ETV Bharat / bharat

Gujarat Assembly poll: ଖମ୍ବାଲିଆ ଆସନରୁ ଲଢିବେ AAP ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଡଭି - ଇସୁଦାନ ଗଡଭି

ଦ୍ବାରକାର ଖମ୍ବାଲିଆ ଆସନରୁ ଲଢିବେ AAP ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଡଭି । ଦଳ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଦେଲେ ସୂଚନା । ଅଧିକ ପଢନ୍ତୁ

Gujarat Assembly poll: ଖମ୍ବାଲିଆ ଆସନରୁ ଲଢିବେ AAP ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଡଭି

author img

By

Published : Nov 13, 2022, 9:10 PM IST

ଗାନ୍ଧୀନଗର: ଗୁଜୁରାଟରେ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆମ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଡଭି ଖମ୍ବାଲିଆ ବିଧାନସଭା ଆସନରୁ ନିର୍ବାଚନ ଲଢିବେ । ଦେବଭୂମୀ ଦ୍ବାରକାର ଖମ୍ବାଲିଆ ଆସନରୁ ସେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ନେଇ ଦଳ ମୁଖ୍ୟ କେଜ୍ରିଓ୍ବାଲ ନିଜେ ଘୋଷଣା କରିଛନ୍ତି । କେଜ୍ରିଓ୍ବାଲ ଏସମ୍ପର୍କରେ ଟ୍ବିଟ କରି ସୂଚନା ଦେଇଛନ୍ତି ।

  • किसान , बेरोज़गार युवाओं ,महिलाओं ,व्यापारी के लिए सालों तक आवाज़ उठाने वाले इसुदान गढ़वी जाम खम्भालिया से चुनाव लड़ेंगे ! भगवान कृष्ण की पावन भूमि से गुजरात को एक नया और अच्छा मुख्यमंत्री मिलेगा

    — Arvind Kejriwal (@ArvindKejriwal) November 13, 2022 " class="align-text-top noRightClick twitterSection" data=" ">

ଆଜି ଏହି ଘୋଷଣା ଅବସରରେ କେଜ୍ରିଓ୍ବାଲ କରିଥିବା ଟ୍ବିଟରେ ଲେଖିଛନ୍ତି,‘‘ଗଡଭି ବହୁ ବର୍ଷ ଧରି ଗୁଜୁରାଟର କୃଷକ, ବେରୋଜଗାର ଯୁବପିଢି, ମହିଳା ଓ ବ୍ୟବସାୟୀଙ୍କ ପାଇଁ ସ୍ବର ଉଠାଇ ଆସିଛନ୍ତି । ସେ ଏହି ବିଧାନସଭା ନିର୍ବାଚନରେ ଭଗବାନ କୃଷ୍ଣଙ୍କ ପବିତ୍ର ଭୂମି ଦ୍ବାରକାର ଖମ୍ବାଲିଆ ବିଧାନସଭା ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଗୁଜୁରାଟ ଚଳିତ ଥର ଏକ ଭିନ୍ନ ମୁଖ୍ୟମନ୍ତ୍ରୀ ପାଇବାକୁ ଯାଉଛନ୍ତି ।’’

ତେବେ କେଜ୍ରିଓ୍ବାଲଙ୍କ ଘୋଷଣା ପରେ ଗଡଭି ମଧ୍ୟ କେଜ୍ରିଓ୍ବାଲଙ୍କୁ ଧନ୍ୟବାଦ ଦେବାକୁ ଭୁଲି ନାହାନ୍ତି । ଧନ୍ୟବାଦ ଦେବା ଅବସରରେ ଗଡଭି ଟ୍ବିଟ କରି ଲେଖିଛନ୍ତି, ‘‘ରାଜ୍ୟବାସୀ ମୋ ଉପରେ ରଖିଥିବା ବିଶ୍ବାସ ପାଇଁ ମୁଁ କୃତଜ୍ଞ । ମୁଁ ନିଶ୍ଚିତ ଯେ, ମୁଁ ଜୀବନର ଶେଷ ନିଶ୍ବାସ ପର୍ଯ୍ୟନ୍ତ ଗୁଜୁରାଟବାସୀଙ୍କ ସେବା କରିବାକୁ ପ୍ରସ୍ତୁତ ।’’

ଶୁକ୍ରବାର ଆମ ଆଦମୀ ପାର୍ଟି ଗଡଭିଙ୍କୁ ଦଳର ଜାତୀୟ ସାଧାରଣ ସମ୍ପାଦକ ସହ ଦଳର ସର୍ବୋଚ୍ଚ ନୀତି ନିର୍ଣ୍ଣାୟକ କମିଟି ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ ଭାବେ ମଧ୍ୟ ମନୋନୀତ କରିଥିଲା । ପୂର୍ବରୁ ଗୁଜୁରାଟବାସୀଙ୍କ ମତାମତ ଆଧାରରେ ଗଡଭିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲା ଦଳ । ଗୁଜୁରାଟରେ ଚଳିତ ଥର ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁ ଯାଉଛି । ଡିସେମ୍ବର 1 ଓ 5 ତାରିଖରେ ଭୋଟିଂ ହେବାକୁ ଥିବା ବେଳେ 8 ତାରିଖରେ ମତଗଣନା ଓ ଜନାଦେଶ ପ୍ରକାଶ ପାଇବ ।

ରାଜ୍ୟରେ ଦୀର୍ଘ 27ବର୍ଷ ଧରି ଭାରତୀୟ ଜନତା ପାର୍ଟି କ୍ଷମତାରେ ରହି ଆସିଛି । ପୂର୍ବରୁ ଶାସକ ବିଜେପି ଓ କଂଗ୍ରେସ ମଧ୍ୟରେ ପାରମ୍ପରିକ ଲଢେଇ ହୋଇ ଆସୁଥିବା ବେଳେ ଚଳିତ ଥର ପ୍ରତିଦ୍ବନ୍ଦ୍ବିତାରେ ଏଣ୍ଟ୍ରି ମାରିଛି ଆମ ଆଦମୀ ପାର୍ଟି । ଦଳ ଭାରତୀୟ ଜନତା ପାର୍ଟିର ଏକ ବିକଳ୍ପ ଭାବେ ଉଭା ହେବା ପାଇଁ ସମସ୍ତ ପ୍ରୟାସ କରିବା ସହ ସରକାର ଗଠନ ନେଇ ଦମ୍ଭ ମଧ୍ୟ ଦେଖାଇଛି । ଏହାରି ମଧ୍ୟରେ ପ୍ରଥମ ଦଳ ଭାବେ AAP ତାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମଧ୍ୟ ଘୋଷଣା କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.