ETV Bharat / bharat

2006 ବିସ୍ଫୋରଣ: ୨ ଅଭିଯୁକ୍ତଙ୍କୁ ଗିରଫ କଲା Gujarat ATS

author img

By

Published : Sep 30, 2021, 6:45 PM IST

ଗୁଜୁରାଟରେ ୨୦୦୬ ବିସ୍ଫୋରଣ ମାମଲା । ୨ ଅଭିଯୁକ୍ତଙ୍କୁ ଗିରଫ କଲା ଗୁଜୁରାଟ ଆଣ୍ଟି-ଟେରୋରିଜିମ ସ୍କ୍ବାର୍ଡ(ATS) । ଅଧିକ ପଢନ୍ତୁ...

2006 ବିସ୍ଫୋରଣ: ୨ ଅଭିଯୁକ୍ତଙ୍କୁ ଗିରଫ କଲା Gujarat ATS
2006 ବିସ୍ଫୋରଣ: ୨ ଅଭିଯୁକ୍ତଙ୍କୁ ଗିରଫ କଲା Gujarat ATS

ଗାନ୍ଧୀନଗର: ୨୦୦୬ ବିସ୍ଫୋରଣ ମାମଲା । ଦୀର୍ଘ ୧୫ ବର୍ଷ ପରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା ଗୁଜୁରାଟ ଆଣ୍ଟି-ଟେରୋରିଜିମ ସ୍କ୍ବାର୍ଡ(ATS) । ତେବେ ଏମାନଙ୍କୁ ଜମ୍ମୁକାଶ୍ମୀରର ବାରମୁଲା ଅଞ୍ଚଳରୁ ଗିରଫ କରାଯାଇଛି ବୋଲି ଗୁରୁବାର ସୂଚନା ଦେଇଛନ୍ତି DGP ଅଶିଷ ଭାଟିଆ ।

୨ ଅଭିଯୁକ୍ତଙ୍କ ମଧ୍ୟରୁ ବିଲାଲ ଅସଲମ କାଶ୍ମୀରି ନାମକ ଜଣେ ଅହମ୍ମଦାବାଦରେ ବିସ୍ଫୋରଣ ଘଟାଇଥିବାବେଳେ ଅନ୍ୟ ଜଣେ ମହମ୍ମଦ ହୁସେନ୍ ଛଦ୍ମନାମ ହୁସେନ୍ ଅଲି ଦାର୍ ଗୁଜୁରାଟରେ ନିଶା କାରବାର କରୁଥିବା ଅଭିଯୋଗ ହୋଇଛି। 2006 ମସିହାରେ ଗୁଜୁରାଟର ଅହମ୍ମଦାବାଦ ସହରର କାଲୁପୁର ଷ୍ଟେସନରେ ମଧ୍ୟରାତ୍ରିରେ ଏକ ବିସ୍ଫୋରଣ ଘଟିଥିଲା ଏବଂ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ଆତଙ୍କବାଦୀ ଆକ୍ରମଣ ପଛରେ କାଶ୍ମୀରରୁ ଆତଙ୍କବାଦୀ ହାତ ଅଛି କି ନାହିଁ ତାହା ଜାଣିବା ପାଇଁ ମାମଲା ରୁଜୁ କରାଯାଇଥିଲା । ଗତ 15 ବର୍ଷ ମଧ୍ୟରେ ବିଲାଲ ଅସଲମ କାଶ୍ମୀରୀ ପଳାୟନ କରୁଥିବାବେଳେ ୯ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା ।

ଦିପେନ ଭଦ୍ରନଙ୍କ ନେତୃତ୍ବରେ ଗୁଜୁରାଟ ପୋଲିସର ଏକ ଟିମ୍ ଜାମ୍ମୁକାଶ୍ମୀରରେ ପହଞ୍ଚି ସ୍ଥାନୀୟ ପୋଲିସର ସହାୟତାରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସୋସିଆଲ ମିଡିଆ ତଥା ବୈଷୟିକ ବିଶ୍ଳେଷଣ ଆଧାରରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ATS ଜାମ୍ମୁ କାଶ୍ମୀରରେ ପହଞ୍ଚିଥିଲା ବୋଲି ଭାଟିଆ କହିଛନ୍ତି ।

ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ବିଲାଲ କାଶ୍ମୀରି ନାମକ ଅଭିଯୁକ୍ତ 2006 ମସିହାରେ ଭାରୁଚର ଏକ ମଦ୍ରାସାରେ ପଢୁଥିଲେ ଏବଂ ଏହା ପରେ ସେ LETରେ ଯୋଗ ଦେଇଥିଲେ। ସମସ୍ତ ମାଓବାଦୀଙ୍କୁ ତାଲିମ ପାଇଁ ପାକିସ୍ତାନକୁ ନିଆଯାଇଥିଲା । ଏହି ଘଟଣାରେ ମୋଟ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । 2016 ମସିହାରେ କାଶ୍ମୀରରେ ହୋଇଥିବା ଏକ ଏନକାଉଣ୍ଟରରେ ଅନ୍ୟ ଜଣେ ଅଭିଯୁକ୍ତ ବଶୀର କାଶ୍ମୀରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଡିଜିପି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.