ETV Bharat / bharat

ସମୂହ ସୂର୍ଯ୍ୟ ନମସ୍କାର, ଗୁଜୁରାଟ ହାତେଇଲା ଗିନିଜ ରେକର୍ଡ - Gujarat sets Guinness

mass Surya Namaskar: ନୂଆବର୍ଷରେ ଗୁଜୁରାଟକୁ ସଫଳତା । ସମୂହ ସୂର୍ଯ୍ୟ ନମସ୍କାର ପାଇଁ ହାତେଇଲା ଗିନିଜ ବିଶ୍ବ ରେକର୍ଡ । ଅଧିକ ପଢନ୍ତୁ

mass Surya Namaskar:
mass Surya Namaskar:
author img

By ETV Bharat Odisha Team

Published : Jan 1, 2024, 9:49 PM IST

ଗାନ୍ଧୀନଗର: ସମୂହ ସୂର୍ଯ୍ୟ ନମସ୍କାର ପାଇଁ ଗୁଜୁରାଟକୁ ମିଳିଲା ଗିନିଜ ରେକର୍ଡ । ନବବର୍ଷ ୨୦୨୪ର ପ୍ରଥମ ଦିନରେ ଏହି ସମୂହ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ପ୍ରାୟ ୪ ହଜାର ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ । ୧୦୮ଟି ସ୍ଥାନରୁ ଏହି ବିଶେଷ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନେ ସାମିଲ ହୋଇଥିବା ବେଳେ ସୂର୍ଯ୍ୟ ନମସ୍କାରର ବିଭିନ୍ନ ମୁଦ୍ରାକୁ ଦର୍ଶାଇଥିଲେ । ଯାହାଦ୍ବାରା ରାଜ୍ୟକୁ ନବବର୍ଷରେ ଏହି ବିରାଟ ସଫଳତା ମିଳିଛି ।

ନବବର୍ଷର ସୂର୍ଯ୍ୟୋଦୟ ସାଙ୍ଗକୁ ଗୁଜୁରାଟ ପାଇଁ ଏକ ବଡ଼ ଦିନ ରହିଥିଲା । ବିଶ୍ବ ରେକର୍ଡ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । ରାଜ୍ୟର ୧୦୮ଟି ସ୍ଥାନ ଏବଂ ୫୧ଟି ବିଭିନ୍ନ ବର୍ଗରେ ୪ ହଜାରରୁ ଅଧିକ ଅଂଶଗ୍ରହଣକାରୀ ଆଇକନିକ୍ ସୂର୍ଯ୍ୟ ନମସ୍କାର ଯୋଗ କ୍ରମ ପ୍ରଦର୍ଶନ କରିଥିଲେ । ଯାହାକି ସୁସ୍ଥତା ଏବଂ ସାଂସ୍କୃତିକ ଐତିହ୍ୟ ପ୍ରତି ରାଜ୍ୟର ପ୍ରତିବଦ୍ଧତାକୁ ଦର୍ଶାଇଥିଲା । ଏହାରି ସହିତ ରାଜ୍ୟକୁ ମିଳିଛି ବିରାଟ ସଫଳତା । ରାଜ୍ୟର ମୋଧେରା ସୂର୍ଯ୍ୟ ମନ୍ଦିର ନିକଟରେ ଏହି ରେକର୍ଡ ବ୍ରେକିଂ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଏହା ବି ପଢନ୍ତୁ- ଅଷ୍ଟ ବକ୍ରାସନ ଯୋଗ କରି ଗିନିଜ ରେକର୍ଡ କଲେ ଉତ୍ତରାଖଣ୍ଡର ପ୍ରିୟା

ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ଅଂଶଗ୍ରହଣକାରୀଙ୍କ ଲାଗି ଭିନ୍ନ ଭିନ୍ନ ବର୍ଗ ରହିଥିଲା । ଯେପରିକି ପରିବାର, ଛାତ୍ର, ବୟସ୍କ ବ୍ୟକ୍ତି ଏଭଳି ପ୍ରାୟ ୫୧ ପ୍ରକାରର ବର୍ଗ ରହିଥିଲା । ଯୋଗକୁ ଭଲ ପାଉଥିବା ସବୁ ବର୍ଗର ଅଂଶଗ୍ରହଣକାରୀମାନେ ଏଥିରେ ସାମିଲ ହୋଇଥିଲେ । ଏହାସହିତ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଓ ଗୃହମନ୍ତ୍ରୀ ହର୍ଷ ସାଙ୍ଘଭି ମୋଧେରାଠାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯେତେବେଳେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ଓ ଗୁଜୁରାଟ ସମୂହ ସୂର୍ଯ୍ୟ ନମସ୍କାରରେ ଗିନିଜ ବିଶ୍ବ ରେକର୍ଡ ହାତେଇଲା ବୋଲି ଘୋଷଣା ହୋଇଥିଲା, ସେତେବେଳେ ମାହୋଲ ରୋଚକପୂର୍ଣ୍ଣ ଥିଲା ।

ତେବେ ଗିନିଜ ବିଶ୍ବ ରେକର୍ଡର ଆଧିକାରିକ ଚୟନକର୍ତ୍ତା ସ୍ବପ୍ନିଲ ଡାଙ୍ଗରିକର ଘୋଷଣା କରିବା ସମୟରେ କହିଛନ୍ତି, "ଏହି ରେକର୍ଡର ଯାଞ୍ଚ କରିବା ପାଇଁ ମୁଁ ଏଠାରେ ଉପସ୍ଥିତ । ଏହା ଏକ ନୂଆ ଟାଇଟଲ । କାରଣ ପୂର୍ବରୁ ଏପରି ଗିନିଜ ବିଶ୍ବ ରେକର୍ଡ କେହି ହାତେଇ ନାହାନ୍ତି । ମୋଧେରାରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସୂର୍ଯ୍ୟ ନମସ୍କାର କରୁଥିବା ଦେଖି ଓ ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ତଦାରଖ କରିବା ପରେ ଏହା ନିଷ୍ପତ୍ତି ହୋଇଛି ଯେ ଗୁଜୁରାଟକୁ ସମୂହ ସୂର୍ଯ୍ୟ ନମସ୍କାରରେ ଦିଆଯାଉଛି ଗିନିଜ ୱାର୍ଲ୍ଡ ରେକର୍ଡ ଟାଇଟଲ । ଏହି ଟିମ ସଫଳତାର ସହିତ ଗିନିଜ ବିଶ୍ବ ରେକର୍ଡକୁ ହାତେଇଛନ୍ତି ।" ସେ ଆହୁରି କହିଥିଲେ ଯେ ଯୋଗ ସ୍ବାସ୍ଥ୍ୟ ପାଇଁ ବେଶ ହିତକର । ଏଣୁ ବିଶ୍ବବାସୀ ଯୋଗ କରିବା ଦରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.