ETV Bharat / bharat

କୋର୍ଟରେ ହାଜର ହେଲେ ତିସ୍ତା ସିତଲଓ୍ବାଦ: 14 ଦିନିଆ ରିମାଣ୍ଡ ମାଗିବ ATS - ତିସ୍ତା ସିତଲଓ୍ବାଦ ଗିରଫ ଘଟଣା

କୋର୍ଟରେ ହାଜର ହେଲେ ଗିରଫ ସାମାଜିକ କର୍ମୀ ତିସ୍ତା ସିତଲଓ୍ବାଦ । 14 ଦିନିଆ ରିମାଣ୍ଡ ମାଗିବ ATS । ଗତକାଲି ସଂଧ୍ୟାରେ ମୁମ୍ବାଇରୁ ଗିରଫ କରିଥିଲା ଗୁଜୁରାଟ ଏଟିଏସ । ଅଧିକ ପଢନ୍ତୁ

କୋର୍ଟରେକୋର୍ଟରେ ହାଜର ହେଲା ତିସ୍ତା ସିତଲଓ୍ବାଦ: 14 ଦିନିଆ ରିମାଣ୍ଡ ମାଗିବ ATSହାଜର ହେଲା ତିସ୍ତା ସିତଲଓ୍ବାଦ: 14 ଦିନିଆ ରିମାଣ୍ଡ ମାଗିବ ପୋଲିସ
କୋର୍ଟରେ ହାଜର ହେଲା ତିସ୍ତା ସିତଲଓ୍ବାଦ: 14 ଦିନିଆ ରିମାଣ୍ଡ ମାଗିବ ATS
author img

By

Published : Jun 26, 2022, 3:52 PM IST

ଅହମ୍ମଦାବାଦ: ଗତକାଲି ଗିରଫ ହୋଇଥିବା ସାମାଜିକ କର୍ମୀ ତିସ୍ତା ସିତଲଓ୍ବାଦଙ୍କୁ କୋର୍ଟରେ ହାଜର କଲା ATS । ଆଜି ଅପରାହ୍ନରେ ତିସ୍ତାଙ୍କୁ ଅହମ୍ମଦାବାଦ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯାଇଛି । ତିସ୍ତାଙ୍କୁ ଜେରା ପାଇଁ 14 ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିବ ତଦନ୍ତକାରୀ ସଂସ୍ଥା । ତେବେ ଆଜି ତିସ୍ତାଙ୍କୁ କୋର୍ଟରେ ହାଜର କରିବା ବେଳେ, ସେ କୌଣସି ଅପରାଧୀ ନୁହନ୍ତି ବୋଲି କହିଥିଲେ । ତିସ୍ତା ଚଳାଉଥିବା NGOରେ ବିଦେଶୀ ପାଣ୍ଠି ସଂଗ୍ରହ କରାଯାଇଥିବା ଓ 2002 ଗୋଧ୍ରା ଦଙ୍ଗା ମାମଲାରେ ତାଙ୍କ ସଂଗଠନ ଦ୍ବାରା ଭୁଲ ତଥ୍ୟ ପୋଲିସକୁୁ ପ୍ରଦାନ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା ।

  • Ahmedabad, Gujarat | Gujarat ATS presents Teesta Setalvad in Metropolitan Magistrates Court, Ahmedabad, "I am not a criminal," she shouts going in pic.twitter.com/26lLS36C8T

    — ANI (@ANI) June 26, 2022 " class="align-text-top noRightClick twitterSection" data=" ">

ଆଜି ତାଙ୍କୁ ଅପରାହ୍ନରେ କୋର୍ଟରେ ହାଜର କରାଯିବା ପରେ ଶୁଣାଣି ଜାରି ରହିଛି । ସେହିପରି ଗୋଧ୍ରା ଦଙ୍ଗା ମାମଲାରେ ପୂର୍ବତନ ପୋଲିସ ଅତିରିକ୍ତ ମହାନିର୍ଦ୍ଦେଶକ ଆର.ବି ଶ୍ରୀକୁମାରଙ୍କୁ ମଧ୍ୟ ଗିରଫ କରାଯାଇଛି । ତାଙ୍କୁ ମଧ୍ୟ ଆଜି କୋର୍ଟରେ ମଧ୍ୟ ହାଜର କରିବ ପୋଲିସ । ଗତ 2 ଦିନ ପୂର୍ବେ ପ୍ରଧାନମନ୍ତ୍ରୀଙ୍କୁ କୋର୍ଟ ପ୍ରଦାନ କରିଥିବା କ୍ଲିନଟିଟ ରାୟର ଚ୍ୟାଲେଞ୍ଜ ପିଟିସନକୁ ସର୍ବୋଚ୍ଚ କୋର୍ଟ ଖାରଜ କରିଦେବା ପରେ ଏହି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଗତକାଲି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଜାତୀୟ ଖବର ସରବରାହ ସଂସ୍ଥା ANI କୁ ଦେଇଥିବା ସାକ୍ଷାତକାରରେ ତିସ୍ତା ଚଳାଉଥିବା ସଂଗଠନ କଥା ଉଲ୍ଲେଖ କରିଥିଲେ । କୋର୍ଟଙ୍କ ରାୟକୁ ବିଶ୍ଳେଷଣ କରି ଶାହ କହିଥିଲେ, ତିସ୍ତା ଚଳାଉଥିବା ସଂଗଠନ ଗୋଧ୍ରା ଦଙ୍ଗା ସମ୍ପର୍କରେ ଭୁଲ ତଥ୍ୟ ପ୍ରଦାନ କରିଥିଲା । ପ୍ରଧାନମନ୍ତ୍ରୀଙ୍କୁ କ୍ଲିନଚିଟ ଓ ଗୃହମନ୍ତ୍ରୀଙ୍କ ବୟାନ ପରେ ସିରିଜ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଗତକାଲି ମୁମ୍ବାଇରେ ପ୍ରଥମେ ଗୁଜୁରାଟ ଏଟିଏସର ଟିମ ପହଞ୍ଚି ତିସ୍ତାଙ୍କୁ କିଛି ସମୟ ଜେରା ଓ ପରେ ଗିରଫ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.