ETV Bharat / bharat

ଦୁଷ୍କର୍ମ ପୀଡିତାଙ୍କୁ ଗର୍ଭପାତ ଅନୁମତି ଦେଲେ ଗୁଜୁରାଟ ହାଇକୋର୍ଟ

author img

By ETV Bharat Odisha Team

Published : Aug 26, 2023, 9:17 PM IST

Updated : Aug 26, 2023, 9:34 PM IST

ଦୁଷ୍କର୍ମର ଶିକାର ହୋଇଥିବା 20 ସପ୍ତାହର ଗର୍ଭବତୀଙ୍କୁ ଗର୍ଭପାତ ଅନୁମତି ଦେଲେ ଗୁଜୁରାଟ ହାଇକୋର୍ଟ । ମେଡିକାଲ ରିପୋର୍ଟ ଅନୁଧ୍ୟାନ ପରେ କୋର୍ଟଙ୍କ ଅନୁମତି । ଅଧିକ ପଢନ୍ତୁ

ଦୁଷ୍କର୍ମ ପୀଡିତାଙ୍କୁ ଗର୍ଭପାତ ଅନୁମତି ଦେଲେ ଗୁଜୁରାଟ ହାଇକୋର୍ଟ
ଦୁଷ୍କର୍ମ ପୀଡିତାଙ୍କୁ ଗର୍ଭପାତ ଅନୁମତି ଦେଲେ ଗୁଜୁରାଟ ହାଇକୋର୍ଟ

ଗାନ୍ଧୀନଗର: ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିବା ଓ ଗର୍ଭପାତ କରିବା ପାଇଁ ଅନୁମତି ମାଗି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ଜଣେ ପୀଡିତାଙ୍କୁ ଗର୍ଭପାତ ଅନୁମତି ଦେଇଛନ୍ତି ଗୁଜୁରାଟ କୋର୍ଟ । ଏହି ପୀଡିତା ଜଣକ ଏବେ 20 ସପ୍ତାହର ଗର୍ଭବତୀ ଅଛନ୍ତି । ସେ ନିଜେ ଗର୍ଭପାତ ଅନୁମତି ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହେଲେ କୋର୍ଟ ମେଡିକାଲ ବୋର୍ଡର ରିପୋର୍ଟ ଯାଞ୍ଚ କରିବା ପରେ ଦୀର୍ଘ 20 ସପ୍ତାହ ପରେ ମଧ୍ୟ ଗର୍ଭପାତ କରିବାକୁ ଅନୁମତି ପ୍ରଦାନ କରିଛନ୍ତି । 28 ତାରିଖ ମଧ୍ୟରେ ଗର୍ଭପାତ କରିବାକୁ କୋର୍ଟ ପୀଡିତାଙ୍କୁ କହିଛନ୍ତି ।

ସୂଚନା ଅନୁସାରେ, ଗୁଜୁରାଟ ସୁରେନ୍ଦ୍ର ନଗରର ଏହି 22 ବର୍ଷୀୟ ପୀଡିତା ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିଲେ । ଜଣେ ପଡୋଶୀ ଯୁବକ ତାଙ୍କୁ ଦୁଷ୍କର୍ମ କରିବା ସହ ହତ୍ୟା କରିବାକୁ ଧମକ ଦେଇଥିଲା । ପରେ ସେ ଗର୍ଭବତୀ ହେବା ପରେ ଦୁଷ୍କର୍ମ ସମ୍ପର୍କରେ ତାଙ୍କ ପରିବାର ସଦସ୍ୟ ଜାଣିବାକୁ ପାଇଥିଲେ । ଏନେଇ ତାଙ୍କ ପରିବାର ସଦସ୍ୟ ପୋଲିସରେ ଅଭିଯୋଗ କରିବା ପରେ ସମ୍ପୃକ୍ତ ଅଭିଯୁକ୍ତ ପକ୍ସୋ ଆକ୍ଟରେ ଗିରଫ ହୋଇସାରିଛି । ହେଲେ ଏହି ଘଟଣା ପୀଡିତାଙ୍କ ମାନସିକ ଓ ଶାରୀରିକ ଅବସ୍ଥା ଉପରେ ଗଭୀର ଚାପ ଓ କୁପ୍ରଭାବ ସୃଷ୍ଟି କରିଛି । ତେଣୁ ସେ ଗର୍ଭପାତ କରି ପୂର୍ବାବସ୍ଥାକୁ ଫେରିବାକୁ ଚାହୁଁଥିବା ନେଇ ଗୁଜୁରାଟ ହଇକୋର୍ଟରେ ପିଟିସନ ଦାଏର କରିଥିଲେ ।

ଏହା ମଧ୍ୟ ପଢନ୍ତୁ:-ନକଲି ପାଇଲଟ ସାଜି ଗାର୍ଲଫ୍ରେଣ୍ଡକୁ କରୁଥିଲେ ଇମ୍ପ୍ରେସ, ବାନ୍ଧିଲା ପୋଲିସ

କୋର୍ଟ ଏହାକୁ ପ୍ରାଥମିକ ଶୁଣାଣିରେ ଅନୁମତି ଦେଇନଥିଲେ । ହେଲେ ପରେ ଡାକ୍ତରୀ ବୋର୍ଡ ଦ୍ବାରା ପୀଡିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ରିପୋର୍ଟ ଦାଖଲ କରାଯିବା ନେଇ କୋର୍ଟ କହିଥିଲେ । 25 ଅଗଷ୍ଟରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୀଡିତାଙ୍କୁ ଚିକିତ୍ସା କରୁଥିବା ହସ୍ପିଟାଲର ଡାକ୍ତରୀ ଟିମ ପୀଡିତାଙ୍କ ସ୍ବାସ୍ଥ୍ୟ ଓ ଗର୍ଭାବସ୍ଥା ପରୀକ୍ଷା କରି କୋର୍ଟଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲେ । ଏପରି ସ୍ଥିତିରେ ପୀଡିତାଙ୍କୁ ଗର୍ଭପାତର ଅନୁମତି ଦେବା କେତେଦୂର ସୁରକ୍ଷିତ ରହିବ ସେ ନେଇ ମେଡିକାଲ ଟିମ ଉକ୍ତ ରିପୋର୍ଟରେ କୋର୍ଟଙ୍କୁ ଅବଗତ କରିଥିଲେ । ପୀଡିତା ଏବେ 20 ସପ୍ତାହର ଗର୍ଭବତୀ ଅଛନ୍ତି । କିନ୍ତୁ ତାଙ୍କ ଆବେଦନ ଓ ଡାକ୍ତରୀ ଟିମର ରିପୋର୍ଟ ଆଧାରରେ କୋର୍ଟ ଆସନ୍ତା 28 ତାରିଖ ମଧ୍ୟରେ ଗର୍ଭପାତ କରିବାର ଅନୁମତି ପ୍ରଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 26, 2023, 9:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.