ETV Bharat / bharat

ଇସ୍ତଫାର ୨୪ଘଣ୍ଟା ମଧ୍ୟରେ ନୂଆ ଜାତୀୟ ଦଳ ଗଠନ ପ୍ରକ୍ରିୟା ଆରମ୍ଭ, କାଶ୍ମୀର ନେତାଙ୍କ ସହ ଆଲୋଚନା କଲେ ଆଜାଦ

author img

By

Published : Aug 27, 2022, 6:00 PM IST

କଂଗ୍ରେସରୁ ଇସ୍ତଫା ଦେବା ପରେ ନୂଆ ଜାତୀୟ ଦଳ ଗଢିବା ପ୍ରକ୍ରିୟା ଆରମ୍ଭ କଲେ ଗୁଲାମ ନବୀ ଆଜାଦ । କାଶ୍ମୀର ନେତାଙ୍କ ସହ କଲେ ଆଲୋଚନା । ନିର୍ବାଚନରେ ଦୃଢତାର ସହ ଳଢିବା ନେଇ ଦେଲେ ସୂଚନା । ଅଧିକ ପଢନ୍ତୁ

ନୂଆ ଜାତୀୟ ଦଳ ଗଢିବେ ଆଜାଦ, କାଶ୍ମୀର ନେତାଙ୍କ ସହ କଲେ ଆଲୋଚନା

ନୂଆଦିଲ୍ଲୀ: ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ନୂଆ ଜାତୀୟ ଦଳ ଗଠନ କରିବାକୁ ଘୋଷଣା କରିବା ପରେ ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ କରି ସାରିଛନ୍ତି । ଆଜି (ଶନିବାର) ଜମ୍ମୁ କାଶ୍ମୀରରେ ବିଭିନ୍ନ ରାଜନୈତିକ ସଂଗଠନର ନେତା ଓ ନିର୍ବାଚିତ ଜନପ୍ରତିନିଧି । ଏହି ଆଲୋଚନାରେ ଗଠନ ହେବାକୁ ଥିବା ଜାତୀୟ ରାଜନୈତିକ ଦଳର ରୂପରେଖ ନେଇ ଆଲୋଚନା ହୋଇଛି । ଆଜି ଏହି ପ୍ରସଙ୍ଗରେ ନିଜେ ଆଜାଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ଆଜାଦ କହିଛନ୍ତି, ‘‘କାଶ୍ମୀରର କିଛି ବିଧାୟକ ଆସି ମୋ ସହ ଆଲୋଚନା କରିଛନ୍ତି । ଆଉ କିଛି ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ମଧ୍ୟ ସଂଧ୍ୟାରେ ଆସି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏକ ଜାତୀୟ ଦଳ ଗଠନ ଦିଗରେ ଆମେ ଆଲୋଚନା ଜାରି ରଖିଛୁ । ଆମେ ଜମ୍ମୁ କାଶ୍ମୀର ନିର୍ବାଚନରେ ଦୃଢତାର ସହ ପ୍ରତିଦ୍ବନ୍ଦିତା କରିବାକୁ ଯାଉଛୁ । ମୁଁ କୌଣସି ମନ୍ତବ୍ୟର ପ୍ରତିଉତ୍ତର ଦେବାକୁ ଚାହୁଁନି, ତାର ଉତ୍ତର ଆମେ ନିର୍ବାଚନ ଫଳାଫଳରେ ଦେବୁ ।’’

ଗତକାଲି କଂଗ୍ରେସର ଏହି ବରିଷ୍ଠ ନେତା ନିଜ ଅସନ୍ତୋଷ ଦର୍ଶାଇ ଦଳରୁ ଇସ୍ତଫା ଦେଇଥିଲେ । ସେ ଦଳ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ଏକାଧିକ ସଙ୍ଗୀନ ଅଭିଯୋଗ ମଧ୍ୟ କରିଥିଲେ । ସେ ଦଳ ଛାଡିବା ସହ ନୂଆ ଦଳ ଗଠନ କରିବା ନେଇ ସଙ୍କେତ ଦେବା ପରେ କାଶ୍ମୀର ରାଜନୀତିରେ ପୁଣି ନୂଆ ଫର୍ଦ୍ଦ ଯୋଡି ହେବାର ସମ୍ଭାବନା ସୃଷ୍ଟି ହୋଇଛି । କଂଗ୍ରେସ ସହ ଦୀର୍ଘ ବର୍ଷ ଜାତୀୟ ରାଜନୀତିରେ ରହିସାରିଥିବା ବରିଷ୍ଠ ତଥା ଅନୁଭବୀ ରାଜନେତା ଆଜାଦ ପୂର୍ବରୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି । ତେବେ ଗତକାଲି ତାଙ୍କ ଇସ୍ତଫାକୁ ୨୪ ଘଣ୍ଟା ନପୁରୂଣୁ ଆଜି ନୂଆ ଦଳ ଗଠନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି ଆଜାଦ ।

ଏହା ମଧ୍ୟ ପଢନ୍ତୁ:-ନୂଆ ଦଳ ଗଢ଼ିବେ ଗୁଲାମ ନବୀ, ଘେରିଲେ କଂଗ୍ରେସ

ଗତକାଲି ଇସ୍ତାଫା ପତ୍ରରେ ସେନ ନିଜ ଅସନ୍ତୋଷ କଥା ଦର୍ଶାଇଥିଲେ । ଦଳର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ସେ ଜଣେ ଅପରିପକ୍ବ ନେତା ଭାବେ ମଧ୍ୟ ବର୍ଣ୍ଣନା କରିବା ସହ ତାଙ୍କ ଦକ୍ଷତା ଓ ପ୍ରଦର୍ଶନ ପାଇଁ ଦଳ ୨୦୧୪ ନିର୍ବାଚନରେ ପରାଜୟର ସାମ୍ନା କରିଥିଲା ବୋଲି ମଧ୍ୟ କହିଥିଲେ । କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ପାର୍ଟି ହାଇକମାଣ୍ଡ ସୋନିଆ ନୁହନ୍ତି ବରଂ ରାହୁଲଙ୍କ ସୁରକ୍ଷାକର୍ମୀ ନିଅନ୍ତି ବୋଲି ସେ ସିଧାସଳଖ ଅଭିଯୋଗ ମଧ୍ୟ କରିଥିଲେ । ଆଜାଦଙ୍କ ଗମ୍ଭୀର ଆରୋପ ଉପରେ କଂଗ୍ରେସର କୌଣସି ପ୍ରତିକ୍ରିୟା ଆସିନାହିଁ ।

କଂଗ୍ରେସ କେବଳ ଏତିକି କହିଛି, ବିଜେପି ସରକାରର ବିଫଳ ନୀତି ବିରୋଧରେ କଂଗ୍ରେସ ସାରା ଦେଶରେ ଲଢୁଥିବା ବେଳେ ଆଜାଦଙ୍କ ପରି ଜଣେ ବରିଷ୍ଠ ତଥା ଅନୁଭବୀ ନେତା ଦଳ ଛାଡି ଚାଲିଯିବା ଉଚିତ ନୁହେଁ । କିନ୍ତୁ ଆଜାଦ ଆଣିଥିବା ଅଭିଯୋଗ ଉପରେ ଦଳ କୌଣସି ପ୍ରତିକ୍ରିୟା ରଖି ନଥିଲା । ତେବେ ଏବେ ଆଜାଦଙ୍କ ନୂତନ ଦଳ ଗଠନ ଓ କାଶ୍ମୀର ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.