ETV Bharat / bharat

Gujarat Poll phase 2: ୯୩ ବିଧାନସଭା ଆସନରେ ଚାଲିଛି ଭୋଟିଂ - ଗୁଜୁରାଟ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ

ଗୁଜୁରାଟ ବିଧାନସଭା ନିର୍ବାଚନର ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସକାଳ ୮ଟାରୁ ଚାଲିଛି ଭୋଟିଂ । ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟରେ ମୋଟ ୯୩ ବିଧାନସଭା ଆସନରେ ଭୋଟ ଗ୍ରହଣ ଚାଲିଛି । ଅଧିକ ପଢନ୍ତୁ

ଗୁଜରାଟ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ
ଗୁଜରାଟ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ
author img

By

Published : Dec 5, 2022, 9:04 AM IST

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନ ନେଇ ଆଜି ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସକାଳ ୮ଟାରୁ ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଲାଇନ ଲାଗିଛି । ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟରେ ମୋଟ 14 ଜିଲ୍ଲାରେ ୯୩ ବିଧାନସଭା ଆସନରେ ଭୋଟ ଗ୍ରହଣ ଚାଲିଛି । ମଇଦାନରେ ମୋଟ ୮୩୩ ପ୍ରାର୍ଥୀ ରହିଛନ୍ତି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ରହିଛନ୍ତି । ଏହି ପର୍ଯ୍ୟାୟରେ ମୋଟ ୨.୫୪ କୋଟି ଭୋଟର ସେମାନଙ୍କ ବିଧାୟକ ବାଛୁଛନ୍ତି ।

  • Urging all those who are voting in Phase 2 of the Gujarat elections, particularly the young voters and women voters to vote in large numbers. I will be casting my vote in Ahmedabad at around 9 AM.

    — Narendra Modi (@narendramodi) December 5, 2022 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...ByPolls: ଆଜି ୟୁପି ସମେତ 5 ରାଜ୍ୟର 6 ବିଧାନସଭା ଆସନରେ ଉପନିର୍ବାଚନ

ଅହମ୍ମଦାବାଦ, ଭଦୋଦରା, ଗାନ୍ଧିନଗର ଭଳି ଗୁରୁତ୍ବପୂର୍ଣ୍ଣ ଆସନରେ ଭୋଟ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅହମ୍ମଦାବାଦରୁ ଭୋଟ ଦେବେ । ମତଦାନ ପାଇଁ ମୋଟ ୨୬ ହଜାର ୪୦୯ ମତଦାନ କେନ୍ଦ୍ର ରହିଛି । ଏଥିପାଇଁ ମୋଟ୍ ୩୬ ହଜାର ଇଭିଏମ୍ ମେସିନ ବ୍ୟବହାର କରାଯିବ । ୧୪ଟି ଜିଲ୍ଲାରେ ୨୯ ହଜାର ପ୍ରିଜାଇଡିଂ ଅଫିସର ଏବଂ ୮୪ ହଜାରରୁ ଅଧିକ ମତଦାନ କର୍ମଚାରୀ ନିୟୋଜିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅହମ୍ମଦାବାଦରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ଯୁବ ଓ ମହିଳା ଭୋଟରଙ୍କୁ ବିପୁଳ ସଂଖ୍ୟାରେ ମତଦାନ ସାବ୍ୟସ୍ତ କରିବାକୁ ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଭାଜପା ଓ କଂଗ୍ରେସ ସମସ୍ତ 93 ଆସନରେ ନିର୍ବାଚନ ଲଢୁଛନ୍ତି । କଂଗ୍ରେସ 90 ଆସନରେ ନିର୍ବାଚନ ଲଢୁଛି । ସେହିପରି ଏସପିରୁ 44, ସିପିଆଇ 4, BTP ରୁ 12, ସ୍ୱାଧୀନ ଭାବେ ମୋଟ 285 ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସେହିପରି AIMIM ରୁ 7 ଜଣ ଏବଂ 204 ଜଣ ଅନ୍ୟାନ୍ୟ ପାର୍ଟିରୁ ପ୍ରାର୍ଥୀ ରହିଛନ୍ତି । ସେହିପରି ପ୍ରମୁଖ ରାଜନୈତିକ ଦଳ ବ୍ୟତୀତ ଛୋଟ ତଥା ଆଞ୍ଚଳିକ ଦଳକୁ ମିଶାଇ ପ୍ରାୟ 60ଟି ରାଜନୈତିକ ଦଳ ପ୍ରତିଦ୍ବନ୍ଦ୍ବିତାରେ ଅଂଶଗ୍ରହଣ କରିଛନ୍ତି । 2017 ବିଧାନସଭା ନିର୍ବାଚନରେ ବିଜେପି 93 ଆସନରୁ 51 ସିଟରେ ବିଜୟ ହାସଲ କରିଥିଲା । କଂଗ୍ରେସ 39 ହାସଲ କରିଥିଲା । ମଧ୍ୟ ଗୁଜୁରାଟରେ ବିଜେପି 37 ଏବଂ କଂଗ୍ରେସ 22ଟି ଆସନରେ ବିଜୟ ହାସଲ କରିଥିଲା । ମାତ୍ର ଉତ୍ତର ଗୁଜୁରାଟରେ କଂଗ୍ରେସ ପଲ୍ଲା ଭାରିଥିଲା। 17 ଆସନରେ ବିଜୟ ହାସଲ କରିଥିଲା। ବିଜେପି ମାତ୍ର 14ଟି ଆସନରେ ଜିତିଥିଲା ।

ପ୍ରକାଶ ଥାଉ କି, ଡିସେମ୍ବର 1 ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା । ଏଥିରେ 89 ଆସନରେ 788 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥିଲେ ଜନତା । ୬୩.୩୧ ପ୍ରତିଶତ ମତଦାନ ହୋଇଥିଲା । ଡିସେମ୍ବର 8 ତାରିଖରେ ଫଳାଫଳ ପ୍ରକାଶ ପାଇବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.