ETV Bharat / bharat

ଆଜି ଦିଲ୍ଲୀ ଗସ୍ତ କରିବେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ

author img

By

Published : Sep 20, 2021, 6:56 AM IST

ଆଜି ଗୁଜୁରାଟର ନୂତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ଅଧିକ ପଢନ୍ତୁ...

ଆଜି ଦିଲ୍ଲୀ ଗସ୍ତ କରିବେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ
ଆଜି ଦିଲ୍ଲୀ ଗସ୍ତ କରିବେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ

ନୂଆଦିଲ୍ଲୀ: ଆଜି ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ଏନେଇ ଆଜି ସେ ଦିଲ୍ଲୀ ଗସ୍ତ କରିବେ । ଏହି ଗସ୍ତ ସମୟରେ ସେ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ବିଜୟ ରୂପାଣୀଙ୍କ ଇସ୍ତଫା ପରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି ଭୂପେନ୍ଦ୍ର ପଟେଲ ।

ଗାନ୍ଧୀନଗର ସ୍ଥିତ ରାଜଭବନରେ ସୋମବାର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ ଭୂପେନ୍ଦ୍ର ପଟେଲ । ଗୁଜୁରାଟର ୧୭ ତମ ମୁଖ୍ୟମନ୍ତ୍ରୀ ଭାବରେ ସେ ଶପଥ ନେଇଛନ୍ତି । ଏହାସହ ଗୁରୁବାର ଦିନ ମଧ୍ୟ ୨୪ ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇଛନ୍ତି । ଆସନ୍ତା ବର୍ଷ ଗୁଜୁରାଟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ରୂପାଣୀ ଶନିବାର ଦିନ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଇସ୍ତଫା ପତ୍ର ଦେଇଥିଲେ । ଯାହାକୁ ନେଇ ରାଜନୀତି ବେଶ ସରଗମ ହୋଇଥିଲା । ତେବେ ଚଳିତ ବର୍ଷ ବିଜେପି ଶାସିତ ରାଜ୍ୟ ଗୁଡିକରେ ରାଜ୍ୟ ମୁଖିଆ ମାନେ ଇସ୍ତଫା ଦେଇଛନ୍ତି । ବିଜୟ ରୂପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପୂର୍ବରୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା, ଉତ୍ତରାଖଣ୍ତ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ଏବଂ ତ୍ରିବେନ୍ଦ୍ର ସିଂ ରାୱତ ସେମାନଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ ।

ଅହମ୍ମଦାବାଦରେ ଜନ୍ମଗ୍ରହଣ କରିଥିବା ଭୂପେନ୍ଦ୍ର ଗୁଜୁରାଟ ଘାଟଲୋଡିୟା ବିଧାନସଭା ଆସନରୁ ବିଧାୟକ ଅଛନ୍ତି । ୫୯ ବର୍ଷୀୟ ଭୂପେନ୍ଦ୍ର ପଟେଲ ପ୍ରଥମ ଥର ବିଧାୟକ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ଆନନ୍ଦୀବେନ ପଟେଲ ରାଜ୍ୟପାଳ ହେବା ପରେ ତାଙ୍କ ଆସନରୁ ନିର୍ବାଚନ ଲଢି ବିଧାୟକ ହୋଇଥିଲେ ଭୂପେନ୍ଦ୍ର । ଏହି ଆସନ ଗାନ୍ଧୀନଗର ଲୋକସଭା ସିଟ୍‌ ଅଧିନରେ ଆସୁଛି । ଆନନ୍ଦି ବେନ ବର୍ତ୍ତମାନ ଉତ୍ତରପ୍ରଦେଶର ରାଜ୍ୟପାଳ ଥିବା ବେଳେ ମଧ୍ୟପ୍ରଦେଶର ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି ।

ସେପଟେ ଆଗକୁ ଆସୁଛି 2022 ବିଧାନସଭା ନିର୍ବାଚନ । ଏଭଳି କଠିନ ସମୟରେ ଦଳ ଭୂପେନ୍ଦ୍ର ପଟେଲଙ୍କ ଉପରେ ଗୁରୁଦାୟିତ୍ବ ନ୍ୟସ୍ତ କରିଛି । 2017 ବିଧାନସଭା ନିର୍ବାଚନରେ ମୋଟ 182ଟି ଆସନରୁ ​​ବିଜେପି 99ଟି ସିଟ ହାତେଇ ଥିବା ବେଳେ କଂଗ୍ରେସ 77 ଟି ଆସନରେ ବିଜୟ ଲାଭ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.