ETV Bharat / bharat

ଧର୍ମ ପରିବର୍ତ୍ତନ କଲେ ପତ୍ନୀ ସନ୍ତାନ, ଗୁଜୁରାଟ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ - ଇସଲାମ ଧର୍ମ

ପ୍ରଭାବିତ ହୋଇ ଇସଲାମ ଧର୍ମ ଗ୍ରହଣ କଲେ ପତ୍ନୀ ଓ ସନ୍ତାନ । ପରିବାରକୁ ଭେଟିବାକୁ ଅନୁମତି ନ ମିଳିବା ପରେ ଅବସାଦଗ୍ରସ୍ତ ହୋଇ ଜନୈକଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁଜୁରାଟ ବନାସକାନ୍ତା ଜିଲ୍ଲାରେ ଘଟିଛି ଏହି ଘଟଣା । ଅଧିକ ପଢନ୍ତୁ

ଧର୍ମ ପରିବର୍ତ୍ତନ କଲେ ପତ୍ନୀ ସନ୍ତାନ, ଗୁଜୁରାଟ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ

author img

By

Published : Aug 29, 2022, 9:00 PM IST

ଗାନ୍ଧୀନଗର: ଗୁଜୁରାଟର ବନାସକାନ୍ତା ଜିଲ୍ଲାରେ ପତ୍ନୀ ଓ ସନ୍ତାନ ଇସଲାମ ଧର୍ମକୁ ପରିବର୍ତ୍ତନ ହେବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ବ୍ୟକ୍ତି । କିଛି ବ୍ୟକ୍ତି ତାଙ୍କ ପରିବାରକୁ ଏପରି କରିବାକୁ ଉସକାଇଥିବା (Brainwashing to covert religion) ସେ ସୁଇସାଇଡ଼ ନୋଟରେ ଲେଖିଛନ୍ତି । ତେବେ ଉକ୍ତ ବ୍ୟକ୍ତିଙ୍କୁ ପୋଲିସ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତି ହରେଶ ସୋଲାଙ୍କି ସୁଇସାଇଡ ନୋଟରେ ଲେଖିଛନ୍ତି ଯେ ପତ୍ନୀ ଓ ୨ ସନ୍ତାନଙ୍କୁ ତାଙ୍କ ପରିବାରର କିଛି ଲୋକ ଇସଲାମ ଧର୍ମକୁ ପରିବର୍ତ୍ତନ କରିବାକୁ ଉସକାଇଥିଲେ । ଏହାପରେ ପତ୍ନୀ ଓ ୨ ସନ୍ତାନ ଧର୍ମ ପରିବର୍ତ୍ତନ କରି ତାଙ୍କଠୁ ଅଲଗା ହୋଇ ରହୁଛନ୍ତି । ଏହାଦ୍ବାରା ସେ ଅବସାଦଗ୍ରସ୍ତ ହେବା ପରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି ।

ଘଟଣା ସ୍ଥଳରୁ ସୋଲାଙ୍କିଙ୍କ ସୁଇସାଇଡ ନୋଟ ପାଇବା ପରେ ହରେଶଙ୍କ ଭାଇ ଅଭିଯୋଗ କରି କହିଛନ୍ତି, "ଏହି ଘଟଣା ପାଇଁ ଶିଖ ପରିବାର ଦାୟୀ । ସୋଲାଙ୍କିଙ୍କ ଝିଅ ପ୍ରଥମେ କଲେଜରେ ଏଜାଜ ଶେଖ ନାମକ ଯୁବକର ସଂସ୍ପର୍ଶରେ ଆସିଥିଲା । ଯେତେବେଳେ ପରିବାର ଏହି ଫ୍ରେଣ୍ଡସିପ୍‌କୁ ବାରଣ କରିଥିଲେ, ସେ ଘର ଛାଡିବାକୁ କହିଥିଲା । ମାତ୍ର କିଛି ଦିନ ପରେ ଝିଅକୁ ମା' ଓ ପୁଅ ସମର୍ଥନ କରିଥିଲେ । ଏହାପରେ ସେମାନେ ଘରେ ନମାଜ ପାଠ ମଧ୍ୟ କରିଥିଲେ । ଏହାପରେ ସେମାନେ ହରେଶଙ୍କୁ ଏକା ଛାଡ଼ି ଅଲଗା ରହିଥିଲେ । "

ଏହା ବି ପଢନ୍ତୁ- ଆସାମରେ ଆତଙ୍କୀ ସଂଗଠନ Al Qaeda ଲିଙ୍କ, ଦୁଇ ଗିରଫ

ସୋଲାଙ୍କିଙ୍କ ପତ୍ନୀ ଓ ପୁଅଝିଅ ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରିଛନ୍ତି । ତାଙ୍କୁ ଉସୁକା ଯାଇନାହିଁ ବୋଲି ଏପରି ଗୁଜୁରାଟ ହାଇକୋର୍ଟରେ କହିବାକୁ ଅଭିଯୁକ୍ତମାନେ ବାଧ୍ୟ କରିଥିବା ହରେଶଙ୍କ ଭାଇ ଅଭିଯୋଗ ଆଣିଛନ୍ତି । ହରେଶ ଇସଲାମ ଧର୍ମକୁ ପରିବର୍ତ୍ତନ ହେବା ପରେ ହିଁ ନିଜ ପରିବାରକୁ ଭେଟି ପାରିବେ ବୋଲି ସର୍ତ୍ତ ମଧ୍ୟ ରଖାଯାଇଥିଲା । ପୋଲିସ ଏହି ଅଭିଯୋଗ ଆଧାରରେ ସୋହେଲ ଶେଖ ନାମକ ଜଣେ ଅଭିଯୁକ୍ତ ସହ ତାଙ୍କ ପରିବାରର ୪ ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି ।

ଅଭିଯୁକ୍ତମାନେ ହରେଶଙ୍କ ପରିବାରକୁ ଏକାଠି କରିବା ଲାଗି ୨୫ ଲକ୍ଷ ଟଙ୍କା ଦାବି କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଅଭିଯୁକ୍ତ ବିରୋଧରେ ଆଇପିସି (IPC)ର ଧାରା ୩୦୬(ଆତ୍ମହତ୍ୟା ପାଇଁ ଉସକାଇବା), ୩୮୪ (ନିର୍ଯାତନା), ୫୦୬ (ଅପରାଧିକ ଭୟ) ଆଧାରରେ ମାମଲା ରୁଜୁ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.