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି । ଆଶା କରୁଛୁ ଆଫଗାନିସ୍ତାନ ସଙ୍କଟ ଦୂର ହେବ । ତାଲିବାନ ସହିତ ଅନ୍ତର୍ଜାତୀୟ ସମୁଦାୟର ଏକମାତ୍ର ଲାଭ ହେଉଛି ସମସ୍ତ ରାଷ୍ଟ୍ର ଏକଜୁଟ ହେବା । ଗୋଟିଏ ସ୍ବରରେ କଥା ହେବା । ଉଚିତ୍ ମାନ୍ୟତା ପାଇଁ ତାଲିବାନକୁ ଯେଉଁ ସର୍ତ୍ତ ପୂରଣ କରିବାକୁ ପଡିବ, ତାହା ହେଉଛି "ମାନବିକ ଅଧିକାର ପ୍ରତି ସମ୍ପୂର୍ଣ୍ଣ ସମ୍ମାନ, ଏବଂ ବିଶେଷ ଭାବରେ ମହିଳା ଅଧିକାର ।
ବିପଦରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଅନୁମତି ଦେବା ଏବଂ ଏହି ଅଞ୍ଚଳ ପୁନର୍ବାର କଦାପି ଆତଙ୍କୀବାଦୀ କାର୍ଯ୍ୟକଳାପ ନ କରିବା ପାଇଁ ପ୍ରତିଶ୍ରୁତି ଦେବା । ଆଫଗାନିସ୍ତାନରେ ପରିଷଦର ଏକ ବ୍ୟାପକ ଆଦେଶ ଲୋଡ଼ିବେ କି ବୋଲି ପଚରାଯାଇଥିବା ବେଳେ ଗୁଟେରସ୍ କହିଛନ୍ତି ଯେ ଏହାର ସମୀକ୍ଷା କରାଯିବା ଆବଶ୍ୟକ କିନ୍ତୁ ସେଠାରେ ପରିସ୍ଥିତି କିପରି ବିକାଶ ହେବ ତାହା ଉପରେ ଏହା ନିର୍ଭର କରୁଛି । ଯଦି ଆମେ ଏଥିରେ ସଫଳ ହେଉ(ସର୍ତ୍ତାବଳୀରେ ତାଲିବାନ ଚୁକ୍ତିନାମା ପାଇବା) ତେବେ ମୁଁ ଭାବୁଛି ସୁରକ୍ଷା ପରିଷଦ ଆଦେଶର ନବୀକରଣ ହେବ ।
@IANS