ETV Bharat / bharat

ଗୁଜୁରାଟ ପୌର ନିର୍ବାଚନ: ବିଜୟ ମୁହାଁ BJP, କଂଗ୍ରେସକୁ ପଛରେ ପକାଇ ସୁରଟରେ ଆଗୁଆ AAP - ଗୁଜୁରାଟ ପୌର ନିର୍ବାଚନ

ଗୁଜୁରାଟର ସମସ୍ତ 6ଟି ମହାନଗର ନିଗମରେ ପୁଣି ଥରେ ବିଜୟ ଧ୍ବଜା ଉଡାଇବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ଅଧିକ ପଢନ୍ତୁ...

ଗୁଜୁରାଟ ପୌର ନିର୍ବାଚନ: ବିଜୟ ମୁହଁ BJP, କଂଗ୍ରେସକୁ ପଛରେ ପକାଇ ଦ୍ୱିତୀୟ ବୃହତ ଦଳ APP

author img

By

Published : Feb 23, 2021, 3:30 PM IST

Updated : Feb 23, 2021, 3:46 PM IST

ଗାନ୍ଧୀନଗର: ଗୁଜୁରାଟ ମହାନଗର ନିଗମ ନିର୍ବାଚନ ପାଇଁ ଜାରି ରହିଛି ମତଗଣନା । ସମସ୍ତ 6ଟି ମହାନଗର ନିଗମରେ ପୁଣି ଥରେ ବିଜୟ ଧ୍ବଜା ଉଡାଇବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ସେହିପରି ଗୁଜୁରାଟର ପୌରପାଳିକା ନିର୍ବାଚନରେ ଆମ ଆଦମୀ ପାର୍ଟିର ଗୃହ ପ୍ରବେଶ ହୋଇସାରିଥିବା ବେଳେ ସୁରଟରେ ଦଳ 8ଟି ଆସନରେ ବିଜୟ ହାସଲ କରିଛି ।

ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ଅହମଦାବାଦରେ ବିଜେପି 80ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ 15ଟି ଆସନରେ ଲିଡ୍‌ କରୁଛି । ସେହିପରି ଜାମଗରରେ ବିଜେପି 26 ସିଟ ଓ କଂଗ୍ରେସ 7 ଆସନରେ ଆଗୁଆ ଅଛି । ରାଜକୋଟରେ ବିଜେପି 30 ଓ କଂଗ୍ରେସ 8 ଆସନ ଆଗରେ ଅଛି । ସୁରଟରେ ବିଜେପି 45 ଓ କଂଗ୍ରେସ 10 ଆସନରେ ଆଗୁଆ ଅଛି । ସେପଟେ ଭଦୋଦରାରରେ ବିଜେପି 30 ଓ କଂଗ୍ରେସ 8ଟି ସିଟରେ ଆଗୁଆ ଥିବା ଜଣାପଡିଛି ।

ଅନ୍ୟପକ୍ଷେ ସୁରଟରେ ଆମ ଆଦମୀ ପାର୍ଟି 16ଟି ଆସନରେ ଆଗୁଆ ଥାଇ ଦ୍ବିତୀୟ ବୃହତ ଦଳ ହୋଇ ଉଭା ହୋଇଛି । ରାଜକୋଟରେ 72 ସିଟରେ ବିଜେପି ବିଜୟ ହାସଲ କରିସାରିଥିବା ବେଳେ 24 ସିଟରେ ଆଗୁଆ ରହିଛି ଦଳ ।

Last Updated : Feb 23, 2021, 3:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.