ETV Bharat / bharat

‘କ୍ଷମତା ଭୋକିଲା ‘ଗୁପକାର ଗ୍ୟାଙ୍ଗ’, ଲୋକଙ୍କ ସହ କରିଛି ପ୍ରତାରଣା’ - ଡିଡିସି ନିର୍ବାଚନ

ଜମ୍ମୁ ଓ କାଶ୍ମୀର ଡିଡିସି ନିର୍ବାଚନୀ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିସ୍ଫୋରକ ବୟାନ । ଗୁପକାର ଗ୍ୟାଙ୍ଗ କ୍ଷମତା ଭୋକିଲା ବୋଲି କହିଲେ ମନ୍ତ୍ରୀ । ଅଧିକ ପଢନ୍ତୁ...

ଗୁପକାର ଗ୍ୟାଙ୍ଗ
ଗୁପକାର ଗ୍ୟାଙ୍ଗ
author img

By

Published : Dec 14, 2020, 10:06 AM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଚାଲିଥିବା ଡିଡିସି(ଜିଲ୍ଲା ବିକାଶ ପରିଷଦ) ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିସ୍ଫୋରକ ବୟାନ । ଜମ୍ମୁ ଓ କାଶ୍ମୀରର ଗୁପକାର ଗ୍ୟାଙ୍ଗକୁ କଲେ ଟାର୍ଗେଟ । ଗୁପକାର ଗ୍ୟାଙ୍ଗରେ ଥିବା ଦଳ ଗୁଡିକ କ୍ଷମତା ଲୋଭୀ ତଥା କ୍ଷମତା ଭୋକିଲା ବୋଲି କହିଲେ ମନ୍ତ୍ରୀ । ଏହାସହ ସେମାନେ କେନ୍ଦ୍ର ଶାସିତ ଲୋକଙ୍କୁ ପ୍ରତାରଣା କରିଛନ୍ତି ବୋଲି ମଧ୍ୟ ଦର୍ଶାଇଲେ ମନ୍ତ୍ରୀ ।

ରେୟାସି ଜିଲ୍ଲାର ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏପରି କହିଛନ୍ତି । ସେ କହିଛନ୍ତି,‘ଗୁପକାର ଗ୍ୟାଙ୍ଗ ନିର୍ବାଚନ ସମୟରେ ଲୋକଙ୍କୁ ଧୋକା ଦେଉଛନ୍ତି । ସେମାନେ ଲୋକଙ୍କ ସ୍ବାର୍ଥ ପାଇଁ କେବେ ବି ଏକାଠୀ ହୋଇନାହାଁନ୍ତି । ସେମାନେ ଏବେ ଏକାଠୀ ହୋଇଛନ୍ତି, କାରଣ ସେମାନେ କ୍ଷମତା ପାଇଁ ଭୋକିଲା ଅଛନ୍ତି ।’

ସେହିପରି ମନ୍ତ୍ରୀ କହିଛନ୍ତି, ‘କିଛି ଲୋକ ଭାରତୀୟ ସମ୍ବିଧାନ ଓ ସଂସଦକୁ ଚ୍ୟାଲେଞ୍ଜ କରୁଥିଲେ, ସେମାନେ କହୁଥିଲେ ଧାରା 370 ହଟାଯାଇପାରିବ ନାହିଁ । ହେଲେ ସେମାନେ ବୋଧେ ଏକ ଭାରତର ସ୍ବପ୍ନ ଦେଖୁଥିବା ଲୋକଙ୍କ ଶକ୍ତି ଓ ସାମାର୍ଥ୍ୟକୁ ଜାଣିନଥିଲେ ।’ ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କ ଆର୍ଶିବାଦରେ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ଧାରା 370 ପୁନଃସ୍ଥାପିତ କରିବାକୁ ଗୁପକାର ମେଣ୍ଟ ଗଠନ ହୋଇଥିବା ମେଣ୍ଟର ସହଭାଗିତା ଦଳ କହିଛନ୍ତି । ନ୍ୟାସନାଲ କନଫରେନ୍ସ, ପିଡିପି, ପିପୁଲ୍ସ କନଫରେନ୍ସ ଓ କମ୍ୟୁନିଷ୍ଟ ପାର୍ଟି ଅଫ୍‌(ଏମ୍‌) ଅକ୍ଟୋବର ମାସରେ ଏକାଠୀ ହୋଇ ଏହି ଗୁପକାର ମେଣ୍ଟ କରିଛନ୍ତି । ଏହାସହ ଡିଡିସି(ଜିଲ୍ଲା ବିକାଶ ପରିଷଦ) ନିର୍ବାଚନରେ ମିଳିତ ଭାବେ ଲଢୁଛନ୍ତି ।

ତେବେ ଧାରା 370 ଉଠିବା ଓ ଜମ୍ମୁ କାଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ କରିବା ପରେ ପାକିସ୍ତାନରୁ ଆସିଥିବା ଶରଣାର୍ଥୀଙ୍କୁ ପ୍ରଥମ ଥର ପାଇଁ ଡିଡିସି ନିର୍ବାଚନରେ ଭୋଟ ଦେବାର ସୁଯୋଗ ମିଳିଛି । ସୂଚନାଥାଉକି, ରବିବାର ହୋଇଥିବା ଷଷ୍ଠ ପର୍ଯ୍ୟାୟ ଡିଡିସି ନିର୍ବାଚନରେ ସମୁଦାୟ 42.79 ପ୍ରତିଶତ ମତଦାନ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.