ETV Bharat / bharat

ମୋଦି ସାଙ୍ଗିଆ ମାମଲା: ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ଆଜି ରାୟ

author img

By

Published : Jul 7, 2023, 8:15 AM IST

Updated : Jul 7, 2023, 11:29 AM IST

ମୋଦି ସାଙ୍ଗିଆ ମାମଲା । ଦଣ୍ଡାଦେଶ ଉପରେ ରୋକ୍ ଲଗାଇବାକୁ ରାହୁଲଙ୍କ ଆବେଦନ ଉପରେ ଆଜି ରାୟ ଶୁଣାଇବେ ଗୁଜୁରାଟ ହାଇକୋର୍ଟ । ଅଧିକ ପଢନ୍ତୁ

ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ଆଜି ରାୟ
ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ଆଜି ରାୟ

ଅହମ୍ମଦାବାଦ: ମୋଦି ସାଙ୍ଗିଆ ଟିପ୍ପଣୀ ମାମଲାର ଦଣ୍ଡାଦେଶ ଉପରେ ରୋକ୍ ଲଗାଇବାକୁ ରାହୁଲ ଗାନ୍ଧୀ କରିଥିବା ଆବେଦନ ଉପରେ ଆଜି ଗୁଜୁରାଟ ହାଇକୋର୍ଟ ରାୟ ପ୍ରକାଶ କରିବେ । ପୂର୍ବାହ୍ନ ୧୧ଟାରେ ବିଚାରପତି ହେମନ୍ତ ପ୍ରଚ୍ଛକ ରାୟ ଶୁଣାଇବେ । ଯଦି ହାଇକୋର୍ଟ ଦଣ୍ଡାଦେଶ ଉପରେ ରୋକ୍ ଲଗାନ୍ତି ତାହେଲେ ରାହୁଲ ଗାନ୍ଧୀ ନିଜର ଲୋକସଭା ସଦସ୍ୟତା ପଦ ଫେରି ପାଇବେ ଏବଂ ଆସନ୍ତା ସଂସଦ ମୌସୁମୀ ଅଧିବେଶନରେ ସାମିଲ ହୋଇପାରିବେ ।

ଏହାମଧ୍ୟ ପଢନ୍ତୁ: ରାହୁଲଙ୍କୁ ତୀର ମାରିଲେ ଲାଲୁ ! ପତ୍ନୀ ନଥିଲେ ମିଳିବନି ପ୍ରଧାନମନ୍ତ୍ରୀ ପଦ, ପୂର୍ବରୁ କହିଥିଲେ ବିବାହରେ ବରଯାତ୍ରୀ ଯିବୁ

ଗୁଜୁରାଟ ହାଇକୋର୍ଟ ବିଚାରପତି ହେମନ୍ତ ପ୍ରଚ୍ଛକ ଆଜି ରାୟ ପ୍ରକାଶ କରିବେ । ଏହାପୂର୍ବରୁ ବିଚାରପତି ରାହୁଲଙ୍କୁ ଅପରାଧିକ ମାନହାନୀ ମାମଲାରେ ଅନ୍ତରୀଣ ସୁରକ୍ଷା ଦେବା ପାଇଁ ମନା କରିଦେଇଥିଲେ । ଗ୍ରୀଷ୍ମ ଅବକାଶ ପରେ ଚୂଡ଼ାନ୍ତ ରାୟ ପ୍ରକାଶ କରିବେ ବୋଲି କହିଥିଲେ କୋର୍ଟ । ଯଦି ରାହୁଲଙ୍କ ଦଣ୍ଡାଦେଶ ଉପରେ ଆଜି ରୋକ୍‌ ନଲାଗେ ତେବେ ସେ ଗୁଜୁରାଟ ହାଇକୋର୍ଟର ବୃହତ୍ତର ଖଣ୍ଡପୀଠରେ ଆବେଦନ କରିପାରିବେ ।

ଏହାମଧ୍ୟ ପଢନ୍ତୁ: Rahul Gandhi Modi surname Remark: ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ, ସଙ୍ଗେ ସଙ୍ଗେ ଜାମିନ ମଞ୍ଜୁର

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୯ ମସିହାରେ ଏକ ଜନସଭାରେ ରାହୁଲ କହିଥିଲେ ସବୁ ମୋଦି ସାଙ୍ଗିଆଧାରୀ ହେଉଛନ୍ତି ଚୋର । ଏନେଇ ଗୁଜୁରାଟ ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦି ରାହୁଲଙ୍କ ବିରୋଧରେ ଏତଲା ଦେଇଥିଲେ । ଗତ ମାର୍ଚ୍ଚ ୨୩ରେ ସୁରଟ କୋର୍ଟ ମୋଦି ସାଙ୍ଗିଆ ବୟାନକୁ ନେଇ ଆଗତ ଅପରାଧିକ ମାନହାନୀ ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ ।

ଏହି ରାୟ ଆସିବା ପରେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ପଦ ରବ୍ଦ ହୋଇଯାଇଥିଲା । କଂଗ୍ରେସ ନେତା ଏହି ରାୟ ବିରୋଧରେ ସୁରଟ ସେସନ କୋର୍ଟରେ ଆବେଦନ କରିଥିଲେ । ହେଲେ କୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ । ସେସନ କୋର୍ଟରୁ ନିରାଶ ହେବା ପରେ ଏପ୍ରିଲ ୨୫ରେ ଗୁଜୁରାଟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ରାହୁଲ ଗାନ୍ଧୀ । ଆଜି ହାଇକୋର୍ଟ ଏହି ମାମଲାରେ ଚୂଡାନ୍ତ ରାୟ ପ୍ରକାଶ କରିବେ । ଏହାସହିତ ରାହୁଲ ଲୋକସଭା ସଦସ୍ୟତା ପଦ ଫେରିପାଇବେ ନା ନାହିଁ ଆଜି ସ୍ପଷ୍ଟ ହୋଇଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 7, 2023, 11:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.